ଖୋଲା ରହିବ ସବୁ ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ଖୋଲାରହିବ। ବ୍ୟାଙ୍କିଙ୍ଗ ସେବାରେ ଲୋକମାନଙ୍କୁ ଯେଭଳି କୌଣସି ଅସୁବିଧା ନ ଆସେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବ୍ୟାଙ୍କିଙ୍ଗ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସମସ୍ତ ବ୍ୟାଙ୍କ ଏମ୍‌ଡି ତଥା ସିଇଓଙ୍କ ସହ ଶନିବାର ଆଲୋଚନା କରିଛନ୍ତି। ବର୍ତ୍ତମାନର କଠିନ ସମୟରେ ବ୍ୟାଙ୍କଗୁଡିକର ଯୋଗଦାନକୁ ସୀତାରାମନ ଶନିବାର ଟୁଇଟ ଯୋଗେ ପ୍ରଶଂସା କରିଥିଲେ। ଅର୍ଥମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆର୍ଥତ୍କ ସେବା ସଚିବ ଦେବାଶିଷ ପଣ୍ଡା, ଯୁଗ୍ମ ସଚିବ ମଦନେସ କୁମାର ମିଶ୍ର ଏବଂ ଆର୍ଥତ୍କ ସେବା ବିଭାଗର ସୁଚୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟାଙ୍କଗୁଡିକର ସମସ୍ତ ଶାଖା ଏବଂ ଏଟିଏମ୍‌ ଖୋଲା ରଖିବାକୁ ସୀତାରାମନ ବ୍ୟାଙ୍କ ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ଲକ୍‌ଡାଉନ ସମୟରେ ଯେଭଳି କୌଣସି ସାମ୍ନା ନ କରନ୍ତି ସେ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଇନେବାକୁ କୁହାଯାଇଛି। ଶୁକ୍ରବାର ସାରା ଦେଶରେ ୧.୦୫ ଲକ୍ଷ ବ୍ୟାଙ୍କ ଶାଖା ଖୋଲା ରହିଥିଲା। ଶନିବାର ଏବଂ ରବିବାର ବ୍ୟାଙ୍କ ବନ୍ଦ ରହିଛି। ଲୋକମାନେ ନେଟବ୍ୟାଙ୍କିଙ୍ଗ, ଡିଜିଟାଲ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ନେଣଦେଣକୁ ଗ୍ରହଣ କରିବା, ଆବଶ୍ୟକ ନ ହେଲେ ଶାଖାକୁ ନ ଆସିବାକୁ ଅର୍ଥମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଛନ୍ତି।
ଶଖାଗୁଡିକ ଉପରେ ଚାପ କମାଇବା ଲାଗି କେତେକ ବ୍ୟାଙ୍କ ମୋବାଇଲ ଏଟିଏମ୍‌ ନିୟୋଜିତ କରିବାକୁ ଯୋଜନା ରଖିଛନ୍ତି। ଲୋକମାନେ ଟଙ୍କା ଉଠାଣ ଲାଗି ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ସେ ଦିଗକୁ ବ୍ୟାଙ୍କଗୁଡିକ ଗୁରୁତ୍ୱର ସହ ବିଚାର କରୁଛନ୍ତି। ଏଭଳି ପଦକ୍ଷେପ ତ୍ୱରିତ ଭାବେ ଗ୍ରହଣ କରାଯିବ ବୋଲି ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। କିଛି ନିର୍ଦ୍ଧାରିତ ସହରଗୁଡିକରେ ଏହି ମୋବାଇଲ ଏଟିଏମ୍‌ ଭ୍ୟାନ ପରିଚାଳିତ ହେବା ସହ କିଛି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛିଡା ହେବ। ଏହା ଦ୍ୱାରା ଲୋକମାନେ ନିଜ ଘର ପାଖରେ ଟଙ୍କା ଉଠାଣର ସୁବିଧା ପାଇପାରିବେ। ଏହାବାଦ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ) ଗ୍ରାହକଙ୍କୁ ନିବେଦନ କରିଛି। ଅତି ଆବଶ୍ୟକ ନ ହେଲେ ଶାଖାକୁ ନ ଆସିବାକୁ ଏହା ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri