Posted inଖେଳ

ଖେଲ ରହାହେ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨-
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇୱାଇଜି) ୩ ସଂସ୍କରଣର ସଫଳତା ପରେ ଭାରତ ସରକାର ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି) ଆୟୋଜନ କରିବାକୁ ଯାଉଛନ୍ତି। ଏହି ପ୍ରତିଯୋଗିତା ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ। ଇଣ୍ଡିଆନ୍‌ ଅଏଲ୍‌ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି। ଗେଲ୍‌ ଓ ଓଏନ୍‌ଜିସି ମଧ୍ୟ ଏହି ପ୍ରତିଯୋଗିତାକୁ ସମର୍ଥନ କରୁଛନ୍ତି। ସେହିପରି ଭାରତର ପ୍ରମୁଖ କ୍ରୀଡ଼ା ପ୍ରସାରଣକାରୀ ଷ୍ଟାର ସ୍ପୋଟର୍‌ସ ଖେଲୋ ଇଣ୍ଡିଆ ସହ ସହଭାଗିତା ଜାରି ରଖିବା ସହ ଆସନ୍ତା ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରସାରଣ କରିବ। ସୋମବାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଙ୍ଗୀତ (ଖେଲ ରହାହେ ଇଣ୍ଡିଆ, ଆଗେ ବଢ଼ ରହାହେ ଇଣ୍ଡିଆ) ଉନ୍ମୋଚିତ ହୋଇଛି। ଏହାକୁ ପ୍ରଖ୍ୟାତ ଗାୟକ ତଥା ଭାଷ୍ୟକାର ପଦମ୍‌ଜୀତ୍‌ ସେରାୱତ ରଚନା କରିଛନ୍ତି। ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି, ଗାୟକ, କମ୍ପୋଜର ଓ କ୍ରୀଡା ଭାଷ୍ୟକାର ଅଟନ୍ତି। କମଲ୍‌ ଯୋଶୀ ଓ ପଦମ୍‌ଜୀତ୍‌ ମିଳିତ ଭାବେ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି।
”ପ୍ରଥମ ଥର ପାଇଁ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି ଏକ ପେସାଦାର ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଛି। ମୁଁ କେଆଇୟୁଜି ପାଇଁ ମୁଖ୍ୟ ପ୍ରାୟୋଜକ ହୋଇଥିବା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନକୁ ଧନ୍ୟବାଦ ଜଣାଉଛି“ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ପ୍ରକାଶ କରିଛନ୍ତି। ସେହିପରି ଆଇଓସିଏଲ୍‌ର କର୍ପୋରେଟ୍‌ କମ୍ୟୁନିକେଶନ୍ସ ବ୍ରାଣ୍ଡିଂ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବୋଧ ଡାଖୱାଲେ କହିଛନ୍ତି ଯେ, ”ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଥିବା କେଆଇୟୁଜି ସହ ସହଭାଗିତାର ସୁଯୋଗ ଦେଇଥିବାରୁ ମୁଁ କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ଧନ୍ୟବାଦ ଜଣାଉଛି। ମୋ ମତରେ ମୌଳିକ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଏହି ଖେଳାଳିମାନେ ଭବିଷ୍ୟତରେ ଭାରତର ପ୍ରତିନିଧିତ୍ୱ କରିପାରିବେ“।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆରମ୍ଭ କରିଥିବାରୁ ଏହି ଅବସରରେ କ୍ରୀଡା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପ୍ରତିଷ୍ଠିତ ଶୁଟର୍‌ ମନୁ ଭାକର ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତର ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବାର ଏକ ବଡ ମଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟାର୍‌ ସ୍ପୋଟର୍‌ସର ସିଇଓ ଗୌତମ ଠାକର୍‌ କହିଛନ୍ତି ଯେ, ‘ଷ୍ଟାର ସ୍ପୋଟର୍‌ସ ଭାରତ ସରକାରଙ୍କ ଫିଟ୍‌ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଅଭିଯାନକୁ ସମର୍ଥନକରି ଗର୍ବ ଅନୁଭବ କରୁଛି। ଖେଲୋ ଇଣ୍ଡିଆ ଅଭିଯାନକୁ ଉଚ୍ଚ ସ୍ତରକୁ ବଢାଇ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଏଭଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିବା ନେଇ ସରକାରଙ୍କ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। କ୍ରୀଡ଼ା ସଙ୍ଗୀତ ଉନ୍ମୋଚନ ଉତ୍ସବରେ ଶୁଟର ଭାକର, ଅନିଷ ଭାନ୍‌ୱାଲା, ସନ୍ଦୀପ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୦ରେ ୧୭ଟି ବିଭାଗ ଆର୍ଚେରୀ, ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ବାସ୍କେଟ୍‌ବଲ, ବକ୍ସିଂ, ଫେନ୍ସିଂ, ଫୁଟ୍‌ବଲ, ହକି, ଜୁଡୋ, କବାଡି, ରଗ୍‌ବି, ସୁଇମିଂ, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ଭାରୋତ୍ତୋଳନ ଓ କୁସ୍ତି ଆଦି ଇଭେଣ୍ଟ ଆୟୋଜନ ହେବ। ଏହି ପ୍ରତିଯୋଗିତା ୯ ଦିନ ପାଇଁ ଚାଲିବ ଏବଂ ଏଥିରେ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୯୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହା ଷ୍ଟାର ସ୍ପୋଟର୍‌ସ ଫାଷ୍ଟ, ଷ୍ଟାର୍‌ ସ୍ପୋଟର୍‌ସ ୧, ଷ୍ଟାର ସ୍ପୋଟର୍‌ସ ୧ ହିନ୍ଦୀ ଓ ଡିଡି ସ୍ପୋଟର୍‌ସରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri