ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ କରି ବହୁ ଅବିଶ୍ୱସନୀୟ ଜିନିଷ ଖୋଜି ବାହାର କରିଛନ୍ତି। ଏହି କ୍ରମରେ ନ୍ୟୁୟର୍କ ସେରାକୁଜ୍‌ ୟୁନିଭର୍‌ସିଟିର ପ୍ରଫେସର ସାମ୍‌ ଭନ୍‌ ଏକିନ୍‌ ଏଭଳି ଏକ ଗଛର ଅନୁସନ୍ଧାନ କରିଛନ୍ତି, ଯେଉଁଥିରେ ୪୦ ପ୍ରକାର ଫଳ ଫଳୁଛି। କଥାଟି ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ। ଗୋଟିଏ ଗଛରେ କେବଳ ଗୋଟିଏ ପ୍ରକାର ଫଳ ହିଁ ଫଳିବ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଗ୍ରାଫ୍ଟିଙ୍ଗ୍‌ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଗୋଟିଏ ଗଛରେ ଏକାଧିକ ପ୍ରକାର ଫଳ ଫଳାଇବା ଭଳି ଅଦ୍ଭୁତ ସଫଳତା ହାସଲ କରିଛନ୍ତି ପ୍ରଫେସର୍‌ ସାମ୍‌। ଏହି ଗଛରେ ନାମ ‘ଟ୍ରି ଅଫ୍‌ ୪୦’ ଦିଆଯାଇଛି। ଏଥିରେ ବିଭିନ୍ନ ପ୍ରକାର କୋଳି ସହ ଦେଶୀଆଳୁ, ଆପ୍ରିକଟ୍‌ ଓ ଚେରୀ ଆଦି ୪୦ ପ୍ରକାର ଫଳ ଫଳୁଛି। ପ୍ରଫେସର ସାମ୍‌ ଜଣେ ଚାଷୀ ପରିବାରର ପିଲା ହୋଇଥିବାରୁ ଚାଷ କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ପାଇଁ ପିଲାବେଳୁ ତାଙ୍କର ଦୃଢ଼ ଇଚ୍ଛା ଥିଲା। ସେ ଏହି ‘ଟ୍ରି ଅଫ୍‌ ୪୦’ ଗଛ ଉପରେ ୨୦୦୮ରୁ କାମ କରୁଛନ୍ତି। ଏ ସମ୍ପର୍କରେ ପ୍ରଫେସର ସାମ୍‌ କୁହନ୍ତି, ନ୍ୟୁୟର୍କର ଷ୍ଟେଟ୍‌ ଏଗ୍ରିକଲ୍‌ଚରାଲ୍‌ ଏକ୍‌ପେରିମେଣ୍ଟ କରୁଥିବା ସମୟରେ ପାଖରେ ଥିବା ଏକ ବଗିଚା ଉପରେ ତାଙ୍କ ନଜର ପଡ଼ିଥିଲା। ସେହି ବଗିଚାରେ ବିଭିନ୍ନ ପ୍ରକାର ଫଳ ଗଛ ଲାଗିଥିଲା। ଫଣ୍ଡିଂ ଅଭାବରୁ ବଗିଚାଟି ଧ୍ୱଂସ ପ୍ରାୟ ହୋଇପଡ଼ିଥିବା ବେଳେ ସେଠାରେ କାମ କରୁଥିବା ମାଳୀ ମଧ୍ୟ କାମ ଛାଡ଼ି ଚାଲିଯାଇଥିଲେ। ତେବେ ପ୍ରଫେସର୍‌ ସାମ୍‌ ବଗିଚାଟିକୁ ଲିଜ୍‌ ସୂତ୍ରରେ ନେଇ ଗ୍ରାଫ୍ଟିଙ୍ଗ୍‌ ଟେକ୍‌ନିକ୍‌ ସାହାଯ୍ୟରେ ଗବେଷଣା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri