ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’

ଭୁବନେଶ୍ୱର, ୭ା୧(କ୍ରୀଡ଼ା ପ୍ରତିନିଧି):ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।
”ଭାରତର କ୍ରୀଡ଼ା ରାଜଧାନୀର ମାନ୍ୟତା ପାଉଥିବା ଭୁବନେଶ୍ୱରରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜିତ ହେଉଥିବାରୁ ମୁଁ ବହୁତ ଖୁସି। ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଏହାକୁ ଏକ ବାର୍ଷିକ କ୍ରୀଡ଼ାରେ ପରିଣତ କରନ୍ତୁ ବୋଲି ମୁଁ ଚାହିଁବି। ଇଭେଣ୍ଟ ସମୟରେ ଖେଳୁଆଡ଼ ମନୋଭାବ ପ୍ରକାଶ ପାଇବା ନେଇ ମୁଁ ଦୃଢ଼ ନିଶ୍ଚିତ। ରାଜ୍ୟ ସରକାର ଓ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରୀଡ଼ାକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ। ଏଥିରେ ଭାଗ ନେବାକୁ ଯାଉଥିବା ବିଶ୍ୱବିଦ୍ୟାଳୟ ଦଳ ଗୁଡ଼ିକ ଏଠାକାର ସମୃଦ୍ଧ କଳା, ସଂସ୍କୃତି ଓ ଆତିଥ୍ୟରେ ସ୍ମରଣୀୟ ସ୍ମୃତି ନେଇ ଫେରିବା ମୋର ଆଶା“ ବୋଲି ସୋମବାର ପ୍ରତିଯୋଗିତାର ଜର୍ସି ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଭାରତକୁ କ୍ରୀଡ଼ାର ମହାଶକ୍ତିରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ୟୁ୍‌ଥ୍‌ ଗେମ୍ସ, ୟୁନିଭର୍ସିଟି ଗେମ୍ସ, ସ୍କୁଲ ଗେମ୍ସ ଓ ଭିନ୍ନକ୍ଷମ କ୍ରୀଡ଼ା ପ୍ରତିବର୍ଷ ଆୟୋଜିତ ହେବ। ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅତିକମ୍‌ରେ ଗୋଟିଏ ଲେଖାଏ କ୍ରୀଡ଼ାକୁ ପ୍ରମୋଟ କରିବେ। ଫଳରେ ୨୦୨୮ ଅଲିମ୍ପିକ୍ସ ବେଳକୁ ବିଶ୍ୱ କ୍ରୀଡ଼ା ଜଗତରେ ଭାରତ ଏକ କ୍ରୀଡ଼ା ଶକ୍ତିରେ ପରିଣତ ହୋଇଥିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିଯୋଗିତାର ମାସ୍କଟ ଓ କାର୍ଯ୍ୟସୂଚୀ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିଆ, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ୫ ଟି ସଚିବ କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟ ସ୍ତରର ଅନେକ ଟପ୍‌ ଆଥଲେଟ୍‌ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ, ମହିଳା ହକି ତାରକା ରଶ୍ମିତା ମିଞ୍ଜ, ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ, ଧାବକ ଅମିୟ ମଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri