ଲକ୍‌ଡାଉନ: ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦। ୩: ଡିଜିଟାଲ ଇଣ୍ଡିଆ ଯୋଗୁ ଆପ୍‌ ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକ ଏବେ ସମସ୍ୟାରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବା ବେଳେ ଏହା ଏବେ ଡିଜିଟାଲ ଇଣ୍ଡିଆ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆପ୍‌ ଭିତ୍ତିକ ପ୍ଲାଟଫର୍ମରେ ସେବା ପାଉଥିବା ଦେଶର କୋଟି କୋଟି ଗ୍ରାହକ ଏବେ ସେବାରୁ ବଞ୍ଚିତ ହୋଇଛନ୍ତି। କ୍ୟାବ୍‌ ସେବା ପ୍ରଦାନକାରୀ ଉବର, ଓଲା ଠାରୁ ଆରମ୍ଭ କରି ଡୋରଷ୍ଟେପରେ ଖାଇବା ଡେଲିଭରି ଦେଉଥିବା କମ୍ପାନୀ ସ୍ବିଗି, ଜୋମାଟୋ ସହ ବିଗ୍‌ବାସ୍କେଟ, ଗ୍ରୋଫରର ସେବାରେ ଏବେ ବାଧା ଉପୁଜିଛି। ଏହି ସେବାଗୁଡିକ ଏବେ ଠପ୍‌ ହୋଇଯାଇଥିବା ବେଳେ ଡିଜିଟାଲ ଇଣ୍ଡଷ୍ଟ୍ରିରେ ବେତନ କାଟ ଏବଂ ଚାକିରି ସଙ୍କଟ ଦେଖାଯିବା ନେଇ ଆଶଙ୍କା ଉପୁଜିଛି।
କୋଭିଡ-୧୯ ଲକ୍‌ଡାଉନ ପାଇଁ କର୍ମଚାରୀମାନଙ୍କର ବେତନରେ ହ୍ରାସ କରାଯିବା ନେଇ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ ସ୍ପଷ୍ଟ କରିଛନ୍ତି। ଓବର ଏବଂ ଓଲା ଡ୍ରାଇଭର ଏବେ ସେମାନଙ୍କ ଘରେ ହାତବାନ୍ଧି ବସିଛନ୍ତି। କଟକଣା ଲାଗିଥିବାରୁ ଖାଦ୍ୟ ଏବଂ ଗ୍ରୋସରୀ ଡେଲିଭରି ଦେଉଥିବା କର୍ମଚାରୀମାନେ ମଧ୍ୟ ବାହାରକୁ ଆସୁନାହାନ୍ତି। ଏହି କଟକଣାକୁ କମ୍‌ କରିବା ଲାଗି ସରକାର କମ୍ପାନୀଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ହେଲେ ସାରା ଦେଶରେ ସ୍ବାଭାବିତ ସ୍ଥିତି ଆସିନାହିଁ। ଆମାଜନ, ଫ୍ଲିପକାର୍ଟ , ମିନ୍ତ୍ରା ଭଳି ପ୍ରମୁଖ ଇ-କସର୍ମ ସାଇଟଗୁଡିକ ଏବେ ଅର୍ଡର ନେବା ବନ୍ଦ କରି ଦେଇଛନ୍ତି। ଘରେ ଯୋଗ କରିବା କରିବା ଲାଗି ଉବର ଏହାର ଡ୍ରାଇଭରଙ୍କୁ କହିଛି। ଏପଟେ ଓଲା ସିଇଓ ତାଙ୍କ ଗୋଟିଏ ବର୍ଷର ବେତନ ଦାନ କରିଛନ୍ତି। ଡ୍ରାଇଭରଙ୍କ ଋଣ ଛାଡ, ବିଳମ୍ବ ଦେୟ ପ୍ରଦାନ କ୍ଷେତ୍ରରେ ଟିକସ ଛାଡ କରିବାକୁ ଓଲା ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ହେଲେ ଡ୍ରାଇଭରମାନେ କରୋନା ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ବୋଲି ଏଥିରେ କୁହାଯାଇଛି। କମ୍ପାନୀ କହିଛି ଯେ, ଏହାର ଡ୍ରାଇଭରଙ୍କୁ ବୀମା ଏବଂ ମେଡିକାଲ ସୁବିଧା ପ୍ରଦାନ କରାଯାଇଛି। ଏହାବାଦ ସେମାନଙ୍କ ଭଡା ଚାର୍ଜକୁ ମଧ୍ୟ ରିହାତି ପ୍ରଦାନ କରାଯାଇଛି।
ଫୁଡ ଡେଲିଭରି ଚେନ୍‌ରେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ବ୍ୟକ୍ତି ବିଶେଷ, ଅଣ କୁଶଳୀ ହୋଟେଲ ଷ୍ଟାଫ, ଡେଲିଭରୀ ବୟ ଏବେ ମେଟ୍ରୋ ଛାଡି ସେମାନଙ୍କ ଘରୁକ ପଳାୟନ କରିଛନ୍ତି। ଯେଉଁମାନେ ଘରକୁ ଯାଇ ପାରିନାହାନ୍ତି ସେମାନେ ଏବେ ଲକ୍‌ଡାଉନରେ କୌଣସି କାମ ନ କରି ବସି ରହିଛନ୍ତି। ଦେଶର କିଛି ସ୍ଥାନରେ ଆବଶ୍ୟକ ସାମଗ୍ରୀ ଡେଲିଭରି ପାଇଁ ଲୋକ ଆବଶ୍ୟକ ହେଉଥିଲେ ମଧ୍ୟ ଚାହିଦା ପୂରଣ କରିବା ସହ ଠିକ୍‌ ସମୟରେ ଡେଲିଭରି ଦେବା ଏବେ କଷ୍ଟକର ହୋଇ ପଡୁଛି। ଏଭଳି ଅସୁବିଧାରୁ ଅନଲାଇନ ସେବା ପ୍ରଦାନକାରୀଙ୍କୁ ବାଦ ଦିଆଯିବା ନେଇ ସରକାର ପଦକ୍ଷେପ ନେଉଥିଲେ ମଧ୍ୟ ସାରା ଦେଶରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।…

ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୨୪ା୮: ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri