ଗାଁ ଦାଣ୍ଡରେ ଜମି ରହିଛି ବର୍ଜ୍ୟଜଳ : ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଅସନ୍ତୋଷ, ଡ୍ରେନେଜ୍‌ ଦାବି

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅସରଳା ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନ ହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଗ୍ରାମର ୨ଟି ସ୍ଥାନରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଗ୍ରାମର ମଣ୍ଡପ ଛକଠାରୁ ମାଳିସାହିର ଉତ୍ତରଦିଗ ଆଡ଼କୁ ପ୍ରାୟ ଶହେ ମିଟରରୁ ଊର୍ଦ୍ଧ୍ୱ ସ୍ଥାନରେ ବର୍ଜ୍ୟଜଳ ଜମି ରହୁଛି। ସେହିପରି ସୁନ୍ଦରା ସାହିଠାରୁ ଗଉଡ ସାହି ମଧ୍ୟରେ ଗାଁ ଦାଣ୍ଡରେ ପାଣି ଜମି ରହୁଛି । ଏହି ୨ ଅଞ୍ଚଳ ଖାଲୁଆ ଥିବାରୁ ଦୂଷିତ ପାଣି ନିଷ୍କାସିତ ହୋଇପାରୁନାହିଁ। କେଉଁଠାରେ ଆଣ୍ଠୁଏ ତ କେଉଁଠି ପ୍ରାୟ ୬ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ଜଳ ଜମି ରହୁଛି। ବର୍ଷାଦିନେ ଏହାର ପରିମାଣ ବୃଦ୍ଧିପାଉଛି। ଗ୍ରାମ ଦେଇ ଯାଇଥିବା ଆର୍‌ଡି ରାସ୍ତା ଉଚ୍ଚ ହୋଇଥିବାରୁ ଜଳ ନିଷ୍କାସିତ ହୋଇପାରୁନି। ତେଣୁ ଏହି ପ୍ରଦୂଷିତ ଜଳରେ ସର୍ବଦା ମଶା, ମାଛିଙ୍କର ବଂଶବୃଦ୍ଧି ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି। ବାରମ୍ବାର ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ଲୋକେ ଦାବି କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମସ୍ୟା ସମ୍ପର୍କରେ ବୋଲଗଡ଼ ବିଡିଓ କହିଥିଲେ, ଅସରଳା ଗ୍ରାମରେ ବର୍ଜ୍ୟଜଳ ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରଭଙ୍ଗା ସହାୟତା ପାଇଁ ଦାବିପତ୍ର

ବାଲିଅନ୍ତା,୩୧ା୧୨(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ସୋମବାର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁଙ୍କୁ ସୋମବାର...

ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ, ୭ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରମୁହଁା ହେଉଛି। ଏହା ଅବପାତରେ ପରିଣତ ହେବା ସହ ସାଇକ୍ଲୋନିକ୍‌...

୧ରୁ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ବନ୍ଦ

ଖୋର୍ଦ୍ଧା ଅଫିସ,୩୦।୪: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କକୁ ଆସନ୍ତା ମେ ପହିଲାରୁ...

ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା...

ଆଜି ଚିଲିକାରେ ପକ୍ଷୀଗଣନା

ବାଲୁଗଁା,୪ା୧(ଡି.ଏନ୍‌.ଏ.): ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଆନୁକୂଲ୍ୟରେ ବୁଧବାର ସମଗ୍ର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ବିଭାଗ...

ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ।...

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।...

ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ କାଠ ଫାଳିଆରେ ମାଡ଼: ଚାଲିଗଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୫।୧ : ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ପଛପଟୁ କାଠଫାଳିଆ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲା...

Advertisement
Archives

Model This Week