ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡଶଙ୍ଖସ୍ଥିତ ଏକ ଘରୋଇ କ୍ଲିନିକ ଭିତରେ ଫୁଟିଛି ୩ ରାଉଣ୍ଡ ଗୁଳି। ସେଥିରୁ ୨ଟି ଗୁଳି ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କ ପେଟରେ ବାଜିଥିଲା। ଏହି ସମୟରେ ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୋଷ ମଧ୍ୟ ଗୁଳିମାଡର ଶିକାର ହୋଇଥିଲେ। ତାଙ୍କର ମଧ୍ୟ ପେଟରେ ଗୁଳି ବାଜିଥିଲା। ସେଠାରେ ଆତଙ୍କ ଖେଳିଯିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ମାନସ ଓ ସନ୍ତୋଷଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ଅନୁଯାୟୀ, ଡାକ୍ତର ମାନସଙ୍କ ବଡଶଙ୍ଖ ଅଞ୍ଚଳରେ ଏକ କ୍ଲିନିକ୍‌ ରହିଛି। କ୍ଲିନିକ୍‌ ଭିତରେ ବଣିଆଟାଙ୍ଗିର ସନ୍ତୋଷ ଔଷଧ ଦୋକାନ କରିଛନ୍ତି। ରବିବାର ମାନସ କ୍ଲିନିକ୍‌ରେ ରୋଗୀ ଦେଖୁଥିଲେ। ଅପରାହ୍ନ ୫ଟାରେ କ୍ଲିନିକ୍‌ ବନ୍ଦ ହେବା କଥା। କିନ୍ତୁ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସମୟ ବଢ଼ି ଯାଇଥିଲା। ଏହି ସମୟରେ ଦୁଇଜଣ ଯୁବକ ଚାଲି ଚାଲି କ୍ଲିନିକକୁ ଆସିଥିଲେ। ଜଣେ ଯୁବକ ଫୁଲପ୍ୟାଣ୍ଟ, ଶାର୍ଟ ଓ ମଙ୍କିକ୍ୟାପ ପିନ୍ଧି ରୋଗୀ ହିସାବରେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କିଏ କିଛି ବୁଝିବା ପୂର୍ବରୁ ସେ ଡାକ୍ତରଙ୍କୁ ଗୁଳିମାଡ କରି ବାହାରି ଆସୁଥିଲେ। ଭିତରୁ ଗୁଳିମାଡ ଶବ୍ଦ ସହ ରୋଗୀ ସମ୍ପର୍କୀୟଙ୍କ ପାଟି ଶୁଣି ସନ୍ତୋଷ ମୁଖାଧାରୀ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଯୁବକ ଜଣକ ତାଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଗୁଳିମାଡ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବରପାଇ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ, ଏସ୍‌ଡିପିଓ ସୁଶୀଲ ମିଶ୍ର ଓ ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ଉମା ପ୍ରସାଦ ସିଂ ଉକ୍ତ କ୍ଲିନିକ୍‌ରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏ ନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଆଇପିସି ଦଫା ୩୦୭ ଓ ଆମର୍‌ସ ଆକ୍ଟର ଦଫା ୨୫ ଓ ୨୭ରେ ଏକ ମାମଲା (ନଂ.୪୬୭/୧୯) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଲାର ସବୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହାସହ ସମସ୍ତ ଥାନା ଅଧିକାରୀଙ୍କୁ ଧରପଗଡ଼ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ତ୍ୱରାନ୍ବିତ ହୋଇଛି ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଆଇଭି ବିରୋଧରେ ବୈଜ୍ଞାନିକଙ୍କ ବଡ଼ ସଫଳତା! ମାଙ୍କଡ଼ ଉପରେ ଚମକପ୍ରଦ ପରୀକ୍ଷା

ଓ୍ବାଂଶିଟନ୍‌, ୨୮।୧୦: ଏଡ୍‌ସ (ଏଚ୍‌ଆଇଭି) ସୃଷ୍ଟିକାରୀ ଭୂତାଣୁ ଶରୀରରେ ଲୁଚି ରହିବାର କ୍ଷମତା ରଖିଥାଏ। ଔଷଧ ଖାଇବା ବନ୍ଦ କରିଦେଲେ ଏହି ଲୁକ୍କାୟିତ ଭୂତାଣୁ ପୁନର୍ବାର ସକ୍ରିୟ…

ନଭେମ୍ୱର ପହିଲାରୁ ଚମକିବ ଭାଗ୍ୟ: ମହାଲକ୍ଷ୍ମୀ ରାଜଯୋଗରେ ମାଲାମାଲ୍‌ ହେବେ ୪ ରାଶି! ଘରକୁ ଆସିବ ଖୁସି ଖବର

କର୍କଟ ରାଶିରେ ମଙ୍ଗଳ ପୂର୍ୱରୁ ବିଦ୍ୟମାନ ଅଛନ୍ତି। କର୍କଟ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ ହେତୁ ଉଭୟ ଗ୍ରହଙ୍କର ଯୁତି ସୃଷ୍ଟି ହେବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଢିଯିବ LPG ଦର! ଏମାନଙ୍କୁ ଆଉ ମିଳିବନି ସିଲିଣ୍ଡର

ନୂଆଦିଲ୍‌ଲୀ,୨୮।୧୦: ଯଦି ଆପଣଙ୍କ ଘରେ ଏଲପିଜି (LPG) ସିଲିଣ୍ଡର ବ୍ୟବହାର ହୁଏ କିମ୍ୱା ଆପଣଙ୍କ ପାଖରେ ପିଏନଜି (PNG) ର ସଂଯୋଗ ଅଛି, ତେବେ ଏହି ଖବର…

ନିୟମରେ ବଡ଼ ପରିବର୍ତ୍ତନ! ମାତ୍ର ୧୫୦୦ ଟଙ୍କାରେ ମିଳିବ ବାର୍ଷିକ FASTag ପାସ୍‌, ଜାଣଣନ୍ତୁ କିପରି

ନୂଆଦିଲ୍ଲୀ,୨୮।୧୦(ପି.ଟି.): ଜାତୀୟ ରାଜପଥ (ଏନ୍‌ଏଚ୍‌) ଟୋଲ୍‌ ପ୍ଲାଜାର ୨୦ କିଲୋମିଟର ପରିସର ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ନୂଆ ବାର୍ଷିକ ରିହାତି…

ଅଭିଷେକଙ୍କ ‘ଝଡ଼’ ଦେଖି କଡ଼ା ବାର୍ତ୍ତା ଦେଲେ ଗୌତମ ଗମ୍ଭୀର: ମାତ୍ର ୨ଟି ଶବ୍ଦରେ କହିଲେ…

ନୂଆଦିଲ୍ଲୀ,୨୯।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ର ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ…

ବାତ୍ୟା ଅର୍ଣ୍ଣବ: ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ଼ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପବନ…

ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । କିଛି ସମୟ ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ ।…

୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?