ଗହୀରମଥାରେ ଅଲିଭ ରିଡଲେଙ୍କ ସମୂହ ଅଣ୍ଡାଦାନ ଜାରି: ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦେଲେ

ରାଜନଗର, ୧୮।୩(ଡି.ଏନ.ଏ.)-ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି। କଇଁଛମାନଙ୍କୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ପାଇଁ ରାଜନଗର ବନ ବିଭାଗ କର୍ମଚାରୀମାନେ ସେଠାରେ ଅସ୍ଥାୟୀ କ୍ୟାମ୍ପ କରି କଇଁଛମାନଙ୍କ ଅଣ୍ଡାଦାନ ସମୟରେ ସୁରକ୍ଷା ପ୍ରଦାନ କରିଛନ୍ତି। ପାଗ ଅନୁକୂଳ ଥିବାରୁ କଇଁଛମାନେ ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ୩/୪ ଦିନ ଜାରି ରଖିବେ ବୋଲି କଇଁଛ ବିଷାରଦମାନେ ଆଶାବ୍ୟକ୍ତ କରିଛନ୍ତି। ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ପ୍ରମୁଖ ମୁଖ୍ୟ ବନସରଂକ୍ଷକ ସନ୍ଦୀପ ତ୍ରିପାଠୀ, ଆଞ୍ଚଳିକ ରାଜ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର, ଡିଏଫଓ ବିକାଶ ରଞ୍ଜନ ଦାସ ପ୍ରମୁଖ ଗହୀରମଥାର ବାବୁବାଲି ଦ୍ୱୀପରେ ପହଁଚି ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ପରଠୁଁ ବିଳମ୍ବିତ ରାତ୍ରି ଯାଏଁ କଇଁଛମାନେ ସମୁଦ୍ରର ଢେଉକୁ ଅତିକ୍ରମ କରି ବାବୁବାଲି ଦ୍ୱୀପର ବାଲୁକା ରାଶିରେ ଅଣ୍ଡାଦାନ କରୁଛନ୍ତି। ଅପରପକ୍ଷେ ସମୂହ ଅଣ୍ଡାଦାନଠାରୁ ଅଳ୍ପ ଦୂରରେ ଥିବା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକକୁ ଅଣ୍ଡାଦାନ ସମୟରେ ବନ୍ଦ ରଖାଯାଉଛି। ସମୁଦ୍ରକୂଳଠାରୁ ୫ କିଲୋମିଟର ପରିଧି ଭିତରେ ଲକ୍ଷ ଲକ୍ଷ କଇଁଛ ଏବେ ଅଣ୍ଡାଦାନ ଅପେକ୍ଷାରେ ରହିଛନ୍ତି। ବାବୁବାଲି ଦ୍ୱୀପର ସୀମା ସରହଦ ଦିନକୁ ଦିନ ହ୍ରାସ ପାଉଥିବାରୁ ଏହି ଦ୍ୱୀପରେ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦେବା ସମୟରେ ବିଘଟଣ ଘଟୁଥିବା ଦୃଷ୍ଟିକୁ ଆସିଛି। ପ୍ରଥମେ କଇଁଛମାନେ ଅଣ୍ଡାଦାନ କରି ଫେରିଯିବା ପରେ ଅନ୍ୟ କଇଁଛମାନେ ଅନୁରୂପ ଭାବେ ସେହି ସ୍ଥାନକୁ ନିଜ ପାଦରେ ଗାତଖୋଳି ଅଣ୍ଡାଦେବା ସମୟରେ ପୂର୍ବରୁ ସେଠାରେ ଦିଆଯାଇଥିବା ଅଣ୍ଡାଗୁଡିକ ନଷ୍ଟ ହେବାରେ ଲାଗିଛି। ବିଶ୍ୱ ପଯର୍ର୍‌ୟଟନ ମାନଚିତ୍ରରେ ଅଲିଭରିଡଲେ କଇଁଛମାନଙ୍କର ସବୁଠୁ ନିରାପଦ ଓ ସୁରକ୍ଷିତ ସ୍ଥାନ ଭାବେ ଗହୀରମଥାର ବାବୁବାଲି ଦ୍ୱୀପ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାକ୍ସରେ ଦୁର୍ନୀତି, ପ୍ରିୟାପ୍ରୀତି ମାମଲା:୩ବର୍ଷ ହେବ ମହିଳା ଚାଷୀଙ୍କୁ ମିଳିନି ଋଣ

ଯାଜପୁର ଅଫିସ,୪-୯:ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଦୁର୍ନୀତି ଓ ପ୍ରିୟାପ୍ରୀତିକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି। ଏବେ...

କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ

ଚୌଦ୍ୱାର,୨୯ା୫(ଡି.ଏନ୍‌.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ...

ଓଲଟିଲା ଆଳୁ ବୋଝେଇ ଟ୍ରକ୍‌

ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ...

ପାଣି ପାଇଁ ବିକଳ ସହରବାସୀ

ଢେଙ୍କାନାଳ ଅଫିସ, ୯।୭:  ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି।...

ଅନିନ୍ଦିତାଙ୍କୁ କବିତା ଦେଇଛି ସଫଳତା

ଜୟପୁର,୧୫ା୩ (ନି.ପ୍ର.):ଅନ୍ତର୍ଜାତୀୟ ସାହିତ୍ୟ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କରୁଛନ୍ତି କୋରାପୁଟ ଜିଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆର। ପାଠପଢା...

ଅବାଧରେ ଚାଲିଛି ବେଆଇନ ଗର୍ଭପାତ

ଜଗତ୍‌ସିଂହପୁର ଅଫିସ, ୪ା୬: ଜଗତ୍‌ସିଂହପୁର ଜିଲାରେ ଅବାଧରେ ଚାଲିଛି ବେଆଇନ ଗର୍ଭପାତ। ଜିଲା ସଦର ମହକୁମା ସମେତ ପାରାଦୀପ ଓ ଅନ୍ୟ ବ୍ଲକ ଅଞ୍ଚଳରେ ଦୀର୍ଘ...

ବିଲରେ ହଳ କରୁଥିଲେ, ପାଓ୍ବାରଟିଲରରେ ପଶିଗଲା ଗୋଡ଼; ଚାଷୀ ଗୁରୁତର

ପାଟଣା,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତର ରଥପଡ଼ା ଗ୍ରାମରେ ରବିବାର ସକାଳେ ପାଓ୍ବାର ଟିଲର ଯୋଗେ ବାଡ଼ି ପଛରେ ହଳ କରୁଥିବା ବେଳେ...

ପୋଡ଼ିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ଥାନା ତୁକୁଲା ଗାଁର କିରାନା ଦୋକାନରେ ହଠାତ ନିଅଁା ଲାଗି ପୋଡ଼ିଯାଇଛି। ଗୁରୁବାର ରାତିରେ ତୁକୁଲା ଗାଁର ବଲ୍ଲଭ ମେହେର...

Advertisement
Archives

Model This Week