ଖେଳୁଥିବା ବେଳେ ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡରୁ ପଥର ଫଟାଇବା ପାଇଁ ବ୍ୟବହୃତ ଡିଟୋନେଟରରେ ବ୍ୟାଟେରି ସଂଯୋଗବେଳେ ଏହି ବିସ୍ଫୋରଣ ଘଟିଛି। ଆହତମାନେ ହେଲେ ସୋମପୁରର ବାଦଲ ଗୌଡ(୧୦), ନାରାୟଣ ଗୌଡ(୧୨) ଓ ଶ୍ରୀଧର ଗୌଡ(୧୦)।
ପ୍ରକାଶ ଯେ, ସୋମପୁରଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ଼ (ଓପିଟିସିଏଲ୍‌) ପକ୍ଷରୁ ପାଓ୍ବାର ଗ୍ରୀଡ୍‌ ନିର୍ମାଣ ହେଉଛି। ସେଠାରେ ଥିବା ଏକ ଛୋଟ ପାହାଡକୁ ସମତୁଲ କରିବାକୁ ପଥର ଫଟାଯାଉଛି। ଉକ୍ତ ସ୍ଥାନଟି ବାଦଲଙ୍କ ବାଡିପଟୁ ପ୍ରାୟ ୫୦ମିଟର ଦୂର। ବାଦଲ ସାଙ୍ଗ ନାରାୟଣ ଓ ଶ୍ରୀଧରଙ୍କ ସହ ପୂର୍ବାହ୍ନ ପ୍ରାୟ ୯ଟାରେ ନିର୍ମାଣସ୍ଥଳକୁ ଯାଇଥିଲେ। ସେଠାରେ ପଡିଥିବା ଏକ ଡିଟୋନେଟର ଆଣି ୩ ସାଙ୍ଗ ଖେଳୁଥିଲେ। ଡିଟୋନେଟରରୁ ବାହାରିଥିବା ତାରରେ କୌତୂହଳବଶତଃ ସେମାନେ ଏକ ବ୍ୟାଟେରି ସଂଯୋଗ କରିବାବେଳେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ବାଦଲଙ୍କ ୨ ଆଙ୍ଗୁଠି ଛିଡିଯାଇଥିଲା। ଶବ୍ଦ ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚତ୍ ତଦନ୍ତ ଚଳାଇଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମପୁର ନିକଟ ସିଙ୍ଗିପୁର, ଘୋଡେଇଶୁଣୀ ପାହାଡରେ ପଥର ଫଟାଇବା ପାଇଁ ବହୁଳ ପରିମାଣରେ ଡିଟୋନେଟର ବ୍ୟବହାର ହେଉଛି। ବିଭିନ୍ନ ସମୟରେ ଅଫୁଟା ଡିଟୋନେଟରଗୁଡିକ ସେଠାରେ ଏଣେତେଣେ ପଡି ରହୁଛି। ପାଓ୍ବାର ଗ୍ରୀଡ୍‌ ନିର୍ମାଣ ପାଇଁ ମଧ୍ୟ ବଡ ବଡ ପଥରକୁ କମ୍ପ୍ରେସର ବଦଳରେ ଡିଟୋନିଟେର ବ୍ୟବହାର କରି ଫଟା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାତ୍ର ଓପିଟିସିଏଲର ବ୍ରହ୍ମପୁର ଡିଜିଏମ୍‌ ଦିଲୀପ କୁମାର ମହାନ୍ତି ଏହାକୁ ଅସ୍ବୀକାର କରିଛନ୍ତି। ବ୍ରେକର ଦ୍ୱାରା ପଥର ଭଙ୍ଗାଯାଉଥିବା ସେ କହିଛନ୍ତି। ସେହିପରି ସୋମପୁର ନିକଟ ପାହାଡ ସଇରାତକୁ ୩ ବର୍ଷ ହେଲା ଲିଜ୍‌ ଦିଆଯାଇନାହିଁ ବୋଲି ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ସିବିଏସ୍‌ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍‌ଇ…

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜୀଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri