Posted inଫୁରସତ

ଗାଈଙ୍କ ପାଇଁ ଭର୍ଚୁଆଲ ରିୟଲିଟି ହେଡସେଟ୍‌

ଭର୍ଚୁଆଲ ରିୟଲିଟି ହେଡସେଟ୍‌ ପିନ୍ଧି ଗେମ୍‌ ଖେଳିବାର ମଜା ଅନେକେ ଉଠାଇଥିବେ। ଏହାବ୍ୟତୀତ ଏହା ମହାକାଶଚାରୀ, ବିମାନଚାଳକଙ୍କ ତାଲିମରେ ବି ବ୍ୟବହୃତ ହୁଏ। ତେବେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଗାଈଙ୍କୁ ବି ଭିଆର୍‌ ହେଡସେଟ୍‌ ପିନ୍ଧାଯାଉଛି। ରୁଷର କୃଷି ଓ ଖାଦ୍ୟ ମନ୍ତ୍ରଣାଳୟ ଗାଈଙ୍କୁ ଏହି ହେଡସେଟ୍‌ ପିନ୍ଧାଇବା ଆରମ୍ଭ କରିଛି। ଏହି ହେଡସେଟ୍‌ ପିନ୍ଧାଯାଇ ଗାଈଙ୍କୁ ସବୁଜ ଘାସପଡିଆ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ଏହାକୁ ପିନ୍ଧାଇବାର ଉଦ୍ଦେଶ୍ୟ ହେଉଛି ଏହା ଜାଣିବା ଯେ, ପିନ୍ଧାଇବା ପରେ ସେମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ବଢୁଛି ନା ନାହିଁ। ଯଦିଓ ପ୍ରଥମ ପରୀକ୍ଷଣରେ ଗାଈଙ୍କର ଚିନ୍ତା ଅନେକାଂଶରେ ଦୂର ହୋଇଛି। ଯେହେତୁ ରୁଷରେ ବର୍ଷର ଅଧିକାଂଶ ସମୟ ବରଫ ପଡିଥାଏ ତେଣୁ ସବୁଜିମା ଦେଖିବାକୁ ମିଳି ନ ଥାଏ। ଫଳରେ ଗାଈଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ପ୍ରଭାବିତ ହୋଇଥାଏ। ଆଉ ସେମାନଙ୍କର ଚିନ୍ତା ବଢିଯାଇଥାଏ। ଏହି ଚିନ୍ତା ଦୂର କରିବା ଲାଗି ଭିଆର୍‌ ହେଡସେଟ୍‌ ପିନ୍ଧାଯାଉଛି, ଯଦ୍ଦ୍ବାରା ସେମାନଙ୍କୁ ସବୁଜ ପଡିଆରେ ବୁଲିବା ଭଳି ଅନୁଭବ ହେଉଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି ଓ ଦୁଗ୍ଧ ଉତ୍ପାଦନ ବି ବୃଦ୍ଧି ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ସ୍ନାନ କରୁଥିବା ରାଣୀ

ଇତିହାସ ପୃଷ୍ଠାରେ ଦବି ରହିଛି ଅନେକ ରହସ୍ୟ । କିଛି ଘଟଣା ତ ଏମିତି ବି ଘଟିଛି; ଯାହା ଆଜ ିବି ସ୍ତମ୍ଭୀଭୂତ କରିଦିଏ ସମସ୍ତଙ୍କୁ।...

ମାର୍କେଟରେ ‘ବିଟେକ୍‌ ଗୁପ୍‌ଚୁପ୍‌ ବାଲୀ’: ବୁଲେଟ୍‌ରେ ଷ୍ଟଲ ନେଇ ଆସୁଛନ୍ତି ୨୧ ବର୍ଷୀୟ ଯୁବତୀ…

ଯେତେବେଳେ ୨୨ ବର୍ଷୀୟ ପ୍ରଫୁଲ୍ଲ ବିଲୋର୍‌ ‘ଏମ୍‌ବିଏ ଚାଏଓ୍ବାଲା’ ନାମରେ ନିଜର ଦୋକାନ ଖୋଲିଥିଲେ, କେହି ବି ଭାବି ନ ଥିଲେ ଯେ ତାଙ୍କର ଚା’...

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…

ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍‌ଚାପ୍‌୍‌ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ...

ହ୍ବାଟ୍ସଆପ୍‌ରେ ଚାଟ୍‌ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ଫ୍ରେଣ୍ଡ୍‌ଲିଷ୍ଟରେ ଏମିତି କିଛି ଖାସ୍‌ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍‌ ଚାଟ୍‌ କରିଥାନ୍ତି। ଆଉ ଏହି ଚାଟ୍‌ ଯେମିତି କେହି ନ...

ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ...

ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା...

୧୨ ବର୍ଷର ବାଳକ ସ୍କୁଲ୍‌ ଟଏଲେଟ୍‌ରେ କରୁଥିଲେ ପାର୍ଟି, ଆଉ ତା ପରେ

ଇଂଲଣ୍ଡର ଜଣେ ୧୨ ବର୍ଷର ବାଳକ ସମସ୍ତ ସାମଗ୍ରୀ ସହିତ ବିଦ୍ୟାଳୟର ବାର୍ଥରୁମରେ ଏକ ପାର୍ଟିର ଆୟୋଜନ କରିଥିଲା। ଡିସ୍କୋ ଲାଇଟ, ସ୍ପିକର ଏବଂ ଡିଜେ...

କାର ଭିତେରେ ଥିବା କୁକୁର ସହ ବନ୍ଧୁତା କରିଛି ବେଲୁନ୍‌ ବିକ୍ରି କରୁଥିବା ପିଲା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week