ଖୋଲା ପଡ଼ିଆରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲକୁ ଯାଇଥିଲେ ହେଁ ସେଠାରେ ଥିବା ମା’ ଗୃହରେ ରଖା ନ ଯିବାରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଘଟଣାଟି ମଙ୍ଗଳବାର ଘଟିଥିଲେ ହେଁ ବୁଧବାର ଲୋକ ଲୋଚନକୁ ଆସିଥିଲା। ପ୍ରକାଶ ଯେ ଦୁର୍ଗମ ଅଞ୍ଚଳ ବିଶେଷ କରି ଆଦିବାସୀ ଅଞ୍ଚଳରେ ଉନ୍ନତ ଓ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ।
ଏହାର ବାସ୍ତବ ଚିତ୍ର ମଙ୍ଗଳବାର କେନ୍ଦୁଝର ଜିଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ବ୍ଲକର କୁଶକଳା ଗ୍ରାମ ନିକଟ କାଦଡିହା ସାହିର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଥିବା ମା’ଗୃହରେ ତାଙ୍କୁ ରଖା ନ ଯିବାରୁ ଆମ୍ବୁଲାନ୍ସ ନ ମିଳିବାରୁ ସେ ବସ୍‌ ଯୋଗେ ଘରକୁ ଫେରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ କୁଶକଳାରେ ବସ୍‌ରୁ ଓହ୍ଲାଇ ଘରକୁ ଚାଲିଚାଲି ଯାଉଥିବା ବେଳେ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା। ଫଳରେ ବାଟରେ ଏକ ଖୋଲା ପଡିଆ ଗଛ ମୂଳରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଜରିଆରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ମା’ ଓ ଶିଶୁ ବାଂଶପାଳ ମା’ ଗୃହରେ ସୁସ୍ଥ ଅଛନ୍ତି। ତେବେ କାହିଁକି ମା’ ଗୃହରେ ରଖାଗଲା ନାହିଁ ଏବଂ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦିଆଗଲା ନାହିଁ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ବାଂଶପାଳ ବ୍ଲକରେ ଶିଶୁ ଓ ମାତୃ ମୃତ୍ୟୁହାର ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ ରହିଥିବାରୁ ଏହି ବ୍ଲକ ଅଞ୍ଚଳରେ ଏହାକୁ ରୋକିବା ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି କିନ୍ତୁ ଏହାର ସୁବିଧା ମହିଳାମାନେ ପାଇପାରୁନାହାନ୍ତି। ଏସମ୍ପର୍କରେ କେନ୍ଦୁଝର ସିଡିଏମ୍‌ଓ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ କରାଯିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri