ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ତଥା ଚଳିତ ନିର୍ବାଚନରେ ଜଟଣୀ ବିଧାନସଭାରୁ ବିଜୟ ଲାଭ କରିଥିବା ସୁର ରାଉତରାୟ କହିଛନ୍ତି, ଇସ୍ତଫା ସମାଧାନ ନୁହେଁ। ନିରଞ୍ଜନ ପିସିସି ସଭାପତି ନ ରହିଲେ କଂଗ୍ରେସ ଅବସ୍ଥା ଶୋଚନୀୟ ହେବ। ବେଳା ଖରାପ ଥିବାରୁ କଂଗ୍ରେସ ଲୋକ କଂଗ୍ରେସକୁ ହରାଇଛନ୍ତି। ନିରଞ୍ଜନ ଓ ରାହୁଲ ଇସ୍ତଫା ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏଣୁ ନିରଞ୍ଜନ ସଭାପତି ରୁହନ୍ତୁ। ଏ ନେଇ ସେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଅନୁରୋଧ କରିବେ ବୋଲି ସୁର କହିଛନ୍ତି।

ପ୍ରକାଶଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ର ତଥା ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ପ୍ରଥମ ଥର ଲାଗି ରାଜ୍ୟରେ କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏହାକୁ ନେଇ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ। ତେବେ ସେ ଦଳରେ ଅଛନ୍ତି ଓ ରହିବେ। ଆଗାମୀ ଦିନରେ ଯିଏ ବି ଦଳର ଦାୟିତ୍ୱ ନେବ ସେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri