ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଫଳରେ ଗଜାପଥର ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୩୦୦ ଓ ଅଶ୍ୱକୂଟୀ ଛକସାହିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା। ଅଦ୍ୟାବଧି ଗଜାପଥର ଗ୍ରାମର ଲୋକ ମାନେ ଚୁଆ ପାଣି ପିଉଛନ୍ତି। ସରକାରୀ ଭାବେ ଏହି ଗାଁରେ କେବଳ ଗୋଟିଏ ଛୋଟ ଗଡିଆ ଓ ଏକ ନଳକୂଅ ରହିଛି। ଯାହାକି ଖରାଦିନେ ଶୁଖିଯାଏ। ଏହାପରେ ଗ୍ର୍ରାମବାସୀ ବାଧ୍ୟ ହୁଅନ୍ତି ବିଲ ମାନଙ୍କରେ ଚୁଆ ତାଡି ସେହି ପାଣିକୁ ବ୍ୟବହାର କରିବା ପାଇଁ। ଗାଁରେ ଛୋଟ ଛୋଟ ପିଲାମାନେ ମଧ୍ୟ ସେହି ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ଗୋଳିଆ ପାଣି ଗଡିଆରେ ଗାଧୋଇବା ଓ ଚୁଆ ପାଣି ପିଇ ଗ୍ରାମର ପିଲା ମାନେ ବହୁ ଦୂରାରୋଗରେ ପଡୁଥିବାର ସ୍ଥାନୀୟବାସୀ ରାୟ ସିଂ ଓ ପୂଜା ସିଂ କହିଛନ୍ତି।
ଗାଁରେ ଥିବା ଏକ ମାତ୍ର ନଳକୂଅଟିରେ ଖରା ଦିିନେ ଜଳସ୍ତର ତଳକୁ ଚାଲି ଯାଉଥିବାରୁ ପାଣି ବାହାରେ ନାହିଁ। ପଥୁରିଆ ଅଞ୍ଚଳ ଆଳ କରି ଜଳସ୍ତର ଠିକ୍‌ ଭାବେ ନ ଥିବାରୁ ନୂତନ ନଳକୂପ ମଧ୍ୟ ଖୋଳା ଯାଉ ନାହିଁ। ଯାହା ଫଳରେ ସେହି ଚୁଆ ପାଣି ଲୋକ ମାନଙ୍କର ଜୀବନ ବଞ୍ଚାଉଥିବା ଅର୍ଜୁନ ସିଂ ଓ ଘାସିରାମ ସିଂ କହିଛନ୍ତି। ଖରା ଦିନେ ବିଭାଗ ପକ୍ଷରୁ ୨ ଦିନରେ ଥରେ ଟ୍ୟାଙ୍କର ପାଣି ଯୋଗା ଯାଇଥାଏ ା ତାହା ମଧ୍ୟ ଆବଶ୍ୟକ ତୁଳନାରେ ଯଥେଷ୍ଟ ନୁହେଁ। ଆଗକୁ ବଡ଼ ଖରାଦିନ ଆସୁଥିବାରୁ ସମସ୍ୟା ମୁଣ୍ଡ ଟେକିଛି ା ଡହ ଡହ ଖରାରେ ସେମାନଙ୍କୁ ଲାଇନରେ ଛିଡା ହୋଇ ପାଣି ସଂଗ୍ରହ କରିବାକୁ ପଡୁଛି। ଯାହାକୁ ନେଇ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସେହିପରି ଅଶ୍ୱକୂଟୀ ଛକ ସାହିରେ ନଳକୂପ ନ ଥିବା ବେଳେ ଅଧ କି.ମି ଦୂର ଅଶ୍ୱକୂଟୀ ତଳ ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି। ସମୟ ସମୟରେ ପୁରୁଷ ଲୋକ ମାନେ ସେଠାରୁ ପାଣି ସଂଗ୍ରହ କରି ଆଣୁଥିବା ବେଳେ ଚୁଆ ଓ କାପଡଗାଡା ନାଳ ପାଣି ସେମାନଙ୍କର ଜୀବନ ବଞ୍ଚାଇଛି ବୋଲି ଗ୍ରାମବାସୀ କହିଛନ୍ତି। ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଯେଉଁଠି ଚୁଆ ପାଣି ଭରସା ସେଠାରେ ଲୋକ ମାନେ ବିକାଶ କଣ ବୁଝିବେ ବୋଲି ତୁରି ସିଂ କହିଛନ୍ତି। ଗ୍ରାମରେ ଥିବା ଗୃହ ପାଳିତ ପଶୁ ମାନେ ମଧ୍ୟ ପାଣି ପିଇବା ପାଇଁ ବହୁ ସମସ୍ୟା ଦେଖାଦେଇଛି। ମାଲିିକ ମାନେ ସେମାନଙ୍କୁ ଗାଁ ଠାରୁ ୨ କି.ମି ଦୂରରେ ଥିବା ଏକ ଝରଣାକୁ ପାଣି ପିଇବାକୁ ନେଇଥାନ୍ତି। କେତେକ ମହିଳା ନିଜେ ପାଣି ଆଣି ସେମାନଙ୍କୁ ଦେଇଥାନ୍ତି। ଚୁଆ ଗୁଡିକ ମଧ୍ୟ ସେପରି ଆବଦ୍ଧ ନ ଥିବାରୁ ଗାଈ, ଛେଳି, ମେଣ୍ଢା ଆଦି ସେହି ଚୁଆରୁ ପାଣି ପିଇଥାନ୍ତି। ଏପରିକି ସମୟ ସମୟରେ ଏହି ଗୃହ ପାଳିତ ପଶୁ ମାନେ ଚୁଆକୁ ପାଣି ପିଇବାକୁ ଯାଇ ଚୁଆରେ ପଡି ମୃତ୍ୟୁମୁଖରେ ପଡିଥିବା ନଜିର ରହିଛି। ଏହି ଚୁଆର ରକ୍ଷଣାବେକ୍ଷଣ ଯଦିବି ପ୍ରଶାସନ କରନ୍ତା ତେବେ ଲୋକେ ଟିକେ ଶୁଦ୍ଧ ଜଳ ପିଇବାକୁ ପାଆନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହନ୍ତି ଗଜାପଥରରେ ଗୋଟିଏ ନଳକୂଅ ତଡା ଯାଇଥିବା ବେଳେ ଅନ୍ୟ ଗୋଟିଏ ପାଇଁ ପ୍ରସ୍ତାବ ରହିଛି ା ସେହିପରି ଅଶ୍ୱକୂଟୀ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ପଥୁରିଆ ଜାଗା ହୋଇଥିବାରୁ ସମସ୍ୟା ରହୁଛି ା ତେବେ ସେମାନଙ୍କୁ ଖରାଦିନେ ଟ୍ୟାଙ୍କରରେ ପାଣି ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରିବ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଆଜି ଅର୍ଥାତ୍‌ ସୋମବାର ସରୁଛି ପ୍ରଚାର। ଭୋଟରଙ୍କ ମନ ଜିଣିବାକୁ ଆଜି ପ୍ରାର୍ଥୀମାନେ ଆପ୍ରାଣ ଉଦ୍ୟମ କରିବେ। ଏହି ନିର୍ବାଚନ...

ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଏଡା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଶାନ୍ତନୁ ମୁଣ୍ଡାଙ୍କ ୩ ବଖରା ଚାଳ ଘର ଜଳିଯାଇଛି।...

ବଳାତ୍କାରୀଙ୍କୁ ୨୫ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୨ା୧୨: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତଙ୍କୁ...

କନ୍ଧମାଳ: ୨ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ

ଫୁଲବାଣୀ ଅଫିସ, ୩ା୪: ଦୀର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲାକୁ ପୁଣି ଫେରିିଛି କଣ୍ଟେନ୍‌ମେଣ୍ଟ। ସହରର ୨ ନଂ. ୱାର୍ଡ ୮ ଏବଂ ୫...

ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲେ ଅସହାୟ ମହିଳା: ରାଶନ ଯୋଗାଇଲା ଖଲିକୋଟ ପୋଲିସ

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଓଡ଼ିଶା ରାଜ୍ୟ କଣ୍ଟ୍ରୋଲ ରୁମ୍‌କୁ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ କେଶପୁରର ଜଣେ ଅସହାୟ ମହିଳା ସୁନୀତା ସୁବୁଦ୍ଧି ଫୋନ୍‌ କରିବାରୁ ତାଙ୍କ...

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଧର୍ମେନ୍ଦ୍ର: ‘ଦ୍ୱିପାକ୍ଷିକ ସହଯୋଗ ଅର୍ଥନୀତିକୁ ମଜଭୁତ କରିବ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହୋଇଛି। ଏହି ସମ୍ପର୍କ...

ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼...

ସଙ୍କୁଚିତ ସ୍ମାର୍ଟ ରାସ୍ତା ସମ୍ପୂର୍ଣ୍ଣ ପାଇଁ ୨ ମାସ ବଢ଼ିଲା ଅବଧି

ବ୍ରହ୍ମପୁର ଅଫିସ,୨୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୫ଟି ସ୍ଥାନରେ ସ୍ମାର୍ଟ ରାସ୍ତା କାର୍ଯ୍ୟ ଚାଲିଛି। କିନ୍ତୁ ଏଥି ନିମନ୍ତେ ଅବଧି ସମୟ...

Advertisement
Archives

Model This Week