ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା କାମଚଳା :ଖାଲି ପଡ଼ିଛି ୨୧୦ ଡାକ୍ତର ପଦବୀ

ଛତ୍ରପୁର,୨୪୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ଏବେ କାମଚଳାରେ ଚାଲିଛି। ଡାକ୍ତର ଅଭାବଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଫ୍‌ ପଦବୀ ଖାଲି ପଡିଛି ା ସେହିପରି ଭିତ୍ତିଭୂମି ଅଭାବ ମଧ୍ୟ ରହିଛି ା ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଗତ ସପ୍ତାହରେ ହୋଇଥିବା ଜିଲାପରିଷଦ ବୈଠକରେ ବିଧାୟକ, ବ୍ଲକ ଅଧ୍ୟକ୍ଷ, ଜିଲାପରିଷଦ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ ଉକ୍ତ ବୈଠକରେ ଦେଇଥିବା ତଥ୍ୟ ଅନୁସାରେ ଜିଲାରେ ଡାକ୍ତର, ନର୍ସ ଓ ବିଭିନ୍ନ ଷ୍ଟାଫ ୨ ହଜାର ୯୧୯ ଜଣ ରହିବା କଥା ା ମାତ୍ର ଏବେ ଅଛନ୍ତି ୧ ହଜାର ୭୦୯ ଜଣ। ୧୨୧୦ ପଦବୀ ଖାଲି ରହିଛି। ଜିଲାରେ ୩୯୯ ଡାକ୍ତର ରହିବା ବଦଳରେ ଏବେ ୧୮୯ ଡାକ୍ତର ସେବା ଯୋଗାଉଛନ୍ତି। ୨୧୦ ଡାକ୍ତର ପଦବୀ ଖାଲି ପଡିଛି ା
ସେହିପରି ଆସିଷ୍ଟାଣ୍ଟ ମାଟ୍ରନ ୨ଟି ପଦବୀ ଖାଲି ପଡିଥିବା ବେଳେ ୨ ନର୍ସିଂ ସିଷ୍ଟର, ୪୨ ଷ୍ଟାଫ୍‌ ନର୍ସ, ୨୭ ଫାର୍ମାସିଷ୍ଟ, ୧୨ ରେଡିଓଗ୍ରାଫର, ୩୬ ଲ୍ୟାବ୍‌ ଟେକ୍ନିସିଆନ୍‌ ପଦବୀ ଖାଲି ରହିଛି ା ଅନ୍ୟପକ୍ଷରେ ଜିଲାରେ କେହି ଫୁଡ୍‌ ଇନ୍ସପେକ୍ଟର, ଫିଜିଓ ଥେରାପିଷ୍ଟ ନ ଥିବା ବେଳେ ସମସ୍ତ ୯ ନନ୍‌ ମେଡିକାଲ ସୁପରଭାଇଜର ପଦବୀ ଖାଲି ଥିବା ସୂଚନା ଦିଆଯାଇଛି। ୨୦ ପିଅନ, ୧୦୬ ଆଟେଡାଣ୍ଟ, ୨୫ ସିନିୟର ହେଲପର, ୪ ଧୋବି, ୫ ୱାଚମ୍ୟାନ୍‌, ୨୮ କୁକ୍‌, ୭୯ ସ୍ବାସ୍ଥ୍ୟକର୍ମୀ, ୨୭ କ୍ଲର୍କ, ୨୩ ଡ୍ରାଇଭର ପଦବୀ ଖାଲି ରହିଛି ା ଜିଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ପ୍ରସବ (ଡେଲିଭରି) ହେଉ ନ ଥିବା ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ା ଜିଲା ହେଡକ୍ୱାର୍ଟର ହସ୍ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ, ୨୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୨୬ଟିରେ ପ୍ରସବ କରାଯାଉଛି ା ଜିଲାରେ ୯୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂଆ) ରହିଥିବା ବେଳେ ସେଥିରୁ ମାତ୍ର ୮ ଟିରେ ପ୍ରସବ କରାଯାଉଛି। ଜିଲାର କୌଣସି ବି ଅପଗ୍ରେଡେଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଲିଭରି ହେଉ ନ ଥିବା ଜଣାପଡିଛି। ୪୬୦ ସବସେଣ୍ଟର ମଧ୍ୟରୁ ୨ଟିରେ ପ୍ରସବ କରାଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୯୪୯ ଶଯ୍ୟା ରହିଛି। ସେଥିମଧ୍ୟରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲରେ ୧୩୭ ଶଯ୍ୟା ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲରେ ୮୦, ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ୭୬, ହିଞ୍ଜିଳିରେ ୧୦, ୨୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୭୨ ଏବଂ ୧୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୭୪ ଶଯ୍ୟା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ସମ୍ଭାବ୍ୟ ବାତ୍ୟା

କେନ୍ଦ୍ରାପଡ଼ା ଅଫିସ,୪।୧୨: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଶନିବାରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇବ। ପାଣିପାଗ ବିଶେଷଜ୍ଞ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏପରି ସୂଚନା...

ଉପଖଣ୍ଡ ରାଜସ୍ବ ସମୀକ୍ଷା ବୈଠକ , ପଟ୍ଟା ଦେବାରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୯ା୬(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ...

ଲିଙ୍କ୍‌ ଫେଲ ହେବାରୁ କାର୍ଯ୍ୟ ଠପ୍‌:ପରିବହନ କାର୍ଯ୍ୟାଳୟରେ ଉତ୍ତେଜନା

ଢେଙ୍କାନାଳ ଅଫିସ,୩ା୧୨ ଲାଇସେନ୍ସ, ଗାଡ଼ି କାଗଜପତ୍ର କରାଇବାକୁ ସୋମବାର ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସକାଳ ୧୦ଟାରୁ...

ଆକାଶମାର୍ଗରୁ ବୁଲ୍‌ବୁଲ୍‌ ପ୍ରଭାବିତ ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ: କ୍ଷତିପୂରଣ ପ୍ୟାକେଜ୍‌ ଘୋଷିତ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘରଦ୍ୱାର ଭାଙ୍ଗିବା ସହ ଲକ୍ଷ ଲକ୍ଷ ହେକ୍ଟର ଜମିରେ ଫସଲ...

ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି...

ଅଜ୍ଞାତ ସ୍ଥାନରେ ଚାଲିଛି ମାଓବାଦୀ କମାଣ୍ଡର ହିଡ଼ମାଙ୍କ ଚିକିତ୍ସା

ମାଲକାନଗିରି,୨୭ା୧୦(ଡି.ଏନ୍‌.ଏ.): ହାର୍ଡକୋର ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଅଜ୍ଞାତ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା...

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

ଶିକ୍ଷାଗତ ଯୋଗ୍ୟତାର ଭୁଲ୍‌ ତଥ୍ୟ ରଖିଛନ୍ତି ଅନୁଭବ: କଂଗ୍ରେସ

ଭୁବନେଶ୍ୱର,୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରମାଣ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ୨୦୧୪ ରାଜ୍ୟ ସଭା...

Advertisement
Archives

Model This Week