ଖୋଲା ରହିବ ସବୁ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ଖୋଲାରହିବ। ବ୍ୟାଙ୍କିଙ୍ଗ ସେବାରେ ଲୋକମାନଙ୍କୁ ଯେଭଳି କୌଣସି ଅସୁବିଧା ନ ଆସେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବ୍ୟାଙ୍କିଙ୍ଗ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସମସ୍ତ ବ୍ୟାଙ୍କ ଏମ୍‌ଡି ତଥା ସିଇଓଙ୍କ ସହ ଶନିବାର ଆଲୋଚନା କରିଛନ୍ତି। ବର୍ତ୍ତମାନର କଠିନ ସମୟରେ ବ୍ୟାଙ୍କଗୁଡିକର ଯୋଗଦାନକୁ ସୀତାରାମନ ଶନିବାର ଟୁଇଟ ଯୋଗେ ପ୍ରଶଂସା କରିଥିଲେ। ଅର୍ଥମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆର୍ଥତ୍କ ସେବା ସଚିବ ଦେବାଶିଷ ପଣ୍ଡା, ଯୁଗ୍ମ ସଚିବ ମଦନେସ କୁମାର ମିଶ୍ର ଏବଂ ଆର୍ଥତ୍କ ସେବା ବିଭାଗର ସୁଚୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟାଙ୍କଗୁଡିକର ସମସ୍ତ ଶାଖା ଏବଂ ଏଟିଏମ୍‌ ଖୋଲା ରଖିବାକୁ ସୀତାରାମନ ବ୍ୟାଙ୍କ ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ଲକ୍‌ଡାଉନ ସମୟରେ ଯେଭଳି କୌଣସି ସାମ୍ନା ନ କରନ୍ତି ସେ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଇନେବାକୁ କୁହାଯାଇଛି। ଶୁକ୍ରବାର ସାରା ଦେଶରେ ୧.୦୫ ଲକ୍ଷ ବ୍ୟାଙ୍କ ଶାଖା ଖୋଲା ରହିଥିଲା। ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିଛି। ଲୋକମାନେ ନେଟବ୍ୟାଙ୍କିଙ୍ଗ, ଡିଜିଟାଲ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ନେଣଦେଣକୁ ଗ୍ରହଣ କରିବା, ଆବଶ୍ୟକ ନ ହେଲେ ଶାଖାକୁ ନ ଆସିବାକୁ ଅର୍ଥମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି।
ଶଖାଗୁଡିକ ଉପରେ ଚାପ କମାଇବା ଲାଗି କେତେକ ବ୍ୟାଙ୍କ ମୋବାଇଲ ଏଟିଏମ୍‌ ନିୟୋଜିତ କରିବାକୁ ଯୋଜନା ରଖିଛନ୍ତି। ଲୋକମାନେ ଟଙ୍କା ଉଠାଣ ଲାଗି ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ସେ ଦିଗକୁ ବ୍ୟାଙ୍କଗୁଡିକ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଏଭଳି ପଦକ୍ଷେପ ତ୍ୱରିତ ଭାବେ ଗ୍ରହଣ କରାଯିବ ବୋଲି ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। କିଛି ନିର୍ଦ୍ଧାରିତ ସହରଗୁଡିକରେ ଏହି ମୋବାଇଲ ଏଟିଏମ୍‌ ଭ୍ୟାନ ପରିଚାଳିତ ହେବା ସହ କିଛି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛିଡା ହେବ। ଏହା ଦ୍ୱାରା ଲୋକମାନେ ନିଜ ଘର ପାଖରେ ଟଙ୍କା ଉଠାଣର ସୁବିଧା ପାଇପାରିବେ। ଏହାବାଦ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ) ଗ୍ରାହକଙ୍କୁ ନିବେଦନ କରିଛି। ଅତି ଆବଶ୍ୟକ ନ ହେଲେ ଶାଖାକୁ ନ ଆସିବାକୁ ଏହା ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri