Posted inଖେଳ

ଖେଳକୁ ଲୋକେ ଭଲ ପାଉଥିବାରୁ ଓଡ଼ିଶାରେ ବଡ଼ ଇଭେଣ୍ଟ ସମ୍ଭବ ହୋଇପାରୁଛି: ରିଜିଜୁ

ଭୁବନେଶ୍ୱର,୨।୧୧(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭୁବନେଶ୍ୱର ଆସିଛି। ହକିରେ ଭାରତ ତା’ର ହୃତ୍‌ ଗୌରବ ଫେରି ପାଇବ ବୋଲି ମୋର ଆଶା। ଏଥର ମହିଳା ଓ ପୁରୁଷ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ମୁଁ ଦୃଢ଼ ଆଶାପୋଷଣ କରୁଛି। ଏହା ଏକ ସମ୍ମାନଜନକ ପ୍ରତିଯୋଗିତା ହୋଇଥିବାରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଭାବେ ଦଳକୁ ଉତ୍ସାହିତ କରିବା ମୋର କର୍ତ୍ତବ୍ୟ ବୋଲି ଅନୁଭବ କରୁଛି। ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ବିଭିନ୍ନ କ୍ରୀଡ଼ାକୁ ଯେପରି ସମର୍ଥନ କରୁଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ସ୍ଥାନୀୟ ସରକାରଙ୍କ ଭରପୂର ସମର୍ଥନ ଯୋଗୁ ଓଡ଼ିଶାକୁ ଏପରି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଅଧିକାର ମିଳିପାରୁଛି। ଓଡ଼ିଶାର ଲୋକମାନେ ଖେଳପ୍ରିୟ, ତେଣୁ ଆବଶ୍ୟକ ସ୍ଥଳେ ଆମେ ମଧ୍ୟ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ପୂର୍ବରୁ ଶୁକ୍ରବାର ଖବରଦାତାଙ୍କ ସହିତ କଥା ହେବାବେଳେ ପ୍ରକାଶ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଓଡ଼ିଶାର ଜନସାଧାରଣ ଏବଂ ସରକାରଙ୍କ କାର୍ଯ୍ୟକଳାପରେ ମୁଁ ବହୁତ ଖୁସି। ଲୋକମାନଙ୍କ ବିନା ସମର୍ଥନରେ କୌଣସି ଖେଳ କେବେ ସଫଳ ହୋଇ ପାରିବ ନାହିଁ। ଓଡ଼ିଶାର ଲୋକମାନେ ଖେଳକୁ ସମର୍ଥନ କରିବାରେ ବହୁ ଆଗରେ। ଜଣେ ଦର୍ଶକ ଏବଂ ଜନସାଧାରଣଭାବେ ସମର୍ଥନ ଅବ୍ୟାହତ ରଖିଲେ ଖେଳର ନିଶ୍ଚିତ ଉନ୍ନତି ହେବ। କ୍ରୀଡ଼ାପ୍ରତି ଅତ୍ୟଧିକ ଭଲପାଇବା ଦେଖାଉଥିବାରୁ ମୁଁ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଆସନ୍ତା ୨୦୨୦ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ମୋର ଆଶା ରହିଛି। ଜଣେ ମନ୍ତ୍ରୀଭାବେ ଭାରତ କେତେ ପଦକ ପାଇବା ନିର୍ଦ୍ଦିଷ୍ଟଭାବେ କହିବା କଷ୍ଟକର। ମାତ୍ର ଭାରତରେ ଯେପରି ପ୍ରତିଭା ସମ୍ପନ୍ନ ଆଥଲେଟ ରହିଛନ୍ତି ଏବଂ କେନ୍ଦ୍ରସରକାରଙ୍କ ଯେପରି ସମର୍ଥନ ରହିଛି ଭାରତ ଏଥର ସନ୍ତୋଷଜନକଭାବେ ପଦକ ଜିତିବା ଆଶା ରହିଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ଯେପରି ଭଲ ପ୍ରଦର୍ଶନ କରି ପାରିବ ସେଥିପାଇଁ ଭାରତ ସରକାରଙ୍କ କ୍ରୀଡ଼ାବିଭାଗ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ଏବଂ ବିଭିନ୍ନ ଆସୋସିଏଶନର ମିଳିତ ଉଦ୍ୟମ ଅବ୍ୟାହତ ରହିଛି। ବିଜୟ-ପରାଜୟ ଭିନ୍ନ କଥା, ମାତ୍ର ପ୍ରସ୍ତୁତି ଅନୁସାରେ ଭାରତ ଏଥର ଭଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୦ ଟୋକିଓ, ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଟାର୍ଗେଟ କରି ଆମେ ଆଗକୁ ବଢ଼ୁଛୁ। ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବୁ ବୋଲି ଆଶା ରହିଛି। ଆଗାମୀ ଦିନରେ ମୁଁ ପୁଣିଥରେ ଓଡ଼ିଶା ଆସିବାକୁ ନିଶ୍ଚିତ ପସନ୍ଦ କରିବି ବୋଲି ରିଜିଜୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri