Posted inଖେଳ

ଗର୍ଲଫ୍ରେଣ୍ଡ ସହ ଫଟୋ ଶେୟାର କଲେ ପନ୍ତ

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟରେ ଭଲ ଉଇକେଟ କିପ୍‌ର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ତାଙ୍କ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୂଆବର୍ଷ ଆରମ୍ଭରୁ ସେ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଏବେ ନିଜ ଖେଳ ପାଇଁ ବରଂ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ। ଗୁରୁବାର ରିଷଭ ଇନ୍‌ଷ୍ଟାଗ୍ରାମରେ ନିଜ ଗର୍ଲଫ୍ରେଣ୍ଡ ଇଶା ନେଗୀଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ଏକ ବରଫାପାତ ପାହାଡ଼ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଏଥିସହ କ୍ୟାପଶନ୍‌ରେ ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ତୁମ ସହିତ ସମୟ ବିତାଏ ନିଜେ ଭଲ ଅନୁଭବ କରିଥାଏ’। ପନ୍ତଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ଦୁହେଁ ଏକାଠି ଭେକେଶନ୍‌ ମନାଉଛନ୍ତି। ଭେକେଶନ୍‌ର କିଛି କିଛି ଫଟୋ ଇଶା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ବି ପନ୍ତ ନିଜ ଗର୍ଲଫ୍ରେଣ୍ଡଙ୍କ ଫଟୋ ଶେୟାର କରିଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିରୋଧରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ସିରିଜ୍‌ରେ ପନ୍ତ ଭାରତ ଦଳ ସହ ନଜର ଆସିବେ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁଆହାଟୀରେ ଜାନୁୟାରୀ୫କୁ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହିଦ ଆଫ୍ରିଦଙ୍କ ଜ୍ୱାଇଁ ହେବେ ଏହି କ୍ରିକେଟର୍‌

ପାକିସ୍ତାନ ସୁପରଷ୍ଟାର ଅଲରାଉଣ୍ଡର ଶାହିଦ ଆଫ୍ରିଦ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ଶ୍ୱଶୁର ହେବାକୁ ଯାଉଛନ୍ତି। ଆଫ୍ରିଦିଙ୍କ ଝିଅ ଅକସା...

ଏପ୍ରିଲ ୯ରୁ ଆଇପିଏଲ୍‌

ନୂଆଦିଲ୍ଲୀ, ୬ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ ଶେଷ ହେବାର ୧୨ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧...

ପୋଗାକାର ଜିତିଲେ ଟୁର୍‌ ଡି’ ଫ୍ରାନ୍ସ

ପ୍ୟାରିସ୍‌, ୨୨ା୯-ସ୍ଲୋଭେନିଆର ଟାଡେଜ୍‌ ପୋଗାକାର୍‌ ଟୁର୍‌ ଡି’ ଫ୍ରାନ୍ସ ୨୦୨୦ ସାଇକେଲ ରେସ୍‌ ଜିତିଛନ୍ତି। ଇଭେଣ୍ଟର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ସାଇକ୍ଲିଷ୍ଟ ଭାବେ ସେ ଏହି...

ଆମେରିକାରେ ଫସି ରହିଛନ୍ତି ହକି କିମ୍ବଦନ୍ତୀ ଦିଓ୍ବାନ

ନୂଆଦିଲ୍ଲୀ,୧୦।୪ (ପି.ଟି.)-୧୯୭୫ ହକି ବିଶ୍ୱକପ୍‌ ବିଜେତା ତଥା କିମ୍ବଦନ୍ତୀ ଭାରତୀୟ ହକି ଖେଳାଳି ଆଶୋକ ଦିଓ୍ବାନ ଆମେରିକାରେ ଫସି ରହିଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଭ୍ରମଣ...

ଟସ୍‌ ଜିତିଲା ହାଇଦ୍ରାବାଦ୍‌

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଉଛି। ସନରାଇଜର୍ସ...

ବିରାଟ କୋହଲିଙ୍କ ପରେ ପିତା ହେବାକୁ ଯାଉଛନ୍ତି ଆଉ ଜଣେ ଅଧିନାୟକ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବେ। ଜାନୁଆରୀ ଆରମ୍ଭରେ କୋହଲି ଏବଂ ତାଙ୍କ...

କେହି ଦେଖିପାରି ନ ଥିଲେ କି ଆଉ ହେବନାହିଁ ଦେଖି କପିଳ ଦେବଙ୍କ ଶ୍ରେଷ୍ଠ ଇନିଂସ

ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ୧୭୫*, ଯାହାକି ୧୯୮୩ ବିଶ୍ୱକପ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଖେଳିଥିଲେ। ଏହାକୁ କେବଳ...

ଓସିଏ ନିର୍ବାଚନ: ପଙ୍କଜ ସଭାପତି, ସଞ୍ଜୟ ହେଲେ ସମ୍ପାଦକ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଶେଷ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର କର୍ମକର୍ତ୍ତା ନିର୍ବାଚନ। ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ...

Advertisement
Archives

Model This Week