ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮: ବଢୁଛି ଆରୋଗ୍ୟ ହାର

ବ୍ରହ୍ମପୁର ଅଫିସ,୨୯ା୫-ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ଜିଲାରେ ୪ ନୂତନ ସଂକ୍ରମିତଙ୍କୁ ନେଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଜିଲାରେ ସମୁଦାୟ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହାଇଥିବା ବେଳେ ୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅବଶିଷ୍ଟ ୯୩ ଜଣ ଜିଲାର ବିଭିନ୍ନ କୋଭିଡ଼ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର କମୁଥିବା ବେଳେ ଅନ୍ୟପଟେ ଦିନକୁ ଦିନ ନୂତନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଟପିବାକୁ ଯାଉଛି। ରାଜ୍ୟରେ ଏଯାବତ ମୋଟ ୧୭୨୩ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଗଞ୍ଜାମ ଜିଲା ପ୍ରଥମ (୩୯୮) ସ୍ଥାନରେ ରହିଥିବା ବେଳେ ଯାଜପୁର ଦ୍ୱିିତୀୟ (୨୫୬) ଓ ବାଲେଶ୍ୱର ତୃତୀୟ (୧୪୨) ସ୍ଥାନରେ ରହିଛି। ଗଞ୍ଜାମ ଜିଲାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଆଶା ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି। ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତଙ୍କୁ ଏବେ ଶୀତଳାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲ, ପିଏମଇସି କୋଭିଡ ହେଲଥ ସେଣ୍ଟର ଓ ହିଞ୍ଜିଳିକାଟୁ କୋଭିଡ ହେଲଥ ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ୮୬,୧୧୮ ଚାଷୀଙ୍କଠାରୁ କିଣାଯାଇଛି ଧାନ

ଛତ୍ରପୁର,୮ା୨(ଡି.ଏନ୍‌.ଏ.): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ମଙ୍ଗଳବାର ଭିସି ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକ କରିଥିଲେ...

ସ୍ବାମୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ତ୍ରୀଙ୍କ ମୃତ୍ୟୁ

ବେଲଗୁଣ୍ଠା,୧୮ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ବରପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଦୁଃଖରେ ମ୍ରିୟମାଣ...

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ମହାଦୁର୍ନୀତିର ପ୍ରତିବାଦ: ଭାଜପା ପକ୍ଷରୁ ବିକ୍ଷୋଭ

ଛତ୍ରପୁର,୮।୮(ଡିଏନଏ ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଚାକିରିରେ ବଡ ଧରଣର ଦୁର୍ନୀତି ଘଟଣାରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଭାଜପା...

ରାସ୍ତା ମରାମତି ଲାଗି ଜିଲାପାଳଙ୍କୁ ଜଣାଇଲେ ଗ୍ରାମବାସୀ

ବ୍ରହ୍ମପୁର ଅଫିସ୍‌,୨୮।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକର ଆଙ୍କୁଶପୁର ଛକଠାରୁ ପ୍ରତାପକୃଷ୍ଣଚନ୍ଦପୁର ଭାୟା ମଶିଆାଲି ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି।...

ପୋତାଗଡ଼ ପରିଦର୍ଶନ କଲେ ଜିଲାପାଳ

ଗଞ୍ଜାମ,୨୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ସକାଳେ ଐତିହାସିକ ପୋତାଗଡ଼ ପରିଦର୍ଶନ କରିଛନ୍ତି l ପୋତାଗଡ଼ ପାଇଁ ସାଇନିଙ୍ଗ ବୋର୍ଡ ଦେବା ନିମନ୍ତେ...

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର...

ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ମିଳୁନି ମୌଳିକ ସୁବିଧା

ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ବିନା ପରିବେଶ ମଞ୍ଜୁରୀରେ ଖଣି ଖନନ ଅଭିଯୋଗ

ଛତ୍ରପୁର,୨୮ା୪(ଡି.ଏନ୍‌.ଏ.): ଛତ୍ରପୁର ନିକଟ ମାଟିଖାଲସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା ଲିଃ (ଆଇଆରଇ)ରେ ବିଭିନ୍ନ ବେନିୟମ କାର୍ଯ୍ୟ ଓ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଭାରତୀୟ ବିକାଶ...

Advertisement
Archives

Model This Week