ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ

ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଗତ ମଙ୍ଗଳବାର ସକାଳୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବୁଧବାର ବନ୍ୟାଜଳ ବିଭିନ୍ନ ରାସ୍ତାରେ ପ୍ରବାହିତ ହେଉଥିବା ଦେଖାଯାଇଛି ା ବନ୍ୟା ଯୋଗୁ ଗଣିଆ ବ୍ଲକର ଛାମୁଣ୍ଡିଆ ଓ ବଡଶିଲିଙ୍ଗା ପଞ୍ଚାୟତର ୬୩ ଗାଁ, ରାସଙ୍ଗ ପଞ୍ଚାୟତର ୬, କିଶୋରପ୍ରସାଦ ପଞ୍ଚାୟତର ୨ ଓ ବେଲପଡା ପଞ୍ଚାୟତର ୨ ଗାଁ ଏପରି ମୋଟ ୭୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ତେବେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ା
ଗଣିଆ-କୁତୁରୀ ପୁରୁଣା ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ବୁଧବାର ସକାଳୁ ପ୍ରାୟ ୪ରୁ ୭ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ା ଏହି ରାସ୍ତାର ରାସଙ୍ଗରୁ କାଦୁଆ ପ୍ରାୟ ୧କିମି ପର୍ଯ୍ୟନ୍ତ ୫ରୁ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ା ମଣିଭଦ୍ରା ଠାରୁ କଳାପାଟ ଓ ବୃତ୍ତଙ୍ଗ ନଦୀ ପାର୍ଶ୍ୱ ଅଞ୍ଚଳ, ବେଣ୍ଟପଡା ଠାରୁ ଛାମୁଣ୍ଡିଆ ୧କିମି, ଛାମୁଣ୍ଡିଆ ଠାରୁ ମୁଦୁଲିଗାଡିଆ ୫କିମି, ବେଠିଆସାହି ଠାରୁ କୁତୁରୀ ୮କିମି ମଧ୍ୟରେ ୪ଫୁଟରୁ ୭ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବଡଶିଲିଙ୍ଗା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ପଞ୍ଚାୟତକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି ା ସେହିପରି ଛାମୁଣ୍ଡିଆ ପଞ୍ଚାୟତର ବଡମୂଳ, ମାଳିସାହି, ବେଠିଆସାହି, ମୁଦୁଲିଗାଡିଆ, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ଗୋପୀନାଥପୁର , ବେଣ୍ଟପଡା, ଈଶ୍ୱରପୁର, ବେଣ୍ଟପଡା ମାଳିସାହି, ରାଇଗାଡିଆ ଓ ମହନାପଦା ଗ୍ରାମ ପାଣି ଘେରରେ ରହିଥିବାରୁ ଯିବା ଆସିବା ସମ୍ଭବ ହେଉନାହିଁ ା ଅନ୍ୟପରି ରାସଙ୍ଗ ପଞ୍ଚାୟତର ଡଙ୍କାରିସାହି, କେନ୍ଦୁପଲ୍ଲୀ, କାଦୁଆ, ହଟିଆପଲ୍ଲୀ, ବସନ୍ତପୁର, ଓସ୍ତିଆ, ରାସଙ୍ଗ, ବେଲପଡା ପଞ୍ଚାୟତର ୱାଲିପୁର, ରାଉତପଡା ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ପାଣି ଘେରରେ ରହିଛି ା ଛାମୁଣ୍ଡିଆ ଗ୍ରାମର ତଳବଜାର, ବେଲପଡା ପଞ୍ଚାୟତର ରାଉତପଡା, ୱାଲିପୁର ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରିଛି ା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଲୋକମାନଙ୍କଠାରୁ ସୂଚନା ମିଳିଛି ା ମହାନଦୀର ବଡ଼ମୂଳଠାରେ ୩୮ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ା ଏଠାରେ ବିପଦ ସଙ୍କେତ ୪୦ଫୁଟ୍‌ ରହିଛି ା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ , ବିଡିଓ ମାନସ ରଞ୍ଜନ ସାମଲ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ବୁଧବାର ଅପରାହ୍ନରେ ଗଣିଆ ବ୍ଲକ ରାସଙ୍ଗ ଠାରେ ପହଞ୍ଚତ୍ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ା ରାସଙ୍ଗଠାରେ ମହଜୁଦ ଥିବା ମୋଟର ଲଞ୍ଚର ଇଞ୍ଜିନ ଖରାପ ଯୋଗୁ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବିଡିଓ ବନ୍ୟାଞ୍ଚଳ ପରିଦର୍ଶନ କରି ନ ପାରି ଫେରିଯାଇଥିଲେ ା ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସକାଳ ୧୦ଟାରୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ଅନ୍ୟପକ୍ଷେ ବୁଧବାର ବର୍ଷା ହେଉ ନ ଥିବାରୁ ସନ୍ଧ୍ୟା ୬ଟା ସୁଦ୍ଧା ଖବର ଲେଖା ହେବା ଯାଏ ଜଳସ୍ତର କମି ୩୭.୭ରେ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୪ ସୁଦ୍ଧା ସରିବ ସବୁ ପରୀକ୍ଷା

କଟକ ଅଫିସ,୨୭ା୫: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍‌ ୧୭ ପରେ ବିଶ୍ୱବିଦ୍ୟାଳୟ ଖୋଲିଲେ ବାକି ଥିବା ସମସ୍ତ ପରୀକ୍ଷା...

କୋର୍ଟରେ ଦାଖଲ ହେଲା ବନ୍ଧୁକ

ବ୍ରହ୍ମପୁର ଅଫିସ,୧୯ା୭: ଜଣେ ବିଲ୍‌ଡରଙ୍କୁ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ୧୬ଲକ୍ଷ...

ବାହାର ରାଜ୍ୟରେ ଫସିଛନ୍ତି ମୟୂରଭଞ୍ଜର ଶତାଧିକ ଯୁବକ

ବାରିପଦା ଅଫିସ, ୨୯ା୩- ମୟୂରଭଞ୍ଜ ଜିଲାର ବିିଭିନ୍ନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶତାଧିକ ଯୁବକ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ଉଦ୍ଧାର...

ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ,...

ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର...

୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର...

ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା।  ପରେ ବଳଭଦ୍ରଙ୍କର...

ଭଦ୍ରକ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭଦ୍ରକ ଅଫିସ, ୨୭।୧୨: ଭଦ୍ରକ ପୌରପାଳିକାରେ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ବ୍ୟବସ୍ଥା। ଗତ ୧୮ ତାରିଖରେ ସାଉଦି ଆରବରୁ ଫେରିଥିବା ଜଣେ ଯୁବକ କରୋନା ପଜିଟିଭ୍‌...

Advertisement
Archives

Model This Week