ଗାୟିକା ଜହ୍ନ

ପୂରା ନାମ ମିନତି ଖିଲାର। ହେଲେ ବାପା ମା’ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଜହ୍ନ। ଆଉ ସେହି ଜହ୍ନ ନଁାଟି ହିଁ ତାଙ୍କୁ ଓଡ଼ିଆ ଯାତ୍ରା ଜଗତରେ ପରିଚିତି ଆଣିଦେଲା। ଏବେ ମିନତି ବୋଲି କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ଜହ୍ନ ବୋଲି କହିଲେ ଯାତ୍ରାକୁ ଭଲ ପାଉଥିବା ଲୋକମାନଙ୍କ ଆଖିରେ ନାଚିଯିବ ନାଚିନାଚି ଗୀତ ଗାଉଥିବା ଜଣେ ସୁରିଲା ଗାୟିକାଙ୍କ ଚେହେରା। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଛନ୍ତି ଜହ୍ନ। ଘର ବାଲେଶ୍ୱର ଜିଲାର ଖନ୍ତାପଡ଼ା ନିକଟସ୍ଥ ପଣପଣା ଗ୍ରାମ। ୨୦୦୮ ମସିହାରେ ପ୍ରଥମେ ଆସିଲେ ଯାତ୍ରାକୁ। ସୋର ପାଖ ଅଭଣା ବିଷ୍ଣୁପୁରଠାରେ ‘ଜହ୍ନମାମୁ ଅପେରା’ ବୋଲି ଏକ ଯାତ୍ରା ଅନୁଷ୍ଠାନ ଥିଲା। ସେ ସେଇଠି ଯୋଗଦେଇ ନିଜ ଯାତ୍ରା ଜୀବନ ଆରମ୍ଭ କରିଥିଲେ। ସେମାନେ ଥିଲେ ପାଞ୍ଚଭଉଣୀ ଓ ଗୋଟିଏ ଭାଇ। ତାଙ୍କର ନମ୍ବର ଥିଲା ତୃତୀୟ। ଘରର ଅଭାବ ହିଁ ତାଙ୍କୁ ଯାତ୍ରା ପାର୍ଟିକୁ ଟାଣି ଆଣିଥିଲା। ଈଶ୍ୱର ତାଙ୍କୁ ଏକ ସୁରିଲା କଣ୍ଠ ଦେଇଥିଲେ। ସେଥିଲାଗି ସଂଗୀତରେ ତାଲିମ୍‌ ନ ନେଇ ବି ପିଲାଟି ବେଳୁ ଭାରି ଭଲ ଗୀତ ଗାଉଥିଲେ ସେ। ତାଙ୍କ ଘରେ ଖରାଖାଇ ମଙ୍ଗଳା ଠାକୁରାଣୀ ପୂଜା ପାଉଥିଲେ। ତାଙ୍କରି ପାଖରେ ସେ ସବୁବେଳେ ଗୀତ ବୋଲୁଥିଲେ। କୁହାଯାଏ, ଦେବୀ ବା ଦେବତାଙ୍କ ପାଖରେ କରାଯାଉଥିବା କୌଣସି କାର୍ଯ୍ୟ ବିଫଳ ଯାଏନା। ସମ୍ଭବତଃ ଦେବୀ ଖରାଖାଇ ମଙ୍ଗଳା ତାଙ୍କ ମନ କଥା ଜାଣିଲେ। ସେଥିଲାଗି ତାଙ୍କରି କୃପାରୁ ଜହ୍ନଙ୍କୁ ଏକ ଯାତ୍ରାପାର୍ଟି ମିଳିଗଲା। ଆଉ ମା’ଙ୍କ କରୁଣାରୁ ଗୀତରେ ବିଧିବଦ୍ଧ ତାଲିମ୍‌ ନେଇ ନ ଥିଲେ ମଧ୍ୟ ଯାତ୍ରା ପାର୍ଟିରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଜହ୍ନ ଯେ କେବଳ ଗୀତ ଗାଆନ୍ତି ସେକଥା ନୁହେଁ; ଗୀତ ଗାଉ ଗାଉ ଧୂମ୍‌ ଡ୍ୟାନ୍ସ ମଧ୍ୟ କରନ୍ତି। ଏ ବାବଦରେ ସେ କହନ୍ତି – ବୋଧହୁଏ ଗୀତ ଭଳି ନାଚ ମୋ ଭିତରେ ଥିଲା। ତେଣୁ ମୁଁ ମଞ୍ଚ ଉପରେ ଠିଆ ହୋଇ ଗୀତ ଗାଇ ପାରେନି। ଗୀତ ଗାଇବା ମାତ୍ରେ ମୋ ଗୋଡ଼ ଉଠିଯାଏ। ମୁଁ ନାଚି ପକାଏ। ଆଉ ଏହାକୁ ବି ଦର୍ଶକଦେବତା ଗ୍ରହଣ କରିନେଇଛନ୍ତି। ତେଣୁ ମୁଁ ମଞ୍ଚକୁ ଆସିବା ମାତ୍ରେ ସେମାନେ ଜାଣି ଯାଆନ୍ତି ଯେ, ଖାଲି ଗୀତ ହବନି। ଗୀତ ସହିତ ନାଚ ବି ହେବ। ହିନ୍ଦୀ, ଓଡ଼ିଆ ସାଙ୍ଗକୁ ସମ୍ବଲପୁରୀ ଗୀତ ଗାଇବାକୁ ଭଲ ପାଆନ୍ତି ସେ। ତେବେ ଓଡ଼ିଆ ଗୀତ ତାଙ୍କର ବେଶି ପସନ୍ଦ। ନମିତା ଅଗ୍ରଓ୍ବାଲ, ଅସୀମା ପଣ୍ଡା ଏବଂ ଦୀପ୍ତିରେଖାଙ୍କ ଗୀତକୁ ସେ ବେଶି ଗାଇବାକୁ ଭଲପାଆନ୍ତି। ଇତିମଧ୍ୟରେ ସେ ପାର୍ବତୀ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ରାଜଧାନୀ ଅପେରା ଆଦିରେ କଣ୍ଠଦାନ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱଦରବାରରେ। ଚଳିତ ବର୍ଷର ନାଟକ ‘ଆକାଶ କଇଁଆ ଚିଲିକା ମାଛ’ର ରୋମାଣ୍ଟିକ୍‌ ଡୁଏଟ୍‌ ‘ଏ ମନର ମନ୍ଦିରରେ ତମେ ମୋ ଈଶ୍ୱର’ ଗୀତଟି ଖୁବ୍‌ ହିଟ୍‌ ହୋଇଛି। ଏହି ଗୀତର ସ୍ବରକାର ହେଉଛନ୍ତି ତାପସ ଦାସ (ଟିଟନ୍‌)। ସେ କଣ୍ଠଦାନ କରିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଭଲ ପାଇବାକୁ ଭୟ ଲାଗୁଛି, ବର୍ଷା ରାତିର ସାଥୀ, ତମ କଥା ଭାରି ମନେ ପଡୁଛି, ମନେ ରଖିଛ ନା ଭୁଲି ଯାଇଛ, ଦୁନିଆ କହିବ କିଏ ମୋ ସ୍ବାମୀ, ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ, ଦି’ଘଣ୍ଟାର ବୋହୂ ଦି’ପଟ ଶଙ୍ଖା ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?