ଗଞ୍ଜେଇ, କଫ୍‌ ସିରପ୍‌ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠାବ କରିଛି। ଏହା ବରପାଲି ରାସ୍ତାର ଏକ ଢାବା ନିକଟରେ ଠାବ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମହାନ୍ତିପଡ଼ାର ଶେଖ ମଇନୁଦ୍ଦିନ, ୱାର୍ଡ ନଂ-୧୧ର ଶେଖ ହଇଦାନ, ବିଞ୍ଝାଲପଡ଼ାର ଲିଙ୍ଗରାଜ ମେହେର, ଭଟଲି ଥାନା ନୂଆଗଡ଼ର କମଳ ବେହେରା, ବଡ଼ମାଳର ସୂର୍ଯ୍ୟକାନ୍ତ ସାହୁ ଏବଂ ପରେଶ ସାହୁ। ସେମାନଙ୍କ ପାଖରୁ ୩ଟି ୪ଚକିଆ ଗାଡ଼ି, ୭୨ କି.ଗ୍ରା ଗଞ୍ଜେଇ, ୧୬୦୦ ବୋତଲ କଫ୍‌ ସିରପ୍‌, ୮ଟି ମୋବାଇଲ, ନଗଦ ୨ଲକ୍ଷ ୮୯ହଜାର ୮ଶହ ଟଙ୍କା, ୨ଟି ପିସ୍ତଲ ଏବଂ ୧୭ଟି ଗୁଳି ଜବତ କରାଯାଇଛି। ବରପାଲି ଥାନାରେ ଏ ନେଇ ଏକ ମାମଲା ୭୫/୨୦ରେ ରୁଜୁ ହୋଇଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲିକ ନ କଲେ ଆଣ୍ଟିଜେନ ଟେଷ୍ଟ, ସିଲ୍‌ ହେବ ଦୋକାନ

ଗଞ୍ଜାମ,୧୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ଗଞ୍ଜାମ ସହରରେ ଥିବା ସମସ୍ତ ଦୋକାନ ମାଲିକମାନେ ଆଣ୍ଟିଜେନ ଟେଷ୍ଟ...

କାରାଗାରରେ ଖୁନ୍ଦାଖୁନ୍ଦି କଏଦୀ

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ବ୍ରିଟିଶ ଶାସନ ଅମଳର କାମାକ୍ଷାନଗର ଉପକାରାଗାରରେ ସ୍ଥାନ ଅଭାବରୁ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏଠାରେ କ୍ଷମତା ତୁଳନାରେ ପ୍ରାୟ ଦେଢ଼ଗୁଣା ଅଧିକ କଏଦୀ...

ଏଣିକି ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ସୋମବାରଠାରୁ ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ଲୋକଙ୍କ  ମୃତଦେହ ସତ୍କାର କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ, କେବଳ...

ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ, ୧୭।୫ ଅନୁଗୋଳ ସହର ତଥା ବିଭିନ୍ନ ଅଞ୍ଚଳରେ ଭଳିକି ଭଳି ମଲ୍‌, ଶୋ’ରୁମ୍‌ ମୁଣ୍ଡ ଟେକିଛି। କିନ୍ତୁ ଏସବୁ ମଧ୍ୟରୁ ଅନେକରେ ଅଗ୍ନି...

ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ

ରାଉରକେଲା ଅଫିସ୍‌, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି।...

ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ସାଙ୍ଗକୁ ଦେଖାକରି ଫେରୁଥିବା ବେଳେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି,୩୦।୧: ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଲାଞ୍ଜିପଦ- ଜିରାଙ୍ଗ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ...

ଜ୍ୱାଇଁଙ୍କୁ ଶ୍ୱଶୁରଙ୍କ ଛୁରାମାଡ

ଦିଗପହଣ୍ଡି,୧୮ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଜ୍ୱାଇଁଙ୍କୁ ଶ୍ବଶୁର ଛୁରାମାଡ କରିଛନ୍ତି। ଆହତ ଯୁବକ ଜଣକ...

୨୧ ହଜାର ଟଙ୍କା ସହ ଧରାପଡ଼ିଲେ

ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ...

Advertisement
Archives

Model This Week