ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା ବିଧାନସଭା ଭାଜପା ଦଖଲକୁ ଯାଇଥିବା ବେଳେ ୨୦୧୯ ନିର୍ବାଚନରେ ଚିଲିକା ଶାସକ ଦଳର ଅତିଆରକୁ ଆସିଛି । ଅନ୍ୟପକ୍ଷେ ଜଟଣୀ ବିଧାନସଭା ବିଜେଡିଠାରୁ କଂଗ୍ରେସ ହାତକୁ ଯାଇଛି। ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ୨୦,୦୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ରାଜେନ୍ଦ୍ର କୁମାର ସାହୁ ୭୩ , ୧୭୮, କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ୫୩, ୧୩୦ଓ ଭାଜପା ପ୍ରାର୍ଥୀ ରିଷଭ ନନ୍ଦ ୨୬, ୩୨୧ଭୋଟ ପାଇଛନ୍ତି ।
ଅନ୍ୟପକ୍ଷେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୧୦,୦୪୩ ଭୋଟରେ ଭାଜପା ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ୮୪, ୫୫୩, କାଳୁ ଚରଣ ଖଣ୍ଡେଇତରାୟ ୭୪ , ୫୧୦, କଂଗ୍ରେସ ପ୍ରାର୍ଥୀ ସ୍ବାଗତିକା ପଟ୍ଟନାୟକ ୪, ୨୬୮ ଭୋଟ ପାଇଛନ୍ତି । ଚିଲିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବ ୧୦,୮୫୬ ଭୋଟରେ ଭାଜପା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନକୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏଠାରେ ବିଜେଡି ପ୍ରାଥୀ ପ୍ରଶାନ୍ତ କୁମାର ଜଗଦ୍ଦେବ ୮୦, ୧୩୩, ଭାଜପା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ ୬୯, ୨୭୭ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସ୍ବାଇଁ ୪, ୯୩୯ ଭୋଟ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଇ-ବିଧାନସଭା ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି। ଏଥିପୂର୍ବରୁ ଶୁକ୍ରବାରଠାରୁ ଇ-ବିଧାନସଭା ନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ...

ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା...

ଝାରସୁଗୁଡ଼ାରେ ୧,୧୬୧ କାଳିଆ ହିତାଧୀକାରୀଙ୍କୁ ଟଙ୍କା ଫେରସ୍ତ ନୋଟିସ୍‌: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି

ଝାରସୁଗୁଡ଼ା ଅଫିସ,୩ା୮: ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସହାୟତା ପାଇଥିବା ଚାଷୀମାନଙ୍କୁ...

ଅନୁଦାନ ଅଭାବରୁ ଅଟକିଛି

ମାଧପୁର, ୩୧ା୫ ଜଳକଷ୍ଟରେ କଟିଗଲା ଖରାଦିନ। ପିଇବା ପାଣି ପାଇଁ ଡହଳବିକଳ ହେଲେ ଲୋକେ। ଅଥଚ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଓଭର...

ଆଉ ଗୋଟିଏ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ତେବେ ଆଜି ଆଉ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏନେଇ...

ପୁଣି ଭୁବନେଶ୍ୱରରେ ୨ ପଜିଟିଭ୍‌ ଚିହ୍ନଟ: ଆପୋଲୋର ଜଣେ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ...

ଭୁବନେଶ୍ୱର ବସ୍ତିରୁ ହଟିବ ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର,୫।୧ (ବ୍ୟୁରୋ): ବସ୍ତିବହୁଳ ଭୁବନେଶ୍ୱର ଦିନକୁ ଦିନ ଅପରାଧ ପ୍ରବଣ ହୋଇପଡୁଛି। ବିଶେଷକରି ବାହାରୁ ଅପରାଧୀମାନେ ଏଠାକୁ ଆସି ବସ୍ତିରେ ଆଡ୍ଡା ଜମାଇ ଉତ୍ପାତ କରୁଛନ୍ତି।...

ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍‌ମାର୍କର ରୂପ ନେଇ ସାରିଛି। ଗୁରୁବାର ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ...

Advertisement
Archives

Model This Week