ଗାଁଠୁ ସହର ସବୁଠି କରୋନା ଭୟ: ଜୀବିକା ଆଗରେ ପଡ଼ିଛି ଫିକା

ରାଇକିଆ,୨୮।୩(ଡି.ଏନ୍‌.ଏ.): ଗାଁଠାରୁ ସହର ସବୁଠି କରୋନା ଭୟ। ଦୋକାନ ବଜାର ବନ୍ଦ। ରାସ୍ତାଘାଟ ଶୂନଶାନ୍‌ । ଘରୁ ପଦାକୁ ବାହାରିବାକୁ କଡ଼ା କଟକଣା। କେବଳ ସକାଳ ୭ରୁ ୧୧ଟା ମଧ୍ୟରେ ରାଶନ ସାମଗ୍ରୀ, ଔଷଧ, ପନିପରିବା ପାଇଁ କିଛି ଘଣ୍ଟାର କୋହଳ ରହିଛି। ଏଭଳି ଜଟିଳ ପରିସ୍ଥିତିରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଚାଷୀମାନେ ସକାଳୁ ପନିପରିବା ଧରି ବଜାରରେ ପହଞ୍ଚୁଛନ୍ତି । ଦୁଇ ତିନି ଘଣ୍ଟା ମଧ୍ୟରେ ବିକ୍ରି କରି ଘରକୁ ଫେରୁଛନ୍ତି । କେଲେମାହା ଗ୍ରାମର ଚାଷୀ ଉମାକାନ୍ତ ବେହେରା କୁହନ୍ତି, ସେ ଚଳିତ ବର୍ଷ ବିଭିନ୍ନ ପରିବା ଚାଷ ପାଇଁ ଗତ କିଛି ମାସ ମଧ୍ୟରେ ୨୦ରୁ ୨୫ ହଜାର ଟଙ୍କା ବିନିଯୋଗ କରିଛନ୍ତି । ବର୍ତ୍ତମାନ ତାଙ୍କର ପନିପରିବା ଉତ୍ପାଦନର ସମୟ । ଯାହା କିଛି ଉତ୍ପାଦନ ହେଉଛି ତାହାକୁ କମ୍‌ ଦରରେ ବିକ୍ରି କରୁଛନ୍ତି । କରୋନା ପ୍ରତି ଭୟ ଥିଲେ ମଧ୍ୟ ଯେହେତୁ ତାଙ୍କର ପନିପରିବା ଉତ୍ପାଦନ ହେଉଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ବ୍ୟବସ୍ଥା ଥିବାରୁ ସେ ଦୂରରୁ ଆସି ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ମଧ୍ୟ ପନିପରିବା ଆବଶ୍ୟକ ରହୁଛି, ସ୍ଥାନୀୟ ଅଞ୍ଚଳରେ ଯେଉଁ ଉତ୍ପାଦନ ହେଉଛି ତାକୁ ସୁବିଧାରେ ଯେପରି ଲୋକେ ପାଇବେ ସେଥିପାଇଁ ସେ ଆସୁଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି...

ରଥ ଲାଗି କନାମଣ୍ଡଣି ଆରମ୍ଭ

ପୁରୀ ଅଫିସ,୧୮।୬: ରଥକୁ ସୁସଜ୍ଜିତ ପାଇଁ କନାମଣ୍ଡଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକଙ୍କ ତତ୍ତ୍ୱାବଧାନରେ ସିଲେଇ କାର୍ଯ୍ୟ ଆରମ୍ଭ...

ବଢୁଛନ୍ତି ଅହିରାଜ, ଅଜଗର

ଢେଙ୍କାନାଳ ଅଫିସ, ୧୦।୮: ଢେଙ୍କାନାଳର ପ୍ରାକୃତିକ ପରିବେଶ ସର୍ପବଂଶ ବୃଦ୍ଧିରେ ସହାୟକ ହୋଇଛି। ଏଠାକାର ସଂରକ୍ଷିତ ଜଙ୍ଗଲ, ପାହାଡ଼ ଖୋଲ ସାପଙ୍କ ସୁରକ୍ଷିତ ଆବାସସ୍ଥଳୀ ପାଲଟିଛି।...

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ...

ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ

ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ। ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ...

ନିଆଁରେ ପୋଡ଼ି ୩ ମହିଳା ଗୁରୁତର

କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩...

ହୋମଗାର୍ଡଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ଖୋର୍ଦ୍ଧା ଅଫିସ, ୨୫।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ବେଗୁନିଆ ବ୍ଲକ ସିମୋର ଅଞ୍ଚଳର ପ୍ରମୋଦ...

ବିଦ୍ୟୁତ୍‌ ଆଘାତରେ ବୃଦ୍ଧା ମୃତ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର)-ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ(୬୦)ଙ୍କ ମୃତ୍ୟୁ ହୋଇଛି। ଲିଳାବତୀ ଅପରାହ୍ନରେ ଘରୁ ବାହରି ପଡିଶା...

Advertisement
Archives

Model This Week