ଗାଁ କଲ୍ୟାଣ ସମିତିକୁ ୨୦ ହଜାର

ଭୁବନେଶ୍ୱର,୨୦।୫(ବ୍ୟୁରୋ): କୋଭିଡ୍‌ ପରିଚାଳନା ପାଇଁ ଗାଁ କଲ୍ୟାଣ ସମିତିକୁ ସାମିଲ କରାଯାଇଛି। ଏ ବାବଦକୁ ସମିତିକୁ ମିଳିବ ସର୍ବାଧିକ ୨୦ ହଜାର ଟଙ୍କା। ୨୦୨୧-୨୨ ବର୍ଷ ପାଇଁ ୪ଟି କିସ୍ତିରେ ଏହି ଟଙ୍କା ମିଳିବ। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଗାଁ କଲ୍ୟାଣ ସମିତି କରୋନା ମୁକାବିଲା ପାଇଁ ବୈଠକ କରି ୩ ମାସର ଆକ୍ସନ ପ୍ଲାନ କରିବ। ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରିବ ସମିତି। ଏଥିସହ ସାନିଟାଇଜ, ଟିକାକାରଣ ଓ ଟେଷ୍ଟିଂ ପାଇଁ ଲୋକଙ୍କୁ ଉତ୍ସାହିତ କରିବ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ମଧ୍ୟ ସମିତି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସେପଟେ ୨୪ରୁ ରାଜ୍ୟବ୍ୟାପୀ ଆଶାକର୍ମୀମାନେ ଘର ଘର ବୁଲି ସର୍ଭେ ପାଇଁ ଆକ୍ସନ ପ୍ଲାନ କରିଛି ସ୍ବାସ୍ଥ୍ୟ ବିଭାଗ। ଆଶାକର୍ମୀମାନେ ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଔଷଧ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲ ପଠାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଲକ୍ଷଣ ଥିଲେ ନିକଟ ସ୍ବାସ୍ଥ୍ୟକେନ୍ଦ୍ରରେ ଟେଷ୍ଟିଂ କରାଇବେ ଏବଂ ଲିଫ୍‌ଲେଟ୍‌ ବାଣ୍ଟି କୋଭିଡ୍‌ ସମ୍ପର୍କରେ ସଚେତନ କରିବେ ଆଶାକର୍ମୀ। ଠିକ୍‌ ଭାବେ ମାସ୍କ ବ୍ୟବହାର ଓ ହାତ ଧୋଇବା ନେଇ ମଧ୍ୟ ଲୋକଙ୍କୁ ବୁଝାଇବେ। ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୈନିକ ଅତିକମ୍‌ରେ ୨୦ଟି ଘର ବୁଲି ଆଶାକର୍ମୀମାନେ ସର୍ଭେ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ ନେଇ ମହାପାତ୍ର ସମସ୍ତ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନିର୍ଦ୍ଧାରିତ ଦରରେ ଟିକାକରଣ ପାଇଁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ

ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ ଟିକାକରଣ କରିପାରିବେ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ଟିକାକରଣ ହେବ। ଏନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ସମସ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ। ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ। ତେବେ କୌଣସି ଘରୋଇ ହସ୍ପିଟାଲରେ ଅଫ୍‌ଲାଇନ ଟିକାକରଣ କରିବାକୁ ଚିଠିରେ ସିଧାସଳଖ ମନା କରାଯାଇଛି। ଟିକାକରଣ ପୂର୍ବରୁ ଟିକାର ଦର କୋୱିନ୍‌ ପୋର୍ଟାଲ ଜରିଆରେ ଜଣାଇବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ୱର, ବ୍ରହ୍ମପୁର ଓ ବରଗଡ଼ର ୩ ଘରୋଇ ହସ୍ପିଟାଲ ୧୨ ହଜାର ଲେଖାଏ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ଅର୍ଡର କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri