ଗଞ୍ଜାମ ବସ୍‌ ଦୁର୍ଘଟଣା ଏସ୍‌ସିବିରେ ଆହତଙ୍କୁ ଭେଟିଲେ ଭାଜପା ରାଜ୍ୟ ସଭାପତି

କଟକ ଅଫିସ,୧୧ା୨: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅଧୀନ ମେଣ୍ଢରାଜପୁର ଛକରେ ରବିବାର ଅପରାହ୍ନରେ ସିଲ୍‌କ ସିଟି ନାମକ ଏକ ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନେକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସୋମବାର ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏସ୍‌ସିବି ମେଡିକାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ବେଳେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, କଟକ ଜିଲା ସଭାପତି ପ୍ରକାଶ ବେହେରା, ମାହାଙ୍ଗା ଭାଜପା ନେତା ବିଭୁପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ...

ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବଣାଇ ବିଧାୟକଙ୍କ ପିଏସ୍‌ଓ

ସୁନ୍ଦରଗଡ଼,୧୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷଣ ମୁଣ୍ଡାଙ୍କ ପିଏସ୍‌ଓ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ...

ଜମି ହରାଇବା ଆଶଙ୍କାରେ ଚାଷୀ

କଳିଙ୍ଗନଗର,୫ା୨(ଡି.ଏନ.ଏ.): ଐତିହ୍ୟ ବ୍ୟାସସରୋବର ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରକିୟା ଆରମ୍ଭ ହୋଇଛି। ଏଥିଲାଗି ୨୯୪ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜିଲା ଖଣିଜ...

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି। ତେବେ...

ପିଆଇଏଲ୍‌ ପୂର୍ବରୁ ପ୍ରତିପକ୍ଷଙ୍କୁ ସମୟ ଦିଅ

ଭୁବନେଶ୍ୱର, ୪।୪(ବ୍ୟୁରୋ):  ଦିନକୁ ଦିନ ଉଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ର ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଅନେକ କ୍ଷେତ୍ରରେ ଆବେଦନକାରୀମାନେ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ...

କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍‌ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’

କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)ର ୩ ଜଣିଆ ଦଳ...

ଆଜିଠୁ ସମଲେଶ୍ବରୀଙ୍କ ମନ୍ଦିର ବନ୍ଦ

ସମ୍ବଲପୁର,୧୧।୧(ବ୍ୟୁରୋ): ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ମଙ୍ଗଳବାରରୁ ବନ୍ଦ ରହିବ। ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃୃଦ୍ଧି ପାଉଥିବାରୁ ଏହାକୁ...

ଟ୍ରାନ୍ସଫର୍ମର ଅଚଳ, ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଯୋଡ଼ା,୭।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଜଲହରି ପଞ୍ଚାୟତର ଜଲହରିଠାରେ ଟ୍ରାନ୍ସଫର୍ମର ଅଚଳ ଯୋଗୁ ୧୫ ଦିନ ଧରି ଗ୍ରାମବାସୀ ଅନ୍ଧାରରେ ରହିଥିବା ଅଭିଯୋଗ କରିଛନ୍ତି।...

Advertisement
Archives

Model This Week