ଗୁଗଲ୍‌ରେ ସର୍ଚ୍ଚ କରି ଲଜ୍‌ ବୁକିଂ ମହଙ୍ଗା ପଡ଼ିଲା: ଠକାମିର ଶିକାର ହେଲେ ପର୍ଯ୍ୟଟକ, ଲଜ୍‌ ମାଲିକ ଗିରଫ

ଗୋପାଳପୁର,୫ା୧ -ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର କେତେଜଣ ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ବୁଲିବା ପାଇଁ ଯୋଜନା କରିଥିଲେ। ଏନେଇ ଗୁଗଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା ଏକ ରିସର୍ଟ ମ୍ୟାନେଜରଙ୍କ ମୋବାଇଲ ନମ୍ବର ପାଇଥିଲେ। ତାଙ୍କୁ ଫୋନ କରି ୧୭ଟି ରୁମ୍‌ ବୁକିଂ କରିବା ସହ ଅଗ୍ରିମ ବାବଦକୁ ୩୦ ହଜାର ଟଙ୍କା ସେ ଦେଇଥିବା ଆକାଉଣ୍ଟକୁ ପଠାଇଥିଲେ। ମାତ୍ର ୪ ତାରିଖରେ ଆସି ଗୋପାଳପୁରରେ ପହଞ୍ଚତ୍ବାପରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ହୋଟେଲରେ ରୁମ୍‌ ନ ମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ହୋଟେଲ ମାଲିକଙ୍କୁ ଗିରଫ କରିଛି।
ଯେ, ୧୩ ସେପ୍ଟେମ୍ବର ୨୦୧୯ରେ ଚବିଶିପ୍ରଙ୍ଗଣା ଅଞ୍ଚଳର ଲକ୍ଷ୍ମଣ ତାଲୁକଦାର ଗୁଗୁଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା ସି ଭ୍ୟୁ ରିସୋର୍ଟ ମ୍ୟାନେଜର ତମଲ ବାନାର୍ଜୀଙ୍କ ଫୋନ ନମ୍ବର ପାଇଥିଲେ। ତାଙ୍କୁ କଲ୍‌ କରି ଜାନୁୟାରୀ ୪ ଓ ୫ ପାଇଁ ୧୭ଟି ରୁମ ବୁକ୍‌ କରିଥିଲେ। ଭଡା ବାବଦକୁ ୩୦ ହଜାର ଟଙ୍କା ଦେବାକୁ ବାନାର୍ଜୀ କହିଥିଲେ। ବାନାର୍ଜୀ ତାଙ୍କର ଜଣେ ସାଙ୍ଗଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ସେଥିରେ ୨୫ ହଜାର ଟଙ୍କା ଅଗ୍ରିମ ପୈଠ କରିବାକୁ କହିଥିଲେ। ତାଲୁକଦାର ଉକ୍ତ ଆକାଉଣ୍ଟରେ ୨୫ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ଶୁକ୍ରବାର ବାନାର୍ଜୀଙ୍କୁ ଫୋନ କରି ଶନିବାର ସକାଳେ ପହଞ୍ଚତ୍ବୁ ବୋଲି କହିଥିଲେ। ୬୦ ଜଣ ପର୍ଯ୍ୟଟକ ଏକ ଟୁରିଷ୍ଟ ବସ୍‌ ଯୋଗେ ଶନିବାର ସକାଳେ ଗୋପାଳପୁର ବେଳାଭୂମିରେ ପହଞ୍ଚତ୍ଥିଲେ। ସି ଭ୍ୟୁ ରିସୋର୍ଟ ଲଜ୍‌କୁ ଯାଇ ମାଲିକ ସୁବାଶିଷ ଦତ୍ତଙ୍କ ସହ ତାଲୁକ୍‌ଦାର ରୁମ୍‌ ବିଷୟରେ ଆଲୋଚନା କରିଥିଲେ। ମାତ୍ର ସେ ଏ ବିଷୟରେ କିଛି ଜାଣିନାହାନ୍ତି, ତେଣୁ ରୁମ୍‌ ଦେଇପାରିବେ ନାହିଁ ବୋଲି କହିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପର୍ଯ୍ୟଟକମାନେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଲଜ୍‌କୁ ଯାଇ ମାଲିକଙ୍କ ସହ ଆଲୋଚନା କରିଥିଲେ। କୌଣସି ସମାଧାନ ନ ହେବାରୁ ନଂ.୧/୨୦ରେ ମାମଲା ରୁଜୁ କରି ଲଜ୍‌ ମାଲିକ ସୁବାଶିଷଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। କମଲ ବାନାର୍ଜୀ ଫେରାର ହୋଇଯାଇଛନ୍ତି। ପୋଲିସ ଉକ୍ତ ପର୍ଯ୍ୟଟକଙ୍କୁ ରହିବା ପାଇଁ ୟୁଥ୍‌ ହଷ୍ଟେଲ ଓ ଗୋପାଳପୁର ନୂଆ ବସ୍‌ଷ୍ଟାଣ୍ଡରେ ରୁମ୍‌ ଯୋଗାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ଟିଏସ୍‌ ପରୀକ୍ଷାରେ ପ୍ରଥମ ୧୦ ମଧ୍ୟରେ ୪ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୬ା୨ ୨୦୧୯ ଶିକ୍ଷାବର୍ଷର ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୮ମ ଶ୍ରେଣୀ ଜାତୀୟ...

ମଦ ବିକ୍ରି ଅଭିଯୋଗରେ ଅବକାରୀ ଚଢ଼ାଉ: ମିଳିଲାନି ମଦ, ସାହିରେ ଉତ୍ତେଜନା

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): କରୋନା ପାଇଁ ସବୁଆଡ଼େ ମଦ ଦୋକାନ ବନ୍ଦ ରହିଛି। ଚୋରା ଲୁଚାରେ ମଦ ବିକ୍ରି ହେଉଥିବା ନେଇ ଗଞ୍ଜାମ ସହରରେ ଅବକାରୀ ବିଭାଗ ପକ୍ଷରୁ...

୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୪ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୧ା୩: ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍‌ ଶୁକ୍ରବାର...

୬ ମାସରେ ଗଲାଣି ୧୮୬ ଜୀବନ

ଛତ୍ରପୁର,୨୬୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛିା ଏପରିକି ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଏହି ଜିଲାରେ ହୋଇଛି। ମିଳିଥିବା ସୂଚନା...

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି...

ତାରାତାରିଣୀ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ : ହେବନି ମୁଣ୍ଡନ

ପୁରୁଷୋତ୍ତମପୁର,୧୬।୩(ଡି.ଏନ୍‌.ଏ.): କରୋନା ଲାଗି ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପ୍ରଶାସନ ଅଙ୍କୁଶ ଲଗାଇଛି। ମୁଣ୍ଡନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ...

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଗଞ୍ଜାମ,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

ପୁଣି ଗଞ୍ଜାମକୁ ଫେରିଲା କରୋନା: ରାଜ୍ୟରେ ଆଜି ୭୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍‌ରୁୁ ଥିବା ବେଳେ ୨୯...

Advertisement
Archives

Model This Week