ଖେଳପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା ପରିଚାଳନା କମିଟି:ଜବରଦଖଲ ଉଚ୍ଛେଦ ଦାବି

ଭୁବନ ୧୭।୯(ଡି.ଏନ.ଏ.)

ଭୁବନ ଏନ୍‌ଏସି ଅଧୀନ ୩ନଂ. ଓ୍ବାର୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଖପାଖ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଦାବି କରିଛି ପରିଚାଳନା କମିଟି। ଏ ନେଇ କମିଟି ସଦସ୍ୟମାନେ ସୋମବାର ତହସିଲଦାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର। ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ପାଇଁ ଖେଳପଡ଼ିଆ ନାହିଁ। ସ୍କୁଲ ପାରିପାର୍ଶ୍ୱିକ ଅଞ୍ଚଳରେ ଥିବା ସରକାରୀ ଜମିକୁ ଜବରଦଖଲକାରୀ କବ୍‌ଜା କରି ରଖିଛନ୍ତି। ଜବରଦଖଲ ହଟିଲେ ଉକ୍ତ ଜମିକୁ ଖେଳପଡ଼ିଆ ଭାବେ ବ୍ୟବହାର କରାଯାଇପାରିବ। ଏ ନେଇ ସୋମବାର ସ୍କୁଲରେ ଏକ ବୈଠକ କରାଯାଇ ଆଲୋଚନା ହୋଇଥିଲା। ଏଥିସହ ଜବରଦଖଲକାରୀଙ୍କ ସହ କମିଟି ସଦସ୍ୟ ଆଲୋଚନା କରିଥିଲେ। ପିଲାମାନଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଜମି ଛାଡ଼ିଦେବାକୁ ନିବେଦନ କରାଯାଇଥିଲା। ହେଲେ ଏହାକୁ ସେମାନେ ଭ୍ରୂକ୍ଷେପ କରି ନ ଥିଲେ। ଏହାପରେ କମିଟି କର୍ମକର୍ତ୍ତା ତହସିଲଦାର ଶକ୍ତିକାନ୍ତ ରାୟଙ୍କୁ ଫେରାଦ ହୋଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଭାପତି ସୁଧୀର କୁମାର ସାହୁ, ଚୈତନ୍ୟ ପୃଷ୍ଟି, ମଧୁସ୍ମିତା ସାହୁ, ସୁଧାକର ସାହୁ, ରାନୁଶ୍ରୀ ପାତ୍ର, ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଏ ନେଇ ତହସିଲଦାର କୁହନ୍ତି, ଅଭିଯୋଗ ପାଇବାପରେ ଘଟଣାର ତଦନ୍ତ କରିବାକୁ ଆର୍‌ଆଇ ଶ୍ରୀକାନ୍ତ କୁମାର ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ...

ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ...

ବନ୍ୟା କ୍ଷୟକ୍ଷତି ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ...

ପ୍ରେମ କରିବାରୁ ଝିଅକୁ ହତ୍ୟା

ବାଲେଶ୍ୱର ଅଫିସ,୨୯ା୬: ପ୍ରେମ ନ କରିବାକୁ ନାବାଳିକା ଝିଅକୁ ବାରମ୍ବାର ବାରଣ କରିବା ପରେ ବି ମାନିଲାନି। ଶେଷରେ ଅତିଷ୍ଠ ହୋଇ ଝିଅକୁ ତଣ୍ଟିଚିପି ହତ୍ୟା...

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି...

ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା...

ବିଳାସପୂର୍ଣ୍ଣ ଗାଡ଼ି ସଉକ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି(କମ୍ୟୁନିକେଶନ) ତ୍ରିନାଥ ମିଶ୍ରଙ୍କ ଘର ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯିବା ପରେ ବହୁ କୋଟିର ସମ୍ପତ୍ତି ଠାବ କରାଯାଇଛି।...

ଅଗ୍ନିଶମ ବିଭାଗର ୧୯୦ ଉଦ୍ଧାରକାରୀ ଦଳ ନିୟୋଜିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସୋମବାର ଅଗ୍ନିଶମ ଡିଜି ଏମ୍‌. ଅକ୍ଷୟ ପୂରା ପ୍ରସ୍ତୁତିର...

Advertisement
Archives

Model This Week