Posted inଜାତୀୟ

ଗଡ୍‌ସେ ନା ଗାନ୍ଧିଜୀଙ୍କ ପକ୍ଷରେ: ନୀତୀଶଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ

ପାଟନା,୧୯ା୨(ପି.ଟି.): କ୍ଷମତା ପାଇଁ ଭାଜପା ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜନୈତିକ ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ଜେଡିୟୁ ନେତା ଭାବରେ ସେ ନାଥୁରାମ ଗଡ଼୍‌ସେ ନା ମହାତ୍ମା ଗାନ୍ଧୀଙ୍କ ପକ୍ଷରେ ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଆହ୍ବାନ ଦେଇଛନ୍ତି। ଜେଡିୟୁ ନେତା ଗାନ୍ଧୀବାଦୀ ବିଚାରଧାରା ସହ ରହିପାରିଲେ ନାହିଁ। ତାହା ପରିବର୍ତ୍ତେ ସେ ଗଡ୍‌ସେଙ୍କ ସମର୍ଥକମାନଙ୍କ ପକ୍ଷ ନେଲେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି। ଜେଡିୟୁରୁ ବହିଷ୍କୃତ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଖବରଦାତା ସମ୍ମିଳନୀ।
ବିହାର ମୁଖ୍ୟମନ୍ତ୍ରୀ ଗାନ୍ଧୀନୀତି ପ୍ରତି ତାଙ୍କର ପ୍ରତିବଦ୍ଧତା ପାଳନ ନ କରିବା ଏବଂ ଭାଜପା ସହ ମେଣ୍ଟ କରିବାରୁ ତାଙ୍କ ସହିତ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ବୋଲି ପ୍ରଶାନ୍ତ କିଶୋର ସ୍ବୀକାର କରିଛନ୍ତି। ଗାନ୍ଧୀ, ଜୟପ୍ରକାଶ ଓ ଲୋହିଆଙ୍କ ବିଚାରଧାରାରୁ କଦାପି ନିବୃତ୍ତ ହେବେନାହିଁ ବୋଲି କହୁଥିବା ନୀତୀଶଜୀ କିପରି ଗଡ୍‌ସେ ବିଚାରଧାରାର ସମର୍ଥକମାନଙ୍କ ସହ ଏକାଠି ହୋଇପାରିଲେ ବୋଲି ପ୍ରଶାନ୍ତ ପ୍ରଶ୍ନ କରିଛନ୍ତି। ଯଦି ସେ ଭାଜପାରେ ରହିବାକୁ ଚାହୁଁଛନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ, ତେବେ ଏକସଙ୍ଗେ ଉଭୟ ପକ୍ଷରେ ହୋଇପାରିବେ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।
ନୀତୀଶ କୁମାର ସରକାରଙ୍କ ବିକାଶ ମଡେଲକୁ ନେଇ ପ୍ରଶାନ୍ତ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଏଭଳି ସମାଲୋଚନାରେ ଜେଡିୟୁ କ୍ଷୁବ୍ଧ ହୋଇଛି। ରାଜନୀତିରେ ବୁଡ଼ି ନ ରହି ନିଜ କାମରେ ମନ ଦେବା ପାଇଁ ଜେଡିୟୁ ତାଙ୍କୁ ପରାମର୍ଶ ଦେଇଛି। ଏବେ ତାଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ କାମ କରିବାକୁ ହେବ। ବ୍ୟବସାୟକୁ ଆଗେଇନେବା ପାଇଁ ସମୟ ଦେବା ତାଙ୍କ ପାଇଁ ଭଲ ହେବ ବୋଲି ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା...

ଜୁନ୍‌ରେ ୧୦ କୋଟି ଡୋଜ୍‌ ଟିକା ପ୍ରସ୍ତୁତ କରିବ ସେରମ୍‌

ନୂଆଦିଲ୍ଲୀ,୩୦।୫: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) ଜୁନ ମାସରେ କୋଭିଶିଲ୍ଡ ଟିକା ୯-୧୦ କୋଟି ଡୋଜର ଉତ୍ପାଦନ ତଥା ଯୋଗାଣ ବିଷୟରେ ସରକାରଙ୍କୁ ସୂଚନା...

ରାତାରାତି ପାଲଟିଲେ କୋଟିପତି, ମାଛ ବିକି ପାଇଲେ ୧.୩୩ କୋଟି…

ପାଲଘର,୧।୯: କଥାରେ ଅଛି ଭାଗ୍ୟରେ ପରିବର୍ତ୍ତନ ଅସିଲେ ମାଟି ଧରିଲେ ସୁନା ପାଲଟି ଯିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ପାଲଘରର ଜଣେ ମତ୍ସ୍ୟଜୀବୀ...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ...

ଏନ୍‌ପିଆର୍‌-ଏନ୍‌ଆର୍‌ସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୫ା୧୨ (ପି.ଟି./ଆଇଏଏନ୍‌ଏସ୍‌): ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ମଧ୍ୟରେ କିଛି ସମ୍ପର୍କ ନାହିଁ। ତେଣୁ ଏନପିଆର୍‌କୁ ନେଇ ରାଜ୍ୟ...

ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା

ଗୁଆହାଟୀ,୨୫।୪: ଆସାମର ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ୬୦ ଓ୍ବାର୍ଡ ବିଶିଷ୍ଟ ଏହି ପୌର ନିଗମର ୫୮ ଓ୍ବାର୍ଡରେ ଭାଜପା ଏବଂ...

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪...

Advertisement
Archives

Model This Week