ଗଣମାଧ୍ୟମର ତଣ୍ଟି ଚିପୁଛି କରୋନା

ପ୍ୟାରିସ୍‌,୨୨ା୪ : କରୋନା ମହାମାରୀ ସାରା ବିଶ୍ୱରେ ଗଣମାଧ୍ୟମ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଥିବା ‘ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ’ ପକ୍ଷରୁ ସତର୍କ କରିଦିଆଯାଇଛି। ବିଶ୍ୱ ଗଣମାଧ୍ୟମ ସ୍ବାଧୀନତାର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ମଙ୍ଗଳବାର ଏହି ମିଡିଆ ଓ୍ବାଚ୍‌ଡଗ୍‌ କହିଛି, ସ୍ବାସ୍ଥ୍ୟ ସଙ୍କଟକୁ ବାହାନା ଭାବେ ନେଇ ବିଭିନ୍ନ ଦେଶର ସରକାର ସ୍ବାଭାବିକ ସମୟରେ ଅସମ୍ଭବ ଥିବା ପଦକ୍ଷେପମାନ ଲାଗୁ କରିପାରନ୍ତି। ମହାମାରୀ ଯୋଗୁ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ସରକାର ଏହାର ଫାଇଦା ନେବେ। ଏହି ସମୟରେ ଜନସାଧାରଣ ମଧ୍ୟ ପ୍ରତିବାଦ କରିପାରିବେ ନାହିଁ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।
ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଉତ୍ତର କୋରିଆ ନିମ୍ନରେ ରହିଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନରଓ୍ବେ ଶୀର୍ଷରେ ରହିଛି। ମୋଟ ୧୮୦ଟି ଦେଶ ଓ ଭୂଖଣ୍ଡକୁ ନେଇ ଏହି ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ଆମେରିକାର ପ୍ରେସ୍‌ ସ୍ବାଧୀନତା ସନ୍ତୋଷଜନକ ବୋଲି କୁହାଯାଇଛି। ସେଠାରେ ଖବରଦାତାଙ୍କୁ ସର୍ବସାଧାରଣରେ ଅପମାନ, ଧମକ ଓ ହଇରାଣ କରାଯିବା ଗତବର୍ଷ ବଡ଼ ସମସ୍ୟା ଥିଲା। ପ୍ରେସ୍‌ ସ୍ବାଧୀନତା ତାଲିକାରେ ଆମେରିକା ୪୫ତମ ସ୍ଥାନରେ ରହିଛି। ୟୁରୋପ, ଆଫ୍ରିକା, ଏସିଆ, ଓସ୍‌ନିଆ, ଦକ୍ଷିଣ ଆମେରିକା ଓ କାରିବିଆନ୍‌ ଦେଶଗୁଡ଼ିକ ଏହି କ୍ଷେତ୍ରରେ ଆମେରିକାଠାରୁ ଆଗରେ ରହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କେତେକ ଖବରଦାତା ଓ ଗଣମାଧ୍ୟମ ସଂସ୍ଥା ପ୍ରତି ରହିଥିବା ଶତ୍ରୁତା ମନୋଭାବ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି କାରଣରୁ ବିଭିନ୍ନ ସମୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି।

ଦୁଇପାଦ ତଳକୁ ଖସିଛି ଭାରତ

ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସରେ ପ୍ରକାଶିତ ତଥ୍ୟାନୁସାରେ ଭାରତ ଦୁଇପାଦ ତଳକୁ ଖସିଯାଇଛି। ୨୦୧୯ରେ ଗଣମାଧ୍ୟମ ସ୍ବାଧୀନତା କ୍ଷେତ୍ରରେ ଭାରତ ୧୪୦ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ୧୪୨ତମ ସ୍ଥାନ ଅଧିକାର କରିଛି। ନରେନ୍ଦ୍ର ମୋଦି ସରକାରଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ଏଥିପାଇଁ ଦାୟୀ କରାଯାଇଛି। ସୋସିଆଲ ମିଡିଆରେ ଖବରଦାତାମାନଙ୍କ ବିରୋଧରେ ଚାଲିଥିବା ଘୃଣା ଅଭିଯାନ ଏବଂ ପୋଲିସର ବର୍ବରତା ସ୍ଥିତିକୁ ଅଧିକ ସଙ୍ଗିନ କରିଥିବା ଏଥିରେ ଦର୍ଶାଯାଇଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତର କୋରିଆ (୧୮୦), ଭିଏଟ୍‌ନାମ (୧୭୫), ସିରିଆ (୧୭୪), ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ୧୪୫ତମ ଓ ବାଂଲାଦେଶ ୧୫୧ତମ ସ୍ଥାନ ଅଧିକାର କରିଛି। ସୂଚକାଙ୍କରେ ଶ୍ରୀଲଙ୍କା ଓ ନେପାଳର ସ୍ଥାନ ରହିଛି ଯଥାକ୍ରମେ ୧୨୭ ଓ ୧୧୨।

ଭୂତାଣୁଠାରୁ ଭୟଙ୍କର ଗୁଜବ

‘ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ’ ଅନୁସାରେ ଭବିଷ୍ୟତର ସାମ୍ବାଦିକତା ପ୍ରତି ଅର୍ଥନୈତିକ ଓ ଛଟେଇ ବିପଦ ରହିଛି। ଡିଜିଟାଲ ପ୍ରଯୁକ୍ତିର ଦୁର୍ବଳ ନିୟନ୍ତ୍ରଣ ସୂଚନା ଅରାଜକତା ସୃଷ୍ଟି କରିଛି। ତଥ୍ୟ, କାଳ୍ପନିକ କାହାଣୀ, ପ୍ରଚାର ଏବଂ ବିଜ୍ଞାପନ ମଧ୍ୟରେ ଏକ ଅସ୍ପଷ୍ଟ ରେଖା ଦେଖାଦେଇଛି। ମହାମାରୀକୁ ନେଇ ଗୁଜବ ଓ ମିଥ୍ୟା ଖବର ଭୂତାଣୁ ବ୍ୟାପିବା ଭଳି ଦ୍ରୁତଗତିରେ ପ୍ରସାରିତ ହେଉଛି। ଏପରି ସମୟରେ ସାମ୍ବାଦିକମାନଙ୍କୁ ସମାଜର ବିଶ୍ୱସ୍ତ ତୃତୀୟ ପକ୍ଷ ଭାବେ ସେମାନଙ୍କ ଭୂମିକା ନିର୍ବାହ ଲାଗି ସମର୍ଥ କରାଇବାରେ ସଚେତନତା ସୃଷ୍ଟି ଲାଗି ଜନସାଧାରଣ ଆଗେଇ ଆସିବା ଆବଶ୍ୟକ ବୋଲି ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri