ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ଡାକ୍ତରଙ୍କ ନୂଆ ପଦକ୍ଷେପ

ବ୍ରିଟେନ୍‌: ବିଜ୍ଞାନର ଅଗ୍ରଗତି ଯୋଗୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଉଦ୍ଭାବନ କରାଯାଉଛି। ଯଦ୍ଦ୍ବାରା ଅସାଧ୍ୟ କାମ ମଧ୍ୟ ସହଜରେ ସାଧନ ହୋଇପାରୁଛି। ଗର୍ଭବତୀମାନଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ବ୍ରିଟେନ୍‌ର ଡାକ୍ତରମାନେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଯାହାକୁ ସବୁଆଡ଼େ ପ୍ରଶଂସା କରାଯାଉଛି। ଜାଣନ୍ତୁ ଏ ସମ୍ପର୍କରେ…


ବ୍ରିଟେନ୍‌ର ଏକ ହସ୍ପିଟାଲରେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା କମାଇବାକୁ ପ୍ରଥମଥର ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାକାର ନ୍ୟାଶନାଲ୍‌ ହେଲ୍‌ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡ୍‌ସେଟ୍‌ ପିନ୍ଧିବା ପାଇଁ ସୁବିଧା ରଖାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍‌କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ନଜର ହଟିବ। ୭ ମିନିଟ୍‌ ପାଇଁ ହେଡ୍‌ସେଟ୍‌ ପିନ୍ଧିବାକୁ ପଡ଼ିବ। ଏହି ସମୟରେ ଭିଆର୍‌ରେ ଲାଇଟିଂ, ସମୁଦ୍ର ଲହଡ଼ି, ମଙ୍ଗଳ ଗ୍ରହରେ ପାଦ ଥାପିବା, ପେଙ୍ଗୁଇନ୍‌ ଗହଣରେ ଥିବା ପରି ଅନୁଭବ କରିବେ। ଏଥିସହିତ ମନକୁ ଶାନ୍ତ ରଖିବା ପାଇଁ ସଂଗୀତ ମଧ୍ୟ ଶୁଣିପାରିବେ। ଏହା ପ୍ରଥମେ ଓ୍ବେଲ୍‌ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ। କହିରଖୁଛୁ, କାଡ୍ରିଫ୍‌ର ୟୁନିଭରସିଟି ହସ୍ପିଟାଲରେ ହେଡ୍‌ସେଟ୍‌ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୃତ୍ୟଶିଳ୍ପୀରୁ ଡାକ୍ତର ହେବା ଲକ୍ଷ୍ୟ

ପିଲାଟି ଦିନରୁ ନୃତ୍ୟ ପ୍ରତି ଥିବା ରୁଚି ଆଜି ତାଙ୍କୁ ଦେଇଛି ରାଜ୍ୟରୁ ଆରମ୍ଭ କରି ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀର ପରିଚୟ। ସେ ହେଉଛନ୍ତି ବ୍ରହ୍ମପୁର...

ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…

ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ...

ପ୍ରେମିକାଙ୍କ ସହ ପ୍ରେମିକଙ୍କୁ ଏକାଠି ଦେଖିଲେ ମିଳିଥାଏ ଏପରି ଦଣ୍ଡ

ଦୁନିଆର ପ୍ରତ୍ୟେକ ଦେଶରେ ଅନେକ ଅଜବ ନିୟମ ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ କିଛି ଅଜବ ନିୟମ ରହିଛି।...

ବିଲେଇକୁ କିସ୍‌ କରୁଥିଲା ଛୋଟପିଲା, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

ବିଶ୍ୱର ସବୁଠାରୁ ୫ସୁନ୍ଦର ମସ୍‌ଜିଦ୍‌

ମୁସ୍‌ଲିମ୍‌ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌। ଏହି ପର୍ବ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି। ଇଦ୍‌ ଦିନ ନୂଆ ନୂଆ ବସ୍ତ୍ର ପିନ୍ଧିବା...

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ...

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ...

Advertisement
Archives

Model This Week