‘ଗୀତ ପାଇଁ ଘର ଛାଡ଼ିଲେ’

ଗାୟିକା ଜାନକୀ ସାମଲ। ସେ କେବଳ ଗୀତ ଗାଆନ୍ତିନି, ଗୀତକୁ ପ୍ରାଣଭରି ଭଲ ପାଆନ୍ତି। ଗୀତକୁ ଏତେ ଭଲ ପାଆନ୍ତି ଯେ, ଗୀତ ପାଇଁ ଦୁଇ ଦୁଇଥର ଘର ଛାଡ଼ି ପଳେଇ ଯାଇଛନ୍ତି। ଶେଷକୁ ସେ ନିଜର ଏକ ଠିକଣା ତିଆରି କରିପାରିଛନ୍ତି। ଏବେ ଓଡ଼ିଆ ଯାତ୍ରାଜଗତରେ ଜାନକୀ ଜଣେ ବେଶ୍‌ ଜଣାଶୁଣା ଗାୟିକା। ମୁଖ୍ୟତଃ ରୋମାଣ୍ଟିକ୍‌ ଡୁଏଟ୍‌ ବା ଲଭ୍‌ସଙ୍ଗ ଗାଇବାରେ ରୁଚି ରଖୁଥିବା ଜାନକୀଙ୍କ ଘର ଭଦ୍ରକ ଜିଲା ଧାମନଗର ଅନ୍ତର୍ଗତ ଭଣ୍ଡାରିପଦୀ ଗ୍ରାମରେ। ବାପା ଆନନ୍ଦ ସାମଲ ଜଣେ ବଂଶୀବାଦକ। ତାଙ୍କଠାରୁ ଜାନକୀ ଗୀତ ଶିଖିବା ଆରମ୍ଭ କରିଥିଲେ। ଯେଉଁଠି ମେଳା ହେଉଥିଲା ସେଠାକୁ ଯାଉଥିଲେ ଆଉ ଗୀତ ଗାଉଥିଲେ। ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପଢୁଥାନ୍ତି। ସେହିବର୍ଷ ଗଁାକୁ ‘ଉତ୍ତରବାହିନୀ ଅପେରା’ ଆସିଥିଲା। ଅପେରାର ଶିଶୁ କଳାକାରମାନେ ତାଙ୍କରି ଘରେ ରହୁଥିଲେ। ସେମାନଙ୍କ ସହିତ ଜାନକୀଙ୍କର ଭାବଦୋସ୍ତି ହୋଇଗଲା। ସେମାନଙ୍କ ସହିତ ସେ ଘରୁ ଲୁଚି ପଳେଇଗଲେ। ଘରେ ତାଙ୍କୁ ନ ପାଇ ଚାରିଆଡ଼େ ଖୋଜାଖୋଜି କଲେ। ଶେଷକୁ ଖବର ପାଇ ବାପା ଯାଇ ଯାତ୍ରାପାର୍ଟିରୁ ଜାନକୀଙ୍କୁ ନେଇ ଆସିଲେ ଘରକୁ। ପୁଣି ପାଠ ପଢ଼ିଲେ ଜାନକୀ। କିଛିଦିନ ଗଲା। ଏଥର ତାଙ୍କ ଗଁାକୁ ଆସିଲା ‘ବିଶ୍ୱମାତା ଅପେରା’। ପୁଣି ସେହି ଘଟଣା ଘଟିଲା। ସେ ଘରେ କାହାକୁ କିଛି ନ ଜଣେଇ ‘ବିଶ୍ୱମାତା ଅପେରା’ରେ ପଳେଇଗଲେ। ଏଥର ଆଉ ବାପା ଆଣିବାକୁ ଗଲେନି। ଏମିତି ଭାବରେ ଆରମ୍ଭ ହେଲା ଜାନକୀଙ୍କ ଯାତ୍ରା ଜୀବନ। ଅବଶ୍ୟ ପ୍ରଥମେ ତାଙ୍କୁ ଗୀତ ଗାଇବାକୁ ମିଳିଲା ନାହିଁ। ସେ ରାଧା, କୃଷ୍ଣ ଆଦି ଶିଶୁ କଳାକାର ଭୂମିକାରେ ଅଭିନୟ କଲେ। ଦିନେ ‘ବିଶ୍ୱମାତା ଅପେରା’ର ଗାୟିକା ପାର୍ଟି ଛାଡ଼ି ଚାଲିଗଲେ। ଆଉ ଦ୍ୱିତୀୟ ଗାୟିକା ନ ଥିଲେ ପାର୍ଟିରେ। ତେଣୁ ପାର୍ଟି ପକ୍ଷରୁ ଜାନକୀଙ୍କୁ ଗୀତ ଗାଇବାକୁ କୁହାଗଲା। ସେଇଠୁ ଆରମ୍ଭ ହେଲା ତାଙ୍କର ଗାୟିକା ଜୀବନ। ସେହି ପାର୍ଟିରୁ ସେ ପାଇଲେ ତାଙ୍କର ଜୀବନସାଥୀ ବୀରେନ ସାମଲଙ୍କୁ। ବୀରେନ୍‌ ଜଣେ ଷ୍ଟଣ୍ଟ ଡ୍ୟାନ୍ସର। ପରସ୍ପର ସିନା ଭଲ ପାଇଲେ। ହେଲେ କାହାରି ପରିବାର ଏ ବାହାଘରରେ ରାଜି ହେଲେନାହିଁ। ସେଥିଲାଗି ଉଭୟ ବୀରେନ ଓ ଜାନକୀ ସମ୍ବଲପୁର ଚାଲିଗଲେ ଓ ସେଠାକାର ‘ଭାରତୀ ଗଣନାଟ୍ୟ’ରେ କାମକଲେ। ଇତିମଧ୍ୟରେ ଜାନକୀ ଗର୍ଭବତୀ ହେଲେ। ଏ ଖବର ପାଇବା ପରେ ବୀରେନ୍‌ଙ୍କ ବାପା ଯାଇ ବୋହୂ ଜାନକୀଙ୍କୁ ଘରକୁ ନେଇ ଆସିଲେ। ଜାନକୀ କହନ୍ତି, ତାଙ୍କ ଗୀତ ଗାଇବା ପଛରେ ରହିଛି ଶ୍ୱଶୁରଙ୍କ ପ୍ରେରଣା। ‘କଳିଙ୍ଗକନ୍ୟା’, ‘ରଙ୍ଗମହଲ’ ଆଦି ଯାତ୍ରାନୁଷ୍ଠାନରେ ଜଣେ ସଫଳ ଗାୟିକା ଭାବରେ ଭୂମିକା ନିର୍ବାହ କରି ଜାନକୀ ଏବେ ଆସି ପହଞ୍ଚତ୍ଛନ୍ତି ‘ଶିବାନୀ ଗଣନାଟ୍ୟ’ରେ। ମୁଖ୍ୟତଃ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ଜାନକୀ ଚଳିତବର୍ଷ ‘ଶିବାନୀ ଗଣନାଟ୍ୟ’ର ନାଟକ ‘ବଉଲୋ ମୁଁ ବୋହୂ ହେବିନି’, ‘ସବୁ ଅଧା ଅଧା ନଁାଟି ରାଧା’, ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’ ଏବଂ ‘ବାହାଘର ନୁହେଁ ବାହା ବଜାର’ ଆଦି ନାଟକର ଲଭ୍‌ ଟ୍ରାକ୍‌ ସବୁରେ କଣ୍ଠଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଅଭିନେତ୍ରୀ ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଅଭିନେତ୍ରୀ ତୁନିଶା ଶର୍ମାଙ୍କ ହଠାତ୍‌ ଆତ୍ମହତ୍ୟାକୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରବିବାର ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ଅନେକ...

ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି...

ବ୍ରେକ୍‌ଅପ୍‌ ପରେ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ର୍ରୀ ସୁସ୍ମିତା ସେନ୍‌ ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦର ଚେହେରା ଏବଂ ବୋଲ୍ଡନେସ୍‌କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ସୁସ୍ମିତା ପ୍ରଫେଶନାଲ ଲାଇଫ୍‌ଠାରୁ ଆରମ୍ଭ...

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

ଅସହାୟଙ୍କୁ ରାଶନ ସାମଗ୍ରୀ ବାଣ୍ଟିଲେ ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବହୁଲୋକ କାମ ନ ଥିବାରୁ ଖାଇବାକୁ ପାଉନାହାନ୍ତି। ଏମାନଙ୍କୁ...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କୋମାକୁ ଚାଲିଗଲେ ପ୍ରଶଂସକ

ମୁମ୍ବାଇ: ବିଗ୍‌ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ଫଟୋ ଶେୟାର...

ବେଡ୍‌ରୁମ୍‌ରେ ସ୍ତ୍ରୀଙ୍କ ଏହି ଅଭ୍ୟାସ ପସନ୍ଦ କରନ୍ତି ନାହିଁ ଶାହିଦ କପୁର

ବଲିଉଡ୍‌ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କେବଳ ସେ ନୁହେଁ, ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି...

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

Advertisement
Archives

Model This Week