ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ଭଦ୍ରକ ଅଫିସ, ୨୮ା୫- ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି। କେତେବେଳେ ବାଇକ୍‌ ଲୁଟ୍‌ ତ ଆଉ କେତେବେଳେ ଘରେ ପଶି ସୁନା ଅଳଙ୍କାର ଲୁଟଇ ନେବା ଭଳି ଘଟଣା ଘଟୁଛି। ସୋମବାର ବାଁଶଡା ଥାନା ଅଧୀନ ପରମାନନ୍ଦପୁର ଗାଁର ଅଳଙ୍କାର ବ୍ୟବସାୟୀ ପର୍ଶୁରାମ ସାହୁ(୨୮) ଭଦ୍ରକରୁ ସୁନା ଓ ରୁପା ଅଳଙ୍କାର କିଣି ଭଦ୍ରକ ବାଇପାସ୍‌ରେ ଥିବା ଏକ ଜୁସ୍‌ ଦୋକାନ ନିକଟରେ ଗାଡି ରଖି ଜୁସ୍‌ ପିଉଥିବା ବେଳେ ସେଠାରେ ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ହୋଇଯାଇଥିଲା। ସେ ଜୁସ୍‌ ପିଇ ସାରି ସ୍କୁଟିିର ଡିକି ଖୋଲି ସୁନାଅଳଙ୍କାର ବ୍ୟାଗ ନ ଥିବା ଦେଖି ଆଖପାଖ ଅଞ୍ଚଳରେ ଲୁଟେରାଙ୍କୁ ଖୋଜାଖୋଜି କରିଥିଲେ । କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଟାଉନ ଥାନାରେ ଏତଲା ଦାଏର କରିଥିଲେ। ପୋଲିସ ଏ ନେଇ ଏକ ମାମଲା(ନଂ ୧୫୮/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କର କୌଣସି ସନ୍ଧାନ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇନେବା ଘଟଣା: ଶିକ୍ଷକ ନିଲମ୍ବିତ

ବାଲେଶ୍ୱର ଅଫିସ,୬।୨ – ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ଚଳିତବର୍ଷ ହାଇସ୍କୁଲସ୍ତରରେ ପୋଲିସ ହାଇସ୍କୁଲ ପକ୍ଷରୁ ଏନ୍‌ସିସି ଟିମ୍‌...

ତଥାପି ଚେତୁନାହାନ୍ତି ଲୋକେ

ବସ୍ତା, ୨୮।୩(ଡି.ଏନ.ଏ.)-ସରକାରଙ୍କ ଦ୍ୱାରା ବାରମ୍ବାର ସଚେତନତା ପରେ ମଧ୍ୟ ଲୋକେ ଚେତୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ଘନ ଘନ ପାଟ୍ରୋଲିଂ ସତ୍ତ୍ୱେ ଲୋକେ...

ଜେଲ ଗଲେ ସରୋଜ ସେଠୀ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଗୁରୁବାର ଜେଲ ଯାଇଛନ୍ତି। ୩ ଦିନିଆ ରିମାଣ୍ଡ ଶେଷ...

ବାଇକ୍‌ ଲୁଟ ଘଟଣା, ପୁଣି ଜଣେ ଅଭିଯୁକ୍ତ ଗିରଫ

ବଡ଼ବିଲ, ୨୭ା୪(ସ୍ବ.ପ୍ର.)-ବାଇକ୍‌ ଚୋରି ଘଟଣାରେ କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ରବିବାର ସୟାବାଲି ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

ବରଗଡ଼-ବଲାଙ୍ଗୀର ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼ ଅଫିସ, ୧୦।୧୦- ବରଗଡ଼-ବଲାଙ୍ଗୀର ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

୫ ଶ୍ରେଣୀକୁ ୮୦ ଛାତ୍ରୀଛାତ୍ର, ୨ ଶିକ୍ଷକ

ଜଳେଶ୍ୱର,୨୩।୧(ସ୍ବ.ପ୍ର.)-ସରକାର ଶିକ୍ଷାର ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠୀ ଶିକ୍ଷା...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଚଢ଼େଇଧରା,୨୪ା୮(ଡି.ଏନ୍‌.ଏ)- ଯାଜପୁର ଜିଲା ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ କୃଷ୍ଣପଶି ଗ୍ରାମସ୍ଥିତ ଶ୍ୱଶୁର ଘରେ ଶୁକ୍ରବାର ଜ୍ୱାଇଁ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା...

ଜେଲ୍‌ ପାଚେରୀ ଡେଇଁ ପଳାଇଲେ ୨ କଏଦୀ; କମ୍ବଳ କାଟି ତିଆରି କରିଥିଲେ ରଶି

ଭୋପାଳ, ୧୩।୯: ମଧ୍ୟପ୍ରଦେଶର ଦେବାସ ଜେଲରୁ ୨ଜଣ ବିଚାରଧୀନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି ଦୁଇଜଣ କଏଦୀ ଫେରାର୍‌ ହେବା ଲାଗି ପ୍ରଥମେ ପାଖରେ ଥିବା...

Advertisement


Archives

Model This Week

Why Dharitri