ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି ନ ଥିଲା। ତେବେ ସୁପ୍ରିମକୋର୍ଟଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପରେ ପୁଣି ଶନିବାର ଅପରାହ୍ନ ୧ଟା ୩୦ରେ ସୁରଟରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ରବିବାର ଅପରାହ୍ନ ୧ ଟା ୧୫ରେ ଏହା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିବ ବୋଲି ଜଣାପଡିଛି। ଅପରପକ୍ଷରେ ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମରେ କରୋନା ପଜିଟିଭଙ୍କ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଜିଲାବାସୀ ଭୟଭୀତ ହୋଇ ପଡିଛନ୍ତି। ତେବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କଠାରେ ପଜିଟିଭ ମିଳିଥିବା ଏବଂ କମ୍ୟୁନିଟି ସଂକ୍ରମଣ ହୋଇ ନ ଥିବାରୁ ଗଞ୍ଜାମବାସୀ ଭୟଭୀତ ଏବଂ ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଏବଂ ଜନସାଧାରଣଙ୍କ ପାଇଁ ଭିଡିଓ ବାର୍ତ୍ତାରେ କହିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୦ ମିଟର ମଧ୍ୟରେ ଶୁକ୍ରବାର ଜିଲାପାଳ ୧୪୪ ଧାରା ଜାରି କରିଛନ୍ତିି। ସେଠାକୁ ଯିବାକୁ ବାରଣ କରାଯାଇଛି। କେହି ପରିବାର ସଦସ୍ୟ ସେଠାକୁ ଗଲେ ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମାମଲା ରୁଜୁ ହେବ ବୋଲି ମଧ୍ୟ ଜିଲାପାଳ ସତର୍କ କରାଇ ଦେଇଛନ୍ତି। ସୂଚନାନୁସାରେ, ଶୁକ୍ରବାର ସୁଦ୍ଧା ୧୯ ଟ୍ରେନ୍‌ ଯୋଗେ ପ୍ରବାସୀମାନେ ଜଗନ୍ନାଥପୁର ଷ୍ଟେଶନକୁ ଆସି ଓହ୍ଲାଇଛନ୍ତି। ଏଥିରେ ଗଞ୍ଜାମ ଜିଲା ସମେତ ଗଜପତି, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୋଳ ସମେତ ଅନ୍ୟ ଜିଲାର ପ୍ରବାସୀମାନେ ଫେରିଛନ୍ତି। ଏମାନଙ୍କୁ ତାଙ୍କ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ୍‌ ଯୋଗେ ପଠାଯାଇଥିଲା। ଗତ ୩ରୁ ୮ ତାରିଖ ମଧ୍ୟରେ ଜଗନ୍ନାଥପୁର ଷ୍ଟେଶନକୁ ୧୯ ଟ୍ରେନ୍‌ରେ ଜିଲାର କେରଳ ଏବଂ ଗୁଜରାଟରୁ ମୋଟ ୧୯,୨୯୫ ପ୍ରବାସୀ ଆସିଥିବା ଜଣାପଡିଛି। ସୁରଟରୁ ଆସିଥିବା ୧୬ ଟ୍ରେନ୍‌ରେ ୧୮ ହଜାର ୩୭୭ ଏବଂ କେରଳରୁ ଆସିଥିବା ୩ ଟ୍ରେନ୍‌ରେ ୯୧୮ ପ୍ରବାସୀ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୁରଟରୁ ୩ ତାରିଖରେ ପ୍ରଥମ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କଶନକୁ ଆସିଥିଲା। ସେଥିରେ ଗଞ୍ଜାମର ୧୨୦୨ ଜଣ ରହିଥିଲେ। ସେହିପରି ୪ରେ ୩ ଟ୍ରେନ୍‌ରେ ୩୬୩୪, ୫ ରେ ୩୭୦୮, ୬ ରେ ୩ ଟି ଟ୍ରେନ୍‌ରେ ୩୬୩୦ ଜଣ, ୭ ରେ ୨୬୮୬ ଜଣ ଏବଂ ୮ ରେ ୩ ଟ୍ରେନ୍‌ ଯୋଗେ ୩୫୧୭ ଜଣ ଗଞ୍ଜମର ଆସିଥିଲେ। ସେହିପରି କେରଳରୁ ପ୍ରଥମ ଟ୍ରେନ୍‌ ୩ତାରିଖରେ ୧୨୨ ଜଣ, ୪ରେ ୬୦୬ ଏବଂ ୭ ତାରିଖରେ ୧୯୦ ଜଣଙ୍କୁ ନେଇ ଆସିଥିଲା।ଟ୍ରେନ୍‌ରେ ଫେରିଥିବା ଓଡିଆଙ୍କ ପାଇଁ ଜଗନ୍ନାଥପୁର ଷ୍ଟେଶନରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୋଲିସ ବ୍ୟାରିକେଡ୍‌ ଓ ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଷ୍ଟେଶନରେ ୧୨ ସ୍କ୍ରିନିଂ ସେଣ୍ଟର ହୋଇଛି। ପ୍ରତି ସ୍ବାସ୍ଥ୍ୟ ଟିମ୍‌ରେ ଡାକ୍ତରଙ୍କ ସହ ୭ ସଦସ୍ୟ ରହିଛନ୍ତିି। ଥର୍ମାଲ ସ୍କ୍ରିନିଂ ପରେ ରେଜିଷ୍ଟ୍ରେଶନ, ମାସ୍କ ଓ ଫୁଡ୍‌ କିଟ୍‌ ପ୍ରଦାନ କରାଯାଉଛି। ଅପରପକ୍ଷରେ ଜିଲାକୁ ଆସିଥିବା ପ୍ରବାସୀଙ୍କ ମଧ୍ୟରୁ କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ଫିଙ୍ଗିବା, ନିମ୍ନମାନର ଖାଦ୍ୟ, ରହିବା ସୁବିଧା ନ ଥିବା ଅଭିଯୋଗ ଆସିଛି। ଏଥିସହ ଗଣ୍ଡଗୋଳଠାରୁ ଆରମ୍ଭ କରି ପୋଲିସ ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ମଧ୍ୟ ପ୍ରବାସୀମାନେ ଅଶାଳୀନ ବ୍ୟବହାର କରିଛନ୍ତି। ଏ ପରିକି କେତେଜଣ ସେଠାରୁ ଖସି ପଳାଇବା ଆଦି ଘଟଣା ଘଟିଛି। ଏନେଇ ଗଞ୍ଜାମ ପୋଲିସ ଜିଲାର ଥାନାଗୁଡିକରେ ୩ ମାମଲା ମଧ୍ୟ ରୁଜୁ ହୋଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବିଶୃଙ୍ଖଳାକାରୀ ନିଜର ଭୁଲ ସ୍ବୀକାର କରି କ୍ଷମା ମଧ୍ୟ ମାଗିଥିବା ଭିଡିଓ ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସ୍‌ଆଇଙ୍କ ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କ ସହ ଶେଷ ହ୍ୱାଟ୍ସଆପ୍‌ ଚାଟ୍‌କୁ ନେଇ ବଢ଼ିଲା ସସ୍‌ପେନ୍ସ, ମୋବାଇଲ-ଲାପ୍‌ଟପ୍‌ ଜବତ

ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମହିଳା ସବଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ରହସ୍ୟ ଘେରରେ।…

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ବାତ୍ୟା କ୍ଷୟକ୍ଷତି ଆକଳନ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୨।୧୧: ବାତ୍ୟା ଯୋଗୁଁ ଗଞ୍ଜାମ ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ…

ନଭେମ୍ବର ୩୦ରୁ ଧାନ ସଂଗ୍ରହ, କ୍ୱିଣ୍ଟାଲ ପିଛା ଚାଷୀ ପାଇବେ ଏତିକି ଟଙ୍କା…

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ଆସନ୍ତା ନଭେମ୍ବର ୩୦ରୁ ସମ୍ବଲପୁର ଜିଲାରେ ଚଳିତ ଖରିଫ ବିପଣନ ଋତୁ-୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର…

ଡାକ୍ତରଙ୍କୁ ମାରି ଦାନ୍ତ ଭାଙ୍ଗିଦେବା ଘଟଣାରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀଙ୍କୁ କାର୍‌ରୁ ଟାଣି ନେଇ ମରଣାନ୍ତକ ଆକ୍ରମଣ…

ଧାନ ସଂଗ୍ରହ କମିଟି ବୈଠକରେ ତାତି: ଅଧାରୁ ଉଠି ପଳାଇଲେ ବିଧାୟକ

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ରବିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ (ଡିଏଲପିସି)କୁ ବର୍ଜନ କରି ଉଠିଯାଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?