ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଫଳରେ ଗଜାପଥର ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୩୦୦ ଓ ଅଶ୍ୱକୂଟୀ ଛକସାହିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା। ଅଦ୍ୟାବଧି ଗଜାପଥର ଗ୍ରାମର ଲୋକ ମାନେ ଚୁଆ ପାଣି ପିଉଛନ୍ତି। ସରକାରୀ ଭାବେ ଏହି ଗାଁରେ କେବଳ ଗୋଟିଏ ଛୋଟ ଗଡିଆ ଓ ଏକ ନଳକୂଅ ରହିଛି। ଯାହାକି ଖରାଦିନେ ଶୁଖିଯାଏ। ଏହାପରେ ଗ୍ର୍ରାମବାସୀ ବାଧ୍ୟ ହୁଅନ୍ତି ବିଲ ମାନଙ୍କରେ ଚୁଆ ତାଡି ସେହି ପାଣିକୁ ବ୍ୟବହାର କରିବା ପାଇଁ। ଗାଁରେ ଛୋଟ ଛୋଟ ପିଲାମାନେ ମଧ୍ୟ ସେହି ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ଗୋଳିଆ ପାଣି ଗଡିଆରେ ଗାଧୋଇବା ଓ ଚୁଆ ପାଣି ପିଇ ଗ୍ରାମର ପିଲା ମାନେ ବହୁ ଦୂରାରୋଗରେ ପଡୁଥିବାର ସ୍ଥାନୀୟବାସୀ ରାୟ ସିଂ ଓ ପୂଜା ସିଂ କହିଛନ୍ତି।
ଗାଁରେ ଥିବା ଏକ ମାତ୍ର ନଳକୂଅଟିରେ ଖରା ଦିିନେ ଜଳସ୍ତର ତଳକୁ ଚାଲି ଯାଉଥିବାରୁ ପାଣି ବାହାରେ ନାହିଁ। ପଥୁରିଆ ଅଞ୍ଚଳ ଆଳ କରି ଜଳସ୍ତର ଠିକ୍‌ ଭାବେ ନ ଥିବାରୁ ନୂତନ ନଳକୂପ ମଧ୍ୟ ଖୋଳା ଯାଉ ନାହିଁ। ଯାହା ଫଳରେ ସେହି ଚୁଆ ପାଣି ଲୋକ ମାନଙ୍କର ଜୀବନ ବଞ୍ଚାଉଥିବା ଅର୍ଜୁନ ସିଂ ଓ ଘାସିରାମ ସିଂ କହିଛନ୍ତି। ଖରା ଦିନେ ବିଭାଗ ପକ୍ଷରୁ ୨ ଦିନରେ ଥରେ ଟ୍ୟାଙ୍କର ପାଣି ଯୋଗା ଯାଇଥାଏ ା ତାହା ମଧ୍ୟ ଆବଶ୍ୟକ ତୁଳନାରେ ଯଥେଷ୍ଟ ନୁହେଁ। ଆଗକୁ ବଡ଼ ଖରାଦିନ ଆସୁଥିବାରୁ ସମସ୍ୟା ମୁଣ୍ଡ ଟେକିଛି ା ଡହ ଡହ ଖରାରେ ସେମାନଙ୍କୁ ଲାଇନରେ ଛିଡା ହୋଇ ପାଣି ସଂଗ୍ରହ କରିବାକୁ ପଡୁଛି। ଯାହାକୁ ନେଇ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସେହିପରି ଅଶ୍ୱକୂଟୀ ଛକ ସାହିରେ ନଳକୂପ ନ ଥିବା ବେଳେ ଅଧ କି.ମି ଦୂର ଅଶ୍ୱକୂଟୀ ତଳ ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି। ସମୟ ସମୟରେ ପୁରୁଷ ଲୋକ ମାନେ ସେଠାରୁ ପାଣି ସଂଗ୍ରହ କରି ଆଣୁଥିବା ବେଳେ ଚୁଆ ଓ କାପଡଗାଡା ନାଳ ପାଣି ସେମାନଙ୍କର ଜୀବନ ବଞ୍ଚାଇଛି ବୋଲି ଗ୍ରାମବାସୀ କହିଛନ୍ତି। ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଯେଉଁଠି ଚୁଆ ପାଣି ଭରସା ସେଠାରେ ଲୋକ ମାନେ ବିକାଶ କଣ ବୁଝିବେ ବୋଲି ତୁରି ସିଂ କହିଛନ୍ତି। ଗ୍ରାମରେ ଥିବା ଗୃହ ପାଳିତ ପଶୁ ମାନେ ମଧ୍ୟ ପାଣି ପିଇବା ପାଇଁ ବହୁ ସମସ୍ୟା ଦେଖାଦେଇଛି। ମାଲିିକ ମାନେ ସେମାନଙ୍କୁ ଗାଁ ଠାରୁ ୨ କି.ମି ଦୂରରେ ଥିବା ଏକ ଝରଣାକୁ ପାଣି ପିଇବାକୁ ନେଇଥାନ୍ତି। କେତେକ ମହିଳା ନିଜେ ପାଣି ଆଣି ସେମାନଙ୍କୁ ଦେଇଥାନ୍ତି। ଚୁଆ ଗୁଡିକ ମଧ୍ୟ ସେପରି ଆବଦ୍ଧ ନ ଥିବାରୁ ଗାଈ, ଛେଳି, ମେଣ୍ଢା ଆଦି ସେହି ଚୁଆରୁ ପାଣି ପିଇଥାନ୍ତି। ଏପରିକି ସମୟ ସମୟରେ ଏହି ଗୃହ ପାଳିତ ପଶୁ ମାନେ ଚୁଆକୁ ପାଣି ପିଇବାକୁ ଯାଇ ଚୁଆରେ ପଡି ମୃତ୍ୟୁମୁଖରେ ପଡିଥିବା ନଜିର ରହିଛି। ଏହି ଚୁଆର ରକ୍ଷଣାବେକ୍ଷଣ ଯଦିବି ପ୍ରଶାସନ କରନ୍ତା ତେବେ ଲୋକେ ଟିକେ ଶୁଦ୍ଧ ଜଳ ପିଇବାକୁ ପାଆନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହନ୍ତି ଗଜାପଥରରେ ଗୋଟିଏ ନଳକୂଅ ତଡା ଯାଇଥିବା ବେଳେ ଅନ୍ୟ ଗୋଟିଏ ପାଇଁ ପ୍ରସ୍ତାବ ରହିଛି ା ସେହିପରି ଅଶ୍ୱକୂଟୀ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ପଥୁରିଆ ଜାଗା ହୋଇଥିବାରୁ ସମସ୍ୟା ରହୁଛି ା ତେବେ ସେମାନଙ୍କୁ ଖରାଦିନେ ଟ୍ୟାଙ୍କରରେ ପାଣି ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri