ଗିରଫ ହେଲେ ପିଏମ୍‌ଆର୍‌ୱାଇ ଉପଭୋକ୍ତା

ଆସିକା,୨୯ା୯(ଡି.ଏନ୍‌.ଏ.)-ଆସିକା ପୋଲିସ ଶନିବାର ୫ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋରଞ୍ଜନ ପଣ୍ଡା, ଏଲ୍‌. ପ୍ରସାଦ ରାଓ ଆଚାରୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, କୁନା ସାହୁ ଓ ଚନ୍ଦ୍ର ଶେଖର ବେହେରା। ଗିରଫ ଅଭିଯୁକ୍ତମାନେ ସମସ୍ତେ ଆସିକା ଏନ୍‌ଏସି ଅଞ୍ଚଳର ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (ପିଏମ୍‌ଆର୍‌ୱାଇ)ରେ ଅଭିଯୁକ୍ତମାନେ ଋଣ ନେଇ ପରିଶୋଧ କରି ନ ଥିଲେ। ଏପରିକି ଏହି ଋଣ ଆଦାୟ ଲାଗି ନିଯୁକ୍ତ (ଓଡିଶା ପବ୍ଲିକ୍‌ ଡିମାଣ୍ଡ୍‌ ରିକଭର୍‌ ଆକ୍ଟ-୧୯୬୨) ବ୍ରହ୍ମପୁର ସ୍ବତନ୍ତ୍ର ଅଦାଲତର ଅଧିକାରୀ ତଥା ବ୍ରହ୍ମପୁର ଉପଜିଲାପାଳଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କୁ ରୀତିମତ ନୋଟିସ୍‌ କରାଯାଉଥିଲେ ମଧ୍ୟ ସେମାନେ ସମ୍ପୃକ୍ତ ଅଦାଲତରେ ହାଜର ହେଉ ନ ଥିଲେ। ଅଦାଲତ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ ଲାଗି ଜାରି ଜାମିନ୍‌ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ଏହାବଳରେ ପୋଲିସ ଗିରଫ କରି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଜିଲା ପୌର ନିର୍ବାଚନ ବିଗୁଲ୍‌: ହିଞ୍ଜିଳିକାଟୁ ରାଜନୀତି ସରଗରମ

ହିଞ୍ଜିଳିକାଟୁ,୨ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଛି ଗାମ ଜିଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦ ରାଜନୀତି। ନାମାଙ୍କନପତ୍ର...

ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ...

ବସ୍‌ରୁ ୧୮ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବ୍ରହ୍ମପୁର ଅଫିସ,୯ା୨: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାନବାହନ ଯାଞ୍ଚ କରାଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ଦେଇ ଭୁବନେଶ୍ୱର...

୨୫ରେ ଘୁମୁସର ଗଟ୍‌ ଟାଲେଣ୍ଟ ସିଜନ୍‌-୨

ଭଞ୍ଜନଗର,୧୪।୧୨(ଡି.ଏନ.ଏ)-ଘୁମୁସର ଗଟ୍‌ ଟାଲେଟଂ ସିଜନ୍‌-୨ ଚଳିତ ମାସ ୨୫ରେ ସ୍ଥାନୀୟ ଜେଲ୍‌ ପଡିଆ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ...

ଭୋଜିବେଳେ ଚଢାଉ କଲା ପୋଲିସ: ୩ ବାଇକ୍‌ ସହ ଖାଦ୍ୟ ଜବତ, ନିରାଶ୍ରୟଙ୍କୁ ବଣ୍ଟାଗଲା

ଆସିକା,୩ା୪(ଡି.ଏନ୍‌.ଏ.)- ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ ଭୋଜି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ମାଂସ ତରକାରୀ ସହ ବିଭିନ୍ନ...

ଇଣ୍ଟରଭ୍ୟୁ ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୨୫।୩ : ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ...

ସ୍ବାମୀଙ୍କ ଚିକିତ୍ସା ପାଇଁ ଆସିଥିଲେ ଏମ୍‌କେସିଜି: ଶୋଇଥିଲା ବେଳେ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୮: ଏମ୍‌କେସିଜି ହସ୍ପିଟାଲ ମେଡିସିନ ୱାର୍ଡରୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ଟଙ୍କା, ବିଭିନ୍ନ କାଗଜପତ୍ର ସହ ମୋବାଇଲ ଚୋରି ହୋଇଛି। ଏନେଇ ସେ ବୈଦ୍ୟନାଥପୁର...

ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା...

Advertisement
Archives

Model This Week