ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କସୁନାଚେନ ଲୁଟ୍‌

ତିର୍ତ୍ତୋଲ,୧୭ା୯(ଡି.ଏନ.ଏ.): ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଶ୍ରେଣୀଗୃହରେ ପଢାଉଥିବାବେଳେ ଦୁର୍ବୃତ୍ତ ଖେଳଣା ବନ୍ଧୁକ ଦେଖାଇ ତାଙ୍କ ଚେନ ଲୁଟି ନେଇଛନ୍ତି। ଲୁଟ୍‌ବେଳେ ପ୍ରଧାନଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ନଂ-୨୬୫/୧୯ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରିନାହିଁ।
ସୂଚନା ଅନୁସାରେ, ପ୍ରଧାନଶିକ୍ଷୟିତ୍ରୀ ମଲ୍ଲିକ ସ୍କୁଲଠାରୁ ୨ କିମି ଦୂର ବମ୍ବିଲୋ ଗ୍ରାମରେ ରୁହନ୍ତି। ସବୁଦିନ ଭଳି ସେ ଆସି ଶ୍ରେଣୀଗୃହକୁ ଯାଇଥିଲେ। ସେଠାରେ ପଢାଉଥିବା ବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସି ସ୍କୁଲଗେଟ ପାଖରେ ରହିଥିଲେ। ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧି ସ୍କୁଲକୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖୋଜିଖୋଜି ଶ୍ରେଣୀଗୃହକୁ ଯାଇଥିଲେ। ପରେ ନିଜ ପିଲାଙ୍କୁ ଏହି ସ୍କୁଲରେ ପଢ଼ାଇବା ସମ୍ପର୍କରେ କଥା ହୋଇଥିଲେ। ଏହାପରେ ହଠାତ ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କ ବେକରୁ ଚେନ ଲୁଟିନେଇ ବାହାରେ ଅପେକ୍ଷା କରିଥିବା ବାଇକ ଆରୋହୀଙ୍କ ପଛରେ ବସି ପଳାଇଥିଲେ। ଗଲାବେଳେ ଏହି ଲୁଟରେ ବ୍ୟବହାର କରିଥିବା ବନ୍ଧୁକକୁ ଫୋପାଡ଼ ଦେଇଥିଲେ। ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ସ୍କୁଲକୁ ଯାଇ ଖେଳଣା ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବ ବିବାଦ କିମ୍ବା ଜମିଜମାକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି ଆଲୋଚନା ହେଉଛି। ହେଲେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ଟନ୍‌ ଚୋରା କୋଇଲା ଜବତ

ଛେଣ୍ଡିପଦା, ୧୭।୪(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ପୋଲିସ ଚଢ଼ାଉ କରି ଏକ ଟ୍ରକ୍‌ରୁ ୫ ଟନ୍‌ ଚୋରା କୋଇଲା ଜବତ...

ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଗଲା ଟିକା

କୋକସରା,୧୬।୧: କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ୯୦ ଜଣ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଏ ନେଇ କୋଭିଡ...

ମହାନଦୀରେ ଅଜଣା ମୃତଦେହ

ସାଲେପୁର,୧୩।୧୨(ଡି.ଏନ୍‌.ଏ.): କଟକ ଜିଲା କିଶନନଗର କାଳିକାପୁର ମହାନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବାର ଦେଖି...

ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି

ଲଖନପୁର, ୨୪।୯(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ...

ଟ୍ରକ୍‌କୁ ପିଟିଲା କାର୍‌; କଟର୍‌ରେ ଗାଡ଼ିକୁ କାଟି ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ...

ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ...

ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ...

Advertisement
Archives

Model This Week