ଗଞ୍ଜାମରେ ଗଡିବନି ରଥ: ଜିଲାପାଳ

ଛତ୍ରପୁର,୨୨ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର କୌଣସିଠାରେ ମଙ୍ଗଳବାର ରଥଯାତ୍ରା ନ କରାଇବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରମାନଙ୍କୁ ଜଣାଇଛନ୍ତି। ଏହା ଯେପରି କଡାକଡି ଭାବେ ପାଳନ ହେବ ସେଥିନିମନ୍ତେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଜନସାଧାଣର ପୁରୀରେ ହେଉଥିବା ରଥଯାତ୍ରାର ସିଧା ପ୍ରସାରଣ ବିନା ବାଧାରେ ଦେଖିବା ନିମନ୍ତେ ବିଦ୍ୟୁତ୍‌ ସରବରାହ ବନ୍ଦ ନ କରିବା ପାଇଁ ବିଦ୍ୟୁତ୍‌ ବିଭାଗକୁ ଜଣାଇ ଦିଆଯାଇଛି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରାପ୍ତ ନିର୍ଦ୍ଦେଶ ଜିଲାର ସମସ୍ତ ଅଞ୍ଚଳରେ ଲାଗୁ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘର ଘର ବୁଲି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ ବେଳେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କର ପରୀକ୍ଷା କରିବା ଏବଂ ସେମାନଙ୍କର ପଜିଟିଭ ଚିହ୍ନଟ ହେଲେ କୋଭିଡ କେୟାର ସେଣ୍ଟରରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଜିଲାପାଳ କହିଥିଲେ। ପ୍ରତି ଗ୍ରାମପଞ୍ଚାୟତରେ କୋଭିଡ କେୟାର ହୋମ ଗଠନ କରିବା ପାଇଁ ଜଣାଇଥିଲେ। ଯାହାଫଳରେ ଆସନ୍ତା ଦିନ ମାନଙ୍କରେ କୌଣସି ଅସୁବିଧା ଦେଖାଯିବ ନାହିଁ । ପଞ୍ଚାୟତସ୍ତରରେ ରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ସମୀକ୍ଷା କରିବାକୁ କହିଥିଲେ । ସରପଞ୍ଚମାନଙ୍କ ସହିତ ଯୋଗାଯୋଗ କରି ନୂତନ କ୍ଲଷ୍ଟର ଲେବଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗଠନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରବାସୀ ନିର୍ମାଣ ଶ୍ରମିକ ମାନଙ୍କର ସ୍କିଲ ମ୍ୟାପିଂ କରିବାକୁ ହେବ। ଘରକୁ ଘର ବୁଲି ଶତ ପ୍ରତିଶତ ଜବକାର୍ଡ ଦିଆଯାଇ କର୍ମନିଯୁକ୍ତି ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। କୌଣସି ସ୍ଥାନରେ ଜନଗହଳି ହେଲେ ଆବଶ୍ୟକସ୍ଥଳେ ୧୪୪ ଧାରା ଜାରି କରିବାକୁ ହେବ। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ ପ୍ରଶିକ୍ଷଣ, କୋଭିଡ ସଚେତନତା, ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ, ବିହନ ଓ ସାରର ସୁଷମ ବଣ୍ଟନ ଆଦି ବିଷୟ ଉପରେ ଜିଲାପାଳ ଆଲୋଚନା କରିଥିଲେ । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି: ଚେନ୍ନାଇରୁ ଫେରିଥିଲେ ଫୁଲବାଣୀ

ବ୍ରହ୍ମପୁର ଅଫିସ ,୨୬।୪ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ ବୁଧବାର ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେ ଜଣେ...

୩ ଲକ୍ଷ ନେଇ ଜେଲ ଗଲେ ଶାଖା ପରିଚାଳକ

ଦିଗପହଣ୍ଡି,୨ା୪(ଡି.ଏନ.ଏ.): ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡିରେ ଥିବା ଏକ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ଶାଖା ପରିଚାଳକ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦିଗପହଣ୍ଡି...

୪୦୯ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର ଅଫିସ,୨୬।୨: ଅବକାରୀ ଗୋଇନ୍ଦା ବିଭାଗ ରବିବାର ମହୁରୀକଳୁଆ ଛକରୁ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୨ଜଣ...

ଚିକିଟି ଏନ୍‌ଏସି : ୧୯ ନାମାଙ୍କନ ପତ୍ର କାଏମ

ଚିକିଟି,୧୦ା୩(ଡି.ଏନ.ଏ.):ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଞ୍ଚ ଅନୁଷ୍ଠିତ ହୋଇଥିଲା। ଚିକିଟି ପୌର ପରିଷଦର ବିଭିନ୍ନ ୱାର୍ଡରେ ୧୯ ଜଣ...

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ଜାଲ୍‌ ସାର୍ଟିଫିକେଟ, ବେରୋଜଗାରୀ ପ୍ରସଙ୍ଗ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୩୦।୧୧(ଡି.ଏନ.ଏ) -ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ବିଭିନ୍ନ ଦାବିନେଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଜିଲାରେ ବେରୋଜଗାରୀ ବଢୁଥିବାବେଳେ ବିଭିନ୍ନ କ୍ଷେତ୍ରରେ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

ବାଲିଲୋକନାଥ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବାଲିଲୋକନାଥ ମନ୍ଦିରରେ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ...

Advertisement
Archives

Model This Week