ଖୋର୍ଦ୍ଧା ଅଫିସ,୭।୬ :ଖୋର୍ଦ୍ଧା ଜିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସଂଘରୋଧ ଅବଧି ୭ଦିନ ବୃଦ୍ଧି ଘଟିଛି। ଏନେଇ ଜିଲାପାଳ ଶିତାଂଶୁ ରାଉତ ଚିଠି ଲେଖି ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହାର ଅବଧି ସାତ ଦିନ ଥିଲା। ଏହି ଅବଧି ବୃଦ୍ଧି ଘଟିବା ପରେ ପ୍ରବାସୀମାନେ ସଂଘରୋଧ କେନ୍ଦ୍ରରେ ଏଣିକି ୧୪ ଦିନ ରହିବେ। ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ସଂଘରୋଧ କେନ୍ଦ୍ରରୁ ଫେରିବାର ସପ୍ତାହ ପରେ ପୁଣି କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ଏହାର ପ୍ରତିହତ ଲାଗି ଜିଲାପାଳ ସଂଘରୋଧ କେନ୍ଦ୍ର ଅବଧି ବୃଦ୍ଧି କରିଛନ୍ତି ।