ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା। ବ୍ରହ୍ମପୁର ଭିଜିଲାନ୍ସ ଏଏସ୍‌ପି ଶାନ୍ତନୁ କୁମାର ପାଢ଼ୀଙ୍କ ସୂଚନାନୁଯାୟୀ, ତିତ୍‌ଲି ବାତ୍ୟାରେ ପାକଲବାଡ଼ି ଆମ୍ବକୋଣ ଗ୍ରାମର ନକୁଳ ମଲିକ ଭୂତପଙ୍କଳ ନିକଟରେ ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ସ୍ତ୍ରୀ ଦୁଃଖୀ ମଲିକଙ୍କୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ମିଳିଥିଲା। ଏନେଇ ୪୦ହଜାର ଟଙ୍କା ଦେବାକୁ ଆର୍‌ଆଇ ମଲିକ ଦାବି କରିଥିଲେ। କିନ୍ତୁ ଦୁଃଖୀ ଦେଇ ନ ଥିଲେ।
କିଛିଦିନ ପରେ ସେ ଭୂମିହୀନ ପଟ୍ଟା ପାଇଁ ତହସିଲଦାରଙ୍କୁ ଆବେଦନ କରିଥିଲେ। ତହସିଲଦାର ଆର୍‌ଆଇ ମଲିକଙ୍କୁ ଦୁଃଖୀଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଆଇ ମଲିକ ଏଥିପାଇଁ ୪୦ ହଜାର ଟଙ୍କା ଦୁଃଖୀଙ୍କୁ ମାଗିଥିଲେ। ତେବେ ଦୁଃଖୀ ବୁଧବାର ବ୍ରହ୍ମପୁର ଭିଜିଲାନ୍ସରେ ଜଣାଇଥିଲେ। ଗୁରୁବାର ଏଏସ୍‌ପି ପାଢୀଙ୍କ ନେତୃତ୍ୱରେ ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ, ରାଜେନ୍ଦ୍ର କୁମାର ନାୟକ, ନିର୍ମଳ ନାୟକଙ୍କ ସମେତ ଏକ ଟିମ ଅସୁରବନ୍ଧ ଆର୍‌ଆଇ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ଦୁଃଖୀ ରାଜସ୍ବ ନିରୀକ୍ଷକ ମଲିକଙ୍କୁ ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍‌ ଚଢାଉ କରି କେମିକାଲ ବୋଳା ଟଙ୍କା ତାଙ୍କଠାରୁ ଜବତ କରିଥିଲେ। ତାଙ୍କ ହାତ ଧୂଆ ଯିବାପରେ ରଙ୍ଗ ବାହାରିଥିଲା। ପରେ ତାଙ୍କ ଭଞ୍ଜନଗରସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ରାଜସ୍ବ ନିରୀକ୍ଷଙ୍କୁ ଅସୁରବନ୍ଧରୁ ସୋରଡ଼ା ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତହସିଲଦାରଙ୍କ ସହ ଆଲୋଚନା ପରେ ତାଙ୍କୁ ବ୍ରହ୍ମପୁର ନିଆଯାଇଛି। ରାଜସ୍ବ ନିରୀକ୍ଷକଙ୍କ ଏକ କାରକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ:ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨।୧୧ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦିଆଯାଉ ନ ଥିବାରୁ ସ୍ବୟଂଶାସିତ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ କଲେଜ। ଏ ନେଇ ନୂଆଦିଲ୍ଲୀସ୍ଥିତ ୟୁନିଭରର୍ସିଟି...

ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ୍‌ ମାଗିଲେ ସମୀର

ଧାମନଗର,୨୧।୧୦(ଡି.ଏନ୍‌.ଏ): ଧାମନଗର ଉପନିର୍ବାଚନ ରଣକ୍ଷେତ୍ରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଚାର ମଇଦାନରେ ସାମିଲ ହୋଇଛନ୍ତି। ସେ ଗତ ଦୁଇଦିନ ଧରି ଏହି ନିର୍ବାଚନମଣ୍ଡଳୀ...

ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି।...

କାକଟପୁର ଅଞ୍ଚଳ ହେଲା ବିଶୋଧନ

କାକଟପୁର,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍‌ଏସ୍‌ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି।...

ବିଷାକ୍ତ ତେଲ ପିଇ ମହିଳା ମୃତ

ବଇଣ୍ଡା, ୧୨।୪(ଡି.ଏନ.ଏ.)- ବିଷାକ୍ତ ତେଲ ପିଇ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୁରୁଣାପଣି ଗ୍ରାମର ମଞ୍ଜୁ ବିଶ୍ୱାଳ(୫୦)ଙ୍କ ରବିବାର ମୃତ୍ୟୁ ଘଟିଛି। ସ୍ବାମୀ ମଙ୍ଗୁଳୁ ବିଶ୍ୱାଳଙ୍କ...

ବିଜ୍ଞାନ ଶିକ୍ଷାର ପ୍ରସାର କରିବ ‘ମୋ ସ୍କୁଲ୍‌’

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନରେ ସରକାରୀ ସ୍କୁଲ୍‌ର ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ ପୁରାତନ ଛାତ୍ର ଓ ବିଭିନ୍ନ...

ପାଇକ ସଂଗ୍ରହାଳୟ ଏବେ ଭୂତକୋଠି

ଖୋର୍ଦ୍ଧା ଅଫିସ,୬ା୮: ଗୋଟିଏ ଜାତି ତା’ର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହେଲେ ସେହି...

ସଂରକ୍ଷିତ ସିଟ୍‌ରେ ଅନ୍‌ଲାଇନ ନାମଲେଖା

ଭୁବନେଶ୍ୱର, ୨୫।୨(ବ୍ୟୁରୋ):ରାଇଟ୍‌ ଟୁ ଏଜୁକେଶନ (ଆର୍‌ଟିଇ) ଅନ୍‌ଲାଇନ୍‌ ପୋର୍ଟାଲ ବୁଧବାର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓସେପା କାର୍ଯ୍ୟାଳୟରେ...

Advertisement
Archives

Model This Week