ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍‌ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍‌ ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ଜିଲାରେ ପୁଣି ୧୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଶୀର୍ଷ ସ୍ଥାନରେ ଥିବା ଏହି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଏବେସୁଦ୍ଧା ୩୦୭ରେ ପହଞ୍ଚିଛି । ଅନ୍ୟପଟେ ଗତ ୧୫ ଦିନ ଭିତରେ ଜିଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଦ୍ୟାବଧି ୪୯ ଜଣ ସୁସ୍ଥ ହୋଇସାରିଛନ୍ତି। ଏସବୁକୁ ବାଦ୍‌ ଦେଲେ ଏବେ ଜିଲାରେ ୨୪୧ ସକ୍ରିୟ କେସ୍‌ ଥିବା ଜଣାପଡ଼ିଛି। ଅନ୍ୟପଟେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି କହିଛନ୍ତି ଯେ, ଏବେ ଜିଲାର ସମସ୍ତ କରୋନା ସଂକ୍ରମିତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଜିଲାରେ ଶନିବାର ସୁଦ୍ଧା ୨୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରବିବାର ୧୫ ଓ ସୋମବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତିି। ବ୍ରହ୍ମପୁର ସହରରେ ଥିବା ଆମ୍ବ ମାର୍କେଟ ପରେ ଶଙ୍କରପୁର ସାହି ଓ ରବିବାର କୁକୁଡ଼ାଖଣ୍ଡି ବ୍ଲକ ଦକ୍ଷିଣପୁର ପଞ୍ଚାୟତ ଗୁଣ୍ଠବନ୍ଧ ଗାଁକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିଲା। ସୋମବାର ଡାକ୍ତରୀ ଦଳ ଗୁଣ୍ଠବନ୍ଧ ଗ୍ରାମରେ ପହଞ୍ଚି ସ୍ବାବ୍‌ ନମୁନା ସଂଗ୍ରହ କରୁଛନ୍ତି। ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଆମ୍ବ ମାର୍କେଟରେ ବ୍ୟବସାୟ କରୁଥିବା ବେଳେ ତାଙ୍କର ପଜିଟିଭ୍‌ ଆସିବା ପରେ ଗୁଣ୍ଠବନ୍ଧ ଗ୍ରାମକୁ ସିଲ୍‌ କରାଯାଇଥିଲା। ବ୍ୟବସାୟୀ ଜଣକୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭୪ ସ୍ବାବ୍‌ ନମୁନା ସଂଗ୍ରହ କରାଯିବ ବୋଲି କୁକୁଡ଼ାଖଣ୍ଡି ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସୋହାନ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍‌ଟି (ଗୁଡ୍‌ ସର୍ଭିସ୍‌ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା...

ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଛାତ୍ର

ରାଉରକେଲା,୩୧ା୧୦(ଡି.ଏନ): ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ...

ସ୍ତ୍ରୀ-ଛୁଆଙ୍କଠୁ ଦୂରରେ ରଖିଛି କରୋନା: ରନ୍ଧନ ଗ୍ୟାସ ପରିବହନ କରୁଥିବା ଟ୍ରକ୍‌ ଚାଳକଙ୍କ ଦୁଃଖ

ବୈପାରୀଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଘରେ ସ୍ତ୍ରୀ ସହ ଦୁଇଟି ଛୋଟ ଝିଅ। ମାସେରୁ ଅଧିକ ହେବ ବାପାଙ୍କୁ ନ ଦେଖି ଝିଅମାନେ ଅଥୟ ହୋଇ କାନ୍ଦୁଛନ୍ତି। ପରିବାର ଲୋକଙ୍କୁ...

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ରାସ୍ତା କାମରେ ବ୍ୟବହୃତ ହେଉଛି ଚାଷୀଙ୍କ ପାଣି

ଉମରକୋଟ, ୧୮।୧୨(ସ୍ବ.ପ୍ର.): ଚାଷ କାମ ପାଇଁ ଥିବା କେନାଲ ପାଣିକୁ ଠିକାଦାର ନେଇ ରାସ୍ତା ତିଆରି କାମରେ ବ୍ୟବହାର କରୁଛନ୍ତି। ଉମରକୋଟ ଭାସ୍କେଲ ଜଳସେଚନ ପ୍ରକଳ୍ପର...

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୨ା୧୨: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗାମା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ହୋମ୍‌ ଆଇସୋଲେଶନରେ ଥିବା ନେଇ ଟୁଇଟ କରି ଜଣାଇଛନ୍ତି। ଗତ...

ପ୍ରସ୍ତାବିତ ସ୍ଥାନରେ ମିନି ଷ୍ଟାଡିୟମକୁ କ୍ରୀଡ଼ାବିତ୍‌ଙ୍କ ବିରୋଧ

ରାୟଗଡ଼ା ଅଫିସ,୩୦ା୧- ରାୟଗଡ଼ା ସହରରେ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଆମ୍ବଗୁଡାଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣକୁ ନେଇ ବିବାଦ ସୃଷ୍ଟି ହୋଇଛି।...

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା, ବରଗଡ଼ରେ ବିରୋଧ

ବରଗଡ଼ ଅଫିସ୍‌,୯।୬- ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ...

Advertisement
Archives

Model This Week