‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା, ରାଲି, ଧାରଣା ଚାଲିଥିବା ବେଳେ ବୁଦ୍ଧିଜୀବୀମାନେ ନୀରବ ରହିବା ପରିତାପର ବିଷୟ। ସେମାନେ ଦେଶର ବୃହତର ସ୍ବାର୍ଥଦୃଷ୍ଟିରୁ ସ୍ପଷ୍ଟ ମତସାବ୍ୟସ୍ତ କରିବା ଅତି ଜରୁରୀ ବୋଲି ବୁଧବାର ବାଲିଆପାଳର ପୁରାତନ ସାରସ୍ବତ ଅନୁଷ୍ଠାନ ସୃଜନିକାର ନବବର୍ଷ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସୃଜନିକା ସଭାପତି ସୁଧାଂଶୁ ଶେଖର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରେବତୀର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟଅତିଥି, ଉକତ୍ଳ ସମ୍ମିଳନୀ ରାଜ୍ୟ ସଭାପତି ଡ.ଅଦ୍ୱୈତ କୁମାର ପାତ୍ର ମୁଖ୍ୟବକ୍ତା, ଜଳେଶ୍ୱର ଦୀନକୃଷ୍ଣ ସ୍ମୃତିପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ଶିକ୍ଷକ ନେତା ନାରାୟଣ ପ୍ରସାଦ ସାହୁ, ଡା.ପ୍ରଦୀପ କୁମାର ମିଶ୍ର, କବି ଭରତ ଚନ୍ଦ୍ର ଦାସ, ଶାନ୍ତନୁ ପଟ୍ଟନାୟକ, ଗାୟକ ଜୟନ୍ତ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ା ସୃଜନିକା ଆବାହକ ଅଧ୍ୟାପକ ସୁକାନ୍ତ ଗିରି ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଦ୍ଧେନ୍ଦୁ ପାଣିଗ୍ରାହୀ, ସନ୍ନ୍ୟାସୀ ବେହେରା, ନଳିନୀକାନ୍ତ ପାଢୀ, ଅମରେନ୍ଦ୍ର ଦାସ, କବି ଭାରତୀ ସରିତା ମହାନ୍ତି, ଡ.ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ସାରସ୍ବତ ବନ୍ଧୁମିଳନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ ା ଅତିଥିମାନେ ଅନୁଷ୍ଠାନର ମୁଖପତ୍ର ସୃଜନିକା, କବୟିତ୍ରୀ ଶାନ୍ତିଲତା ପଣ୍ଡାଙ୍କ ଆମ୍ରପଲ୍ଲୀ, ସରିତା ମହାନ୍ତିଙ୍କ ମଧୁମକ୍ଷିକା, ବିଜୟ ପାତ୍ରଙ୍କ ଅୟସୀକାନ୍ତା ଆଦି ପୁସ୍ତକଗୁଡିକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ଉତ୍ସବରେ ରାଜ୍ୟର ୪୧ ଜଣ ଅବହେଳିତ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ଅସିତ ପଣ୍ଡା, ଡ.କୃଷ୍ଣାକୁମାରୀ ନାୟକ, ସେହ୍ନଲତା ନାୟକ, ସୁଷମାରାଣୀ ମହାନ୍ତି, ଗୋପନାରାୟଣ ଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବଳରାମ ସାହୁ, ଅରୁଣ ଜେନା, ଅରବିନ୍ଦ ବେହେରା, ବ୍ୟୋମକେଶ ସାହୁ, ରବିରଞ୍ଜନ ତ୍ରିପାଠୀ, ରାମରଞ୍ଜନ ରାଉତ, ଅଧ୍ୟାପକ ନିରଞ୍ଜନ ବେହେରା, ବିଜୟ ପରିଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଝାଟିଆ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ସମ୍ମୁଖରେ ଧାରଣା

ଖଇରା, ୧୨।୫: ବାଲେଶ୍ୱର ଜିଲା ଖଇରା ବିଦ୍ୟୁତ୍‌ ଉପଖଣ୍ଡରେ କ୍ରମାଗତ ୩ମାସ ଧରି ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତା ହଇରାଣ ହେଉଛନ୍ତି। ଗତ ୩ଦିନ ଧରି ରାତିତମାମ...

ବୁଲେଟ୍‌ ନେଇ ବାହାରି ଆସିଥିଲେ ଘରୁ, ସକାଳେ ସନ୍ଦେହ ଜନକ ଭାବେ ମିଳିଲା ମୃତଦେହ

ଚାନ୍ଦବାଲି,୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ମିଳିଛି। ସେ ହେଲେ...

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦ା୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ...

ମନ୍ଥର ଗତିରେ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍‌ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ...

ଗେଷ୍ଟ୍‌ ହାଉସ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ବାଲେଶ୍ୱର,୭ା୭(ମାନସ ବିଶ୍ୱାଳ): ବାଲେଶ୍ବର ରାଜା ବଗିଚାସ୍ଥିତ ଗେଷ୍ଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଗେଷ୍ଟ ହାଉସ୍‌ ନିକଟ ଏକ ଗଛରେ...

ନିଲମ୍ବିତ ହେଲେ ତତ୍କାଳୀନ ପିଇଓ

ନୀଳଗିରି, ୨୨।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘରକୁ ଏକ ଦମ୍ପତି ହାତେଇବା ଘଟଣା ନେଇ ବାଲେଶ୍ୱର ଜିଲାପାଳଙ୍କଠାରେ...

୩ ମାସ ହେଲାଣି ଗଛରେ ଉଡୁଛି ଜାତୀୟ ପତାକା

ନୀଳଗିରି, ୧୭।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପଣସ ଗଛରେ ଦୀର୍ଘ ୩ ମାସ ଧରି ଏକ ଜାତୀୟ ପତାକା...

ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ...

Advertisement
Archives

Model This Week