ଗଞ୍ଜାମ ସୀମାନ୍ତ ଚେକ୍‌ ପୋଷ୍ଟ, ଏନ୍‌ଏଚ୍‌ରୁ ଶ୍ରମିକଙ୍କୁ ନିଜ ଜିଲାକୁ ପଠାଉଛି ଜିଲା ପ୍ରଶାସନ-ପୋଲିସ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚାଲି ଚାଲି ଅନ୍ୟ ରାଜ୍ୟକୁ ତଥା ନିଜ ଘରକୁ ଫେରୁଥିବା ଶ୍ରମିକଙ୍କୁ ଗଞ୍ଜାମ ଜ଼ିଲା ସୀମାନ୍ତ ଗିରିଶୋଳା ଚେକପୋଷ୍ଟ ଏବଂ ଜାତୀୟ ରାଜପଥରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଉଛି। ପରେ ଉକ୍ତ ଶ୍ରମିକଙ୍କୁ ନିଜ ଜ଼ିଲାକୁ ବସ ଯୋଗେ ପଠାଯାଉଛି। ବସ୍‌ ଭଡ଼ା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଭରଣା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ବସ ଭଡା କରିବାକୁ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କଠାରୁ ଗଞ୍ଜାମ ଜ଼ିଲାପାଳଙ୍କୁ ଚିଠି ଆସିଥିଲା। ସେହିପରି ଗିରିଶୋଳା- ଆନ୍ଧ୍ର ସୀମାନ୍ତ ଚେକପୋଷ୍ଟରେ ଗଞ୍ଜାମ ଦେଇ ଏବଂ ଜାତୀୟ ରାଜପଥରେ ଚାଲି ଯାଉଥିବା ଉଦ୍ଧାର କରି ନିଜ ଜିଲାକୁ ବସ ଯୋଗେ ପଠାଇବା ବ୍ୟବସ୍ଥା କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଆସିଥିଲା। ଏହିପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ଏବଂ ୨ ଏସ୍‌ପି ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବାହାର ଶ୍ରମିକଙ୍କୁ ନିଜ ଜ଼ିଲ୍ଲା କୁ ବସ ଯୋଗେ ପଠାଇବାର ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି ଜାତୀୟ ରାଜପଥ ଓ ଆନ୍ଧ୍ର ସୀମାନ୍ତ ଚେକପୋଷ୍ଟରେ ୧୦ ଟି ବସ୍‌ ର ବ୍ୟବସ୍ଥା କରାଯାଇ ଶ୍ରମିକଙ୍କୁ ନିଜ ଜିଲାକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜ଼ିଲାପାଳଙ୍କୁ ଚିଠି ଆସିଥିଲା।

ଗତ ୩ ଦିନ ମଧ୍ୟରେ ଗିରିଶୋଳା ଚେକପୋଷ୍ଟରେ ଚାଲି କରି ଯାଉଥିବା ୨୭୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କୁ ବସ ଯୋଗେ ସେମାନଙ୍କ ଜ଼ିଲାକୁ ପଠାଇଛି। ଏଥିସହ ଉଭୟ ପୋଲିସ ଜ଼ିଲାର ବିଭିନ୍ନ ଥାନା ପୋଲିସ ଜାତୀୟ ରାଜପଥରୁ ମଧ୍ୟ ଶ୍ରମିକ ଙ୍କୁ ଉଦ୍ଧାର କରି ତାଙ୍କ ଜ଼ିଲାଜୁ ବସ ଯୋଗେ ପଠାଇଛି। ଶନିବାର ଗଞ୍ଜାମ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ୪୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରି କଳାହାଣ୍ଡି ଜ଼ିଲାକୁ ପଠାଇଛି। ସେହିପରି ଜାତୀୟ ରାଜପଥରେ ଚାଲ ଚାଲି ଯାଉଥିବା ୧୦୦ ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଝାରଖଣ୍ଡ, ବାଲେଶ୍ୱର ଓ ଭଦ୍ରକକୁ ୨ ଟି ବସ ଯୋଗେ ପଠାଯାଇଛି। ସମସ୍ତ ଥାନାକୁ ଏସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ

ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ମୋରଡ଼ା ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ଡିଜେ ପ୍ରତିଯୋଗିତା ବେଳେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଫଳର ଏହା...

ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା

ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ...

ମେଗା ପାନୀୟ ଜଳ ପ୍ରକଳ୍ପରୁ ସହର ବଞ୍ଚିତ ହେବା ନେଇ ଅସନ୍ତୋଷ

ବିଷମକଟକ,୨୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୨୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା, ସଭ୍ୟ ଯୋଗ...

ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା...

ଧାନ ରଖି ରାଜପଥ ଅବରୋଧ କଲେ ଚାଷୀ

ଲଖନପୁର,୨୫।୧: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ସେବା ସମବାୟ ସମିତିର ଚାଷୀଙ୍କୁ ଟୋକନ ପ୍ରଦାନରେ ଅବହେଳା କରାଯାଇଛି। ଫଳରେ ସମିତିର ୧୭୨ଜଣ ଚାଷୀ ଧନ...

୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ ୨୫ ହଜାର ତଣ୍ଡ

କଟକ ଅଫିସ,୫ା୧୧: ୬ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ କଟକ ବକ୍ସିବଜାରସ୍ଥିତ ବଜାର କୋଲକାତା ଶପିଂ ମଲ ତଣ୍ଡ ଗଣିବ। ଉକ୍ତ ଶପିଂ ମଲ୍‌କୁ ଜିଲା ଖାଉଟି...

ତାରାତାରିଣୀ ପୀଠ ଖାଁ ଖାଁ: ବାସନ୍ତୀ ଦୂର୍ଗା ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା କଟକଣା ମଧ୍ୟରେ...

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜେଲ୍‌ ଗଲେ ୪ ଅଭିଯୁକ୍ତ

ଚାନ୍ଦବାଲି, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିରୁ ଅପେରା ଦେଖି ଫେରୁଥିବା ବେଳେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ସ୍ଥାନୀୟ ପୋଲିସ ଗୁରୁବାର ଅନ୍ୟ ୩ ଅଭିଯୁକ୍ତଙ୍କୁ...

Advertisement
Archives

Model This Week