ଗରିବଙ୍କୁ ଅବହେଳା ପ୍ରତିବାଦରେ ପଦଯାତ୍ରା

ବ୍ରହ୍ମପୁର ଅଫିସ,୬ା୬- କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନରେ ଗରିବ ଓ ପ୍ରବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରାଯାଉଥିବା ପ୍ରତିବାଦରେ ଶୁକ୍ରବାର ନାଗରିକ ସାମ୍ମୁଖ୍ୟ ପକ୍ଷରୁ ପଦଯାତ୍ରା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୁରୁଣା ବସଷ୍ଟାଣ୍ଡରୁ ପଦଯାତ୍ରା ବାହାରି ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ପ୍ରବାସୀ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବା, ପ୍ରବାସୀଙ୍କ ସମେତ ସମସ୍ତ ଗରିବଙ୍କୁ ବର୍ଷତମାମ ନିଯୁକ୍ତି ଯୋଗାଇବା, ଲକ୍‌ଡାଉନ୍‌ ଆରମ୍ଭ ଠାରୁ ଦୁଇମାସ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଛାଡ, ଅଚଳ ହୋଇପଡିଥିବା ଚିନିକଳ, ଲୁଗାକଳ, ଝୋଟ କଳ, କାଗଜ କଳ ଆଦିକୁ କାର୍ଯ୍ୟକ୍ଷମ କରିବା, ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଫି’ ଛାଡ କରିବା, ଏମ୍‌ଜିଏନଆର୍‌ଇଜିଏସରେ ସର୍ବନିମ୍ନ ମଜୁରୀ ୩ ଶହ ଟଙ୍କାକୁ ବୃଦ୍ଧି କରିବା ଆଦି ଉଲ୍ଲେଖ କରାଯାଇଥିଲା। ନାଗରିକ ସାମ୍ମୁଖ୍ୟର ଆବାହକ ଭଗବାନ ସାହୁ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶଙ୍କର ସାହୁ, ସୋମନାଥ ବେହେରା, ଅବନୀ ଗୟା ପ୍ରମୁଖଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧଜୀବୀ ପଦଯାତ୍ରାରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା

ଚମ୍ପୁଆ, ୯।୯(ଡି.ଏନ.ଏ.)-ଚମ୍ପୁଆ ଓ ଯୋଡା ବ୍ଲକରେ ଚିଲଡ୍ରେନ ସ୍କୁଲ ବ୍ୟାଗ ପଲିସିକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ବିଦ୍ୟାଳୟସଗୁଡ଼ିକ...

ମଡେଲିଂରୁ ଅଭିନୟ : ଯୁବପ୍ରତିଭା ସୌମ୍ୟରଞ୍ଜନ

ବାରିପଦା ଅଫିସ,୨୬।୫- ପାଠପଢ଼ା ସହିତ ଜଣେ ସଫଳ ଅଭିନେତା ହେବାକୁ ପିଲାଦିନୁ ସେ ସ୍ବପ୍ନ ଦେଖିଥିଲେ। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେ ନିରନ୍ତର...

ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଯାଜପୁର ରୋଡ୍‌,୨୧।୮ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି...

ବରୀରେ ବାତ୍ୟା ‘ଅମ୍ପନ’ର ପ୍ରଭାବ: ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ୍‌ ସରବରାହ ବନ୍ଦ

ରତ୍ନଗିରି/ବରୀ, ୨୦।୫(ଡି.ଏନ୍‌.ଏ./ସ୍ବ.ପ୍ର.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ...

ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର,୯।୨(ବ୍ୟୁରୋ)- ଗଞ୍ଜାମ ଜିଲାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟିଥିବା ବସ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଭୀର ଶୋକ ପ୍ରକାଶ...

ସମ୍ପତ୍ତି ପାଇଁ ବାପାଙ୍କୁ ଆକ୍ରମଣ, ଅଭିଯୁକ୍ତ ପୁଅ ଅଟକ

ଓଡ଼ଗାଁ,୧୩ା୧୨(ସ୍ବ.ପ୍ର.): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସାକେରୀ ପଞ୍ଚାୟତର ଗର୍ଜନୀ ଗ୍ରାମରେ ଗୁରୁବାର ସମ୍ପତ୍ତିକୁ ନେଇ ସାନପୁଅ ଆକ୍ରମଣରେ ବୃଦ୍ଧ ବାପା ଗୁରୁତର ହୋଇଛନ୍ତି। ଗୁରୁତର...

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଝାରବନ୍ଧ,୧୦।୫(ଡି.ଏନ.ଏ): ବରଗଡ଼ ଜିଲା ଜଗଦଲପୁରସ୍ଥିତ ଏକ ସୋ ରୁମରୁ ନୂଆ ବାଇକ୍‌ କିଣି ସେଥିରେ ଘରକୁ ଫେରିବା ବାଟରେ ରବିବାର ଜଣେ ଯୁବକ ଦୁର୍ଘଟଣା ସମ୍ମୁଖୀନ...

ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

Play 250+ Trending Games
Archives

Model This Week

Why Dharitri