Posted inରାଜ୍ୟ

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ କୂଅରେ ପଡ଼ି ଯିବାରୁ ୫ ବର୍ଷ ବୟସର ୨ ଜଣ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ତ୍ରିନାଥ ବେହେରାଙ୍କ ପୁଅ ସୋମନାଥ ଏବଂ ଟୁକୁନା ବେହେରାଙ୍କ ପୁଅ ରାଜେଶ।

ମିଳିଥିବା ସୂଚନା ଅନୁସାରେ, ଗାଁ ନିକଟ ସ୍କୁଲ ପାଖରେ ତ୍ରିନାଥ, ସୋମନାଥଙ୍କ ସହ ୪ ଶିଶୁ ଖେଳୁଥିଲେ। ଅସାବଧାନତାବଶତଃ ତ୍ରିନାଥ, ସୋମନାଥ କୂଅରେ ପଡିଯାଇଥିଲେ। ଏ ନେଇ ଅନ୍ୟ ୨ ସାଙ୍ଗ ଗାଁରେ ଜଣାଇବା ପରେ ଗ୍ରାମବାସୀ ଉଭୟ ଶିଶୁଙ୍କୁ କୂଅରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତ୍ରିନାଥ ଏବଂ ସୋମନାଥ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

ଦଳ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ, ପାଣ୍ଡିଆନଙ୍କୁ ନେଇ ସିଧା କହିଦେଲେ…

ଭୁବନେଶ୍ୱର, ୨୫।୫: ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ରାଜଧାନୀରେ ଜଳିଗଲା ଇଭି

ଭୁବନେଶ୍ୱର,୨୫।୫: ପୁରୁଣା ଭୁବନେଶ୍ୱର ରଥରୋଡ଼ରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୧୧କେଭି ବିଦ୍ୟୁତ୍‌ ତାର ଛିଣ୍ଡି ଏକ ଇଲେକ୍ଟ୍ରି ସ୍କୁଟି(ଇଭି) ଉପରେ ପଡ଼ିଥିଲା। ଫଳରେ…

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri