ଖୋଲିଲା ଡିଜ୍‌ନି ଲ୍ୟାଣ୍ଡ

ସାଙ୍ଘାଇ: କରୋନା ଭାଇରସ୍‌ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଚାଇନାର ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ପୁଣି ଥରେ ଖୋଲିଛି। ମନୋରଞ୍ଜନର ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚୟ ହାସଲ କରିଥିବା ଏହି ପାର୍କ ଖୋଲିବା ପରେ ଲୋକେ ବେଶ୍‌ ଖୁସି ହୋଇଯାଇଛନ୍ତି। ସେଥିପାଇଁ ପାର୍କ ଖୋଲିବା ମାତ୍ରେ ଏଠାକୁ ଜନସମାଗମ ଆରମ୍ଭ ହୋଇଯାଇଛି। କିନ୍ତୁ ପାର୍କରେ ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରିବା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ସମସ୍ତଙ୍କ ପାଇଁ ଟେମ୍ପରେଚର ସ୍କ୍ରିନିଂ ବ୍ୟବସ୍ଥା ବି କରାଯାଇଛି। ଏବେ ଏହି ପାର୍କକୁ ୨୪ହଜାରରୁ ବି କମ୍‌ ଲୋକ ଆସୁଛନ୍ତି, ଯାହା କି ପୂବର୍ର୍ରୁ ଆସୁଥିବା ଲୋକସଂଖ୍ୟାର ୩୦ ପ୍ରତିଶତରୁ ବି କମ୍‌। ପାର୍କ ଖୋଲିବା ପରେ ଏଠାରେ ମିକି ମାଉସ୍‌ ବେଶରେ କେତେଜଣ ଗେଟ୍‌ ପାଖରେ ଛିଡ଼ାହୋଇ ସାମାଜିକ ଦୂରତା ରକ୍ଷାକରିବାକୁ ଲୋକଙ୍କୁ ବୁଝାଉଛନ୍ତି। ପାର୍କ ଭିତରେ ଲୋକଙ୍କ ଛିଡ଼ା ହେବା ପାଇଁ ସ୍ବତନ୍ତ୍ରଭାବେ ସ୍ଥାନ ଚିହ୍ନଟ ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ...

ଇମ୍ରାନ୍‌ଙ୍କ ଫାଇନାଲ ଫାଇଟ୍‌

ଇସ୍‌ଲାମାବାଦ,୯ା୪: ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଶନିବାର ହେବ ଭାଗ୍ୟ ପରୀକ୍ଷା। ଫାଇନାଲ ଫାଇଟର ସାମ୍ନା କରିବେ ଇମ୍ରାନ୍‌ । ସ୍ଥାନୀୟ ସମୟ ୧୦ଟାରେ...

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ...

ସୁସ୍ଥ ହେଲେ ୪ କରୋନା ସଂକ୍ରମିତ

ଭୁବନେଶ୍ୱର,୩।୫: ରାଜ୍ୟର ୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା...

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ।...

ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ...

ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍‌

ପେଟ୍‌ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା...

୩ ବ୍ୟାଙ୍କ ସିଲ୍‌ କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୭: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଶନିବାର ୩ଟି ବ୍ୟାଙ୍କକୁ ସିଲ୍‌ କରାଯାଇଛି। କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବ୍ୟାଙ୍କକୁ...

Advertisement
Archives

Model This Week