ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ବୁଲି ଦେଖିଛନ୍ତି। ହସ୍‌ପିଟାଲ ମଧ୍ୟରେ ଡାକ୍ତର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି।

ତେବେ ହିଞ୍ଜିିଳିକାଟୁରେ ଥିବା ଆରଏମ୍‌ସି ପରିସରରେ ୮୦ ଶଯ୍ୟାର ଉପଖଣ୍ଡ କାଟୋଗାରୀ-୨ ଡାକ୍ତରଖାନା ନିର୍ମାଣ ଚାଲିଛି। କରୋନା ସଂକ୍ରମଣ ହେତୁ ନିର୍ମାଣାଧୀନ ଡାକ୍ତରଖାନା କୋଠାର ଉଦ୍‌ଘାଟନ ପୂର୍ବରୁ ଏହାର ଗୋଟିଏ କୋଠାକୁ ଯୁଦ୍ଧ କାଳୀନ ଭିତିରେ କୋଭିଡ଼ ଡ଼ାକ୍ତରଖାନା କରାଯାଇଛି। ଏଥିରେ ୧୦ ଭେଣ୍ଟିିଲେଟର ସହ ଅନ୍ୟାନ୍ୟ ସୁବିଧା କରାଯାଇଛି। ଖୁବ୍‌ଶୀଘ୍ର ହିଞ୍ଜିିଳିକାଟୁର ଏହି କୋଭିଡ୍‌ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ।

ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡାକ୍ତରଖାନାର ଚିକିତ୍ସାଧିକାରୀ ଡା. ଦୁର୍ଗା ପ୍ରସାଦ ପଣ୍ଡା, ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ତଥା ମ୍ୟୁନିସପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମନୋରଂଜନ ସାହୁ, ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେଶ୍ୱରଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଜିତିଲେ:ପୁଅମାନେ ବାଜି ମାରିଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ବିଜେଡି ସରକାରର ୪ର୍ଥ ପାଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର...

୧୫ରୁ ବର୍ଷିବ

ଭୁବନେଶ୍ବର,୧୩।୩(ବ୍ୟୁରୋ): ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା...

ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ

ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା...

ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶା ମୋଟର୍‌ ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବହୁ...

ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା ଅଫିସ, ୨୩ା୧:କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା...

ଠକ ପ୍ରେମିକଙ୍କୁ ୫ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ, ୨୩।୩: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇ ଗର୍ଭବତୀ କରିବା ମାମଲାର ମଙ୍ଗଳବାର ରାୟ...

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ: ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ସୋମବାର କରୋନା ଆଉ ୬ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ

ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ...

Advertisement
Archives

Model This Week