ଗରିବଙ୍କୁ ଆହାର ଲାଗି ଜମି ବିକିଲେ

ବେଙ୍ଗାଲୁରୁ,୨୬।୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାର ରହୁଛନ୍ତି। ଏଭଳି ସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି କର୍ନାଟକର ଦୁଇ ବ୍ୟବସାୟୀ। ତଜାମ୍ମୁୁଲ ପାସା ଓ ମୁଜାମ୍ମିଲ ପାସା ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ରାଜ୍ୟରେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ନିଜ ଜମିକୁ ବିକ୍ରି କରିବାକୁ ପଛାଇ ନାହାନ୍ତି। କୋଲାର ଜିଲାରେ ଥିବା ଜମିକୁ ସେମାନେ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଟଙ୍କାରେ ସେମାନେ ଗରିବଙ୍କ ଲାଗି ଚାଉଳ, ଗହମ, ଚିନି, ଡାଲି, ତେଲ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଯୋଗାଉଛନ୍ତି। ନିଜ ଘର ପାଖରେ ଏକ ଟେଣ୍ଟକରି ରୋଷେଇ ଲାଗି ବ୍ୟବସ୍ଥା କରିଛନ୍ତି। ଗରିବ, ଅନାଥ, ଶ୍ରମିକ, ନିରାଶ୍ରୟଙ୍କୁ ଏଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ପିଲାବେଳୁ ଏହି ଦୁଇଭାଇଙ୍କ ବାପା-ମା’ ଆରପାରିକୁ ଚାଲିଯାଇଥିଲେ। ପିଲାଦିନ ଅଜାଆଈ ରହୁଥିବା କୋଲାରରେ ରହି ସେମାନେ ବଡ଼ ହୋଇଛନ୍ତି। ଗରିବୀକୁ ଅତି ନିକଟରୁ ସେମାନେ ଦେଖିଛନ୍ତି। ବିଭିନ୍ନ ଧର୍ମ, ଜାତିର ଲୋକ ଏଥିଲାଗି ସେମାନଙ୍କୁ ସହଯୋଗ କରିଆସିଛନ୍ତି ବୋଲି କହିଛନ୍ତି ତଜାମ୍ମୁୁଲ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମୁହଁରେ ଟିକେ ହସ ଦେଖିବାକୁ ସେମାନେ ପ୍ରୟାସ କରିଥିବା କହିଛନ୍ତି ସେ। ଏଠାକାର ଲୋକମାନଙ୍କ ଲାଗି କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉନି, ବରଂ ସାନିଟାଇଜର, ମାସ୍କ ଆଦି ମଧ୍ୟ ଯୋଗାଇ ଦିଆଯାଇଥିବା ତଜାମ୍ମୁୁଲ ପ୍ରକାଶ କରିଛନ୍ତି। ୩ ହଜାର ଗରିବଙ୍କ ଲାଗି ସମସ୍ତ ସହଯୋଗ କରାଯାଉଛି ଓ କୋଲାର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିବା ସେ କହିଛନ୍ତି। ଜଣେ ବନ୍ଧୁଙ୍କ ସହ ଜମିବିକ୍ରି ନେଇ ବଣ୍ଡ୍‌ ସାଇନ୍‌ ସରିଛି ଓ ଲକ୍‌ଡାଉନ୍‌ ପରେ ବାକିଥିବା କାମ ଶେଷ କରାଯିବ ବୋଲି ସେ କହିଛନ୍ତି।
ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୫ ହଜାର ଟପିଥିବା ବେଳେ ୭୯୪ ଜଣ ପ୍ରାଣ ହରାଇଲେଣି। କର୍ନାଟକରେ ୫୦୦ରୁ ଅଧିକ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରତିଦିନ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲୋକମାନଙ୍କ ସମସ୍ୟା ମଧ୍ୟ ଦ୍ୱିଗୁଣିତ ହେଉଛି। ତେବେ ଗରିବଙ୍କ ମୁହଁରେ ହସ ଫୁଟାଇବା ଲାଗି ଦୁଇଭାଇ କରିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri