ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି। ଅଧିକାଂଶ ମତ୍ସ୍ୟଜୀବୀଙ୍କ ନିକଟରେ ମତ୍ସ୍ୟ ବିଭାଗ ପ୍ରଦତ୍ତ ପରିଚୟ ପତ୍ର ନାହିଁ। ଅନେକ ବୋଟର ଲାଇସେନ୍ସ ନାହିଁ। ବିନା ଲାଇସେନ୍ସରେ ଥିବା ବୋଟ୍‌ରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତିି। ଏପରିକି ବୋଟ୍‌ରେ ନମ୍ବର ବି ରହୁନାହିଁ। ଏହି ସବୁ କାରଣକୁ ନେଇ କେଉଁ ସମୟରେ ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶର ସମ୍ଭାବନା ମଧ୍ୟ ରହିଛି। ନିକଟରେ ଗୋପାଳପୁର ପୋର୍ଟ ଓ ଆଇଆରଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ରହିଛି। ଗଞ୍ଜାମ ଜିଲାର ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶକୁ କିପରି ରୋକାଯାଇ ପାରିବ ସେନେଇ ଏକ ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ଉକ୍ତ ବୈଠକ ମାତ୍ର ସ୍ବଳ୍ପ ସମୟରେ ସରିଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସମୁଦ୍ର ତଟକୁ ସୁରକ୍ଷିତ ରଖିବା ପାଇଁ ଆର୍ଯ୍ୟପଲ୍ଲୀ ଓ ସୁନାପୁର ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟରେ ଏକ ଅତ୍ୟାଧୁନିକ ବୋଟ ରହିଛି। ସମୁଦ୍ରରେ ଏଥିରେ ପାଟ୍ରୋଲିଂ ପାଇଁ ଏହା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଅପରପକ୍ଷରେ ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ଜେଟି ପୋତି ହୋଇଯାଇଛି। ଫଳରେ ଏହି ବୋଟ୍‌କୁ ନେଇ ସମୁଦ୍ରରେ ପାଟ୍ରୋଲିଂ କରିବା ସମ୍ଭବପର ହେଉ ନ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଏହାର ଖନନ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଜେଟି ନିର୍ମାଣ ପ୍ରସ୍ତାବରେ ରହିଛି। ମାଛ ମାରିବା ପାଇଁ ସମୁଦ୍ରକୁ ଯାଉଥିତ୍ବା ମତ୍ସ୍ୟଜିବୀମାନଙ୍କୁ ବିଭାଗ ପକ୍ଷରୁ ପରିଚୟପତ୍ର ଦେବାର ନିୟମ ରହିଛି। ବର୍ତ୍ତମାନ ସୁଦ୍ଧା ୩୨ ହଜାର ମତ୍ସ୍ୟଜିବୀଙ୍କୁ ବିଭାଗ ପରିଚୟପତ୍ର ଦେଇଛି। ଅନ୍ୟମାନଙ୍କୁ ପରିଚୟପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଉପକୂଳର ୧୬ ସ୍ଥାନରେ ମାଛ ଧରା ଡଙ୍ଗା ଅବତରଣ କରୁଥିବା ସ୍ଥାନ ପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିବାକୁ କୁହାଯାଇଛି। ସମସ୍ତ ମାଛ ଧରା ଡଙ୍ଗାଗୁଡିକୁ ରେଜିଷ୍ଟ୍ରେଶନ କରାଯିବ ଏବଂ ସେଥିରେ ସ୍ପଷ୍ଟ ଭାବେ ରେଜିଷ୍ଟ୍ରେଶନ ନମ୍ବର ଲେଖାଯିବ। ମତ୍ସ୍ୟଜୀବୀମାନଙ୍କର ପରିଚୟପତ୍ର ଗୁଡିକୁ ୨ ସାମୁଦ୍ରିକ ଥାନା ପୋଲିସ ଯାଞ୍ଚ କରିବେ। ଜିଲା ମତ୍ସ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରଖିବେ। କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ସାମିଲ କରିବାକୁ କୁହାଯାଇଛି। ମାଛ ମାରିବାକୁ ଯାଇଥିବା ବେଳେ କିମ୍ବା ସମୁଦ୍ର କୂଳରେ କାହା ଉପରେ ଓ ବୋଟ୍‌ ଉପରେ ସନ୍ଦେହ ହେଲେ ପୋଲିସକୁ ମତ୍ସ୍ୟଜୀବୀମାନେ ଜଣାଇବାକୁ କୁହାଯାଇଛି। ଗୋପାଳପୁର ସହର ସମୁଦ୍ର ଉପକୂଳରେ ରହିଛି। ଏଠାରେ ଥିବା ସମସ୍ତ ହୋଟେଲର ଅନ୍ତେବାସୀଙ୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯିବାବେଳେ ଲାଇଫ୍‌ ଜାକେଟ୍‌ ବ୍ୟବହାର ମତ୍ସ୍ୟଜୀବୀମାନେ କରିବେ। ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଚିକିଟି ତହସିଲଦାର ରାଜକିଶୋର ଜେନା, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଲିଲନ୍‌ ପ୍ରସାଦ ସାହୁ ଓ ପ୍ରଜ୍ଞା ପରିମିତା ଥାଟୋଇ, ସୁନାପୁର ସାମୁଦ୍ରିକ ଥାନା ଆଇଆଇସି ଗୌରାଙ୍ଗ ଚନ୍ଦ୍ର ସାହୁ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍‌ ଆଣ୍ଡ୍‌...

୨ ବିଧାୟକ ବଳ କଷାକଷିିି

ବାରିପଦା ଅଫିସ,୭ା୨: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ କୁଳିଅଣା ବ୍ଲକର ୮ ଓ ୯ନଂ. ଜିଲାପରିଷଦ ଜୋନରେ ନିର୍ବାଚନୀ ବାତାବରଣ ସରଗରମ ହେବାରେ...

ହିତାଧିକାରୀଙ୍କୁ ମାଗଣାରେ ଡାଲି, ଚାଉଳ ସହାୟତା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ...

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌...

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ...

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ...

ଚୂଡ଼ାନ୍ତ ଅପେକ୍ଷାରେ ସଂଶୋଧିତ ନଦୀ ନୀତି

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ସମୟରେ ଉତ୍କଟ ଜଳାଭାବ ଦେଖାଦେଉଛି। ନଦୀଗୁଡ଼ିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡ଼ିକ...

ମହାପ୍ରଭୁଙ୍କ ଜମି ହିସାବ ବାଉଳା

ପୁରୀ ଅଫିସ,୨୬ା୨: ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ହିସାବକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ସମୁଦାୟ ଜମି କେତେ, କେଉଁ କେଉଁ ଜାଗାରେ ରହିଛି,...

Advertisement
Archives

Model This Week