ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ କରୋନା ମହାମାରୀ ଯୋଗୁ ପୃଥିବୀର ଗରିବ ଦେଶ ଅଧିକ ପ୍ରଭାବିତ ହେବେ। ଏସବୁ ଦେଶରେ ୧୦୦କୋଟି ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସେହିପରି ଏସବୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ଟପିବ ବୋଲି ଇଣ୍ଟରନ୍ୟାଶନାଲ ରେସ୍‌କ୍ୟୁ କମିଟି ମୁଖ୍ୟ ଡେଭିଡ୍‌ ମେଲିବେଣ୍ଡ୍‌ ସୂଚନା ଦେଇଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା ମୁକାବିଲା ପାଇଁ ଖୁବ୍‌ କମ୍‌ ସମୟ ମିଳିଛି। ତେଣୁ ଏଠାରେ ବ୍ୟାପକ ଜନହାନୀ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ ୩୪ ଗରିବ ଦେଶ ତାଲିକା ପ୍ରକାଶ ପାଇଛି। ତାଲିକାରେ ଭାରତର ୩ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ର ନାମ ରହିଛି। ଏହି ତାଲିକାରେ ଆଫଗାନିସ୍ତାନ, ସିରିଆ, ୟେମେନ୍‌,କଙ୍ଗୋ ଆଦି ଦେଶର ନାମ ରହିଛି। ଆବଶ୍ୟକ ସ୍ବାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ ନ କରାଗଲେ ଅଗାମୀ ଦିନରେ ୫୦ କୋଟି ଲୋକ କରୋନା ଦ୍ୱାରା ସଂକ୍ରମିତ ହେବେ। ସେହିପରି କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୩୨ ଲକ୍ଷରୁ ଅଧିକ ହେବ ବୋଲି ମେଲିବେଣ୍ଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି।...

ମହାମାରୀ ସାଜିବ ମାନବାଧିକାର ସଙ୍କଟ

ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ...

କରୋନା ପରେ ଦାଉ ସାଧିଲା ବନ୍ୟା: ୧୦୦ ମୃତ

ଇସ୍‌ଲାମାବାଦ,୨୭।୮: ପାକିସ୍ତାନରେ ପ୍ରଥମେ ଅର୍ଥ ବ୍ୟବସ୍ଥା ବିଗିଡି ଯିବା ସହ କରୋନା ସଂକ୍ରମଣ ସରକାରଙ୍କୁ ଅଡୁଆରେ ପକାଇଥିଲା। ଆଉ ଏବେ ପୁଣିଥରେ ଚିନ୍ତା ବଢାଇଛି ମୌସୁମୀ...

ନଓ୍ବାଜଙ୍କ ଭଳି ପଳାୟନ କରିବି ନାହିଁ, ଆଇଏସ୍‌ଆଇର ଅସଲ ମୁଖା ଖୋଲି ଦେବି: ଇମ୍ରାନ୍‌

ଲାହୋର,୨୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଶାହଓ୍ବାଜ ସରିଫ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା...

ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ...

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ।...

ଶ୍ରୀଲଙ୍କା ସଙ୍କଟ: ନାବାଳିକା ଝିଅଙ୍କ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ…

କଲମ୍ବୋ,୨୨।୧୦ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଗୁରୁତର ସାମାଜିକ ପରିଣାମ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଲୋକେ ପାରିବାରିକ ଖର୍ଚ୍ଚ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ...

Advertisement
Archives

Model This Week