Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର ବ୍ୟାପାର। ମାତ୍ର ଯୁବ ବୟସରୁ ତାହାକୁ କାମରେ କରି ଦେଖାଇଛନ୍ତି ଓଡ଼ିଶା ତଥା ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସ୍‌ପି)ର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସରେ ସେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ରାଜ୍ୟର ଗୌରବକୁ ବଢ଼ାଇଛନ୍ତି। ପୂର୍ବରୁ ସେ ୨୧ ବର୍ଷରୁ କମ୍‌ ସାଇକ୍ଲିଂ ବାଳିକା ସ୍କ୍ରାଚ୍‌ ରେସ୍‌ରେ ସ୍ବର୍ଣ୍ଣ ଏବଂ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ।
୩୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ ଇଭେଣ୍ଟରେ ସ୍ବସ୍ତି ୪:୨୦.୨୩୭ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜସ୍ଥାନର ମୋନିକା ଜାଟ ୪:୨୫.୩୩୫ ସେକେଣ୍ଡ ସହିତ ରୌପ୍ୟ ଏବଂ କର୍ନାଟକର କୀର୍ତ୍ତି ରଙ୍ଗାସ୍ବାମୀ ସି. ୪:୨୩.୯୩୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକ ପାଇଥିଲେ। ସ୍ବସ୍ତିଙ୍କ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଆସାମର ଗଙ୍ଗୋତ୍ରୀ ୪:୨୬.୩୦୨ ସେକେଣ୍ଡ ସମୟ ନେବାରୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ସ୍ବର୍ଣ୍ଣ-ରୌପ୍ୟ ପାଇଁ ଲଢ଼େଇରେ ସ୍ବସ୍ତି ପ୍ରତିପକ୍ଷ ମୋନିକାଙ୍କୁ ପରାସ୍ତ କରିଥିଲେ। ବ୍ରୋଞ୍ଜ ଲଢ଼େଇରେ କୀର୍ତ୍ତି ପ୍ରତିପକ୍ଷ ଗଙ୍ଗୋତ୍ରୀଙ୍କୁ ହରାଇଥିଲେ। ତେଣୁ ଓଭରଅଲ୍‌ ଟାଇମିଂରେ କୀର୍ତ୍ତିଙ୍କ ଅପେକ୍ଷା ମୋନିକା ଅଧିକ ସମୟ ନେଇଥିଲେ ହେଁ ରୌପ୍ୟ ପଦକ ହାସଲ କରିଥିଲେ। ସ୍ବସ୍ତିଙ୍କ ପ୍ରଦର୍ଶନରେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି କୋଚ୍‌ ସୁଶୀଲ କୁମାର ଦାସ। ସ୍ବସ୍ତି ଆଶାନୁରୂପ ପ୍ରଦର୍ଶନ କରିପାରିଛନ୍ତି। ଜଣେ ଖେଳାଳି ଗୋଟିଏ ଇଭେଣ୍ଟରେ ଏତେ ସଫଳତା ପାଇବା କିଛି କମ୍‌ କଥା ନୁହେଁ। ପିଲାମାନେ ତାଙ୍କ କାମ କରିଛନ୍ତି। ଏବେ ରାଜ୍ୟ ସରକାର ଓଡ଼ିଶାର ସାଇକ୍ଲିଂ ପ୍ରତିଭାଙ୍କ ଉପରେ ଦୃଷ୍ଟି ଦେବା ସମୟ ଆସିଛି। ରାଜ୍ୟରେ ସାଇକ୍ଲିଂ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଆମ ପିଲା ନିଶ୍ଚିତଭାବେ ସିନିୟର ସ୍ତରରେ ମଧ୍ୟ ଚମତ୍କାରିତା ଦେଖାଇ ପାରିବେ। ପିଲାଙ୍କ ଅଭ୍ୟାସ ଲାଗି ଟ୍ରାକ୍‌ ନିହାତି ଜରୁରୀ। ପ୍ରତିଭାମାନଙ୍କ ଏପରି ପ୍ରଦର୍ଶନ ପରେ ସରକାର ନିଶ୍ଚିତ କିଛି କରିବେ ବୋଲି ଆଶା ରଖିଛନ୍ତି ସୁଶୀଲ। ୩ଟି ଇଭେଣ୍ଟରେ ପଦକ ଜିତିସାରିଥିବାରୁ ସ୍ବସ୍ତି ୪ର୍ଥ ଇଭେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଚଳିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ସାଇକ୍ଲିଂ ଇଭେଣ୍ଟରେ ଓଡ଼ିଶା ପାଇଁ ଦୀନେଶ କୁମାର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ସେ ଏହି ସଫଳତା ପାଇଥିଲେ। ବୁଧବାର ଅନୁଷ୍ଠିତ ୪୦୦୦ ମିଟର ଟ୍ରାକ୍‌ ବ୍ୟକ୍ତିଗତ ପର୍ଶ୍ୟୁଟ୍‌ରେ ଦୀନେଶ ଅଳ୍ପକେ ବ୍ରୋଞ୍ଜ୍‌ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ସେ ୪:୫୯.୫୩୭ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନ ପାଇଥିଲେ। ପଞ୍ଜାବର ନମନ କପିଲ, ହରିୟାଣାର ଅନିଲ ମାଙ୍ଗଲୋ ଓ କର୍ନାଟକର ଭେଙ୍କାପ୍ପା କେଙ୍ଗାଲାଗୁଟ୍ଟି ପ୍ରଥମ ୩ ସ୍ଥାନ ଅଧିକାର କରି ପୋଡିୟମ ମଣ୍ଡନ କରିଥିଲେ।
ସାଇକ୍ଲିଂକୁ ଛାଡ଼ିଦେଲେ ଅନ୍ୟ ଇଭେଣ୍ଟରେ ମଧ୍ୟ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଜଗଦୀଶ ବାରିକ ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହରିଜୋଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୧୭ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ ଥ୍ରୋରେ ଧନମତି ଖେସ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ସେ ୪୨.୩୨ ମିଟର ଥ୍ରୋ କରି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତରପ୍ରଦେଶର ପ୍ରତୀକ୍ଷା ପାଟିଲ ସ୍ବର୍ଣ୍ଣ ଏବଂ ହରିୟାଣାର ଦୀପିକା ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପାଇଁ ଆଇସିସିକୁ ଇଞ୍ଜିମାମଙ୍କ ସମାଲୋଚନା

କରାଚୀ, ୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ ବେଳେ ପାକିସ୍ତାନ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ। ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଓ...

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ...

ଲକ୍‌ଡାଉନ୍‌ରେ ପୋଲିସ ୟୁନିଫର୍ମରେ ଇନ୍ଦୁମତୀ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଲକ୍‌ଡାଉନ୍‌ ଯୋଗୁ ଭାରତର ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ଖେଳାଳିମାନେ ଏବେ ଘରେ ସେମାନଙ୍କ ପରିବାର ସହିତ ଦିନ ବିତାଉଛନ୍ତି। ହେଲେ...

ଭାରତଠାରୁ ହାରିବା ପରେ ଏହି ଇଂଲଣ୍ଡ ମହିଳା କ୍ରିକେଟର୍‌ଙ୍କୁ ମିଳୁଛି ହତ୍ୟା ଧମକ

ଲଣ୍ଡନ,୭।୩: ଇଂଲଣ୍ଡର ମହିଳା କ୍ରିକେଟର ଆଲେକ୍ସ ହାର୍ଟଲି ଏକ ବଡ଼ ଖୁଲାସା କରିଛନ୍ତି। ଅହମ୍ମଦାବାଦରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୧୦ ଉଇକେଟ...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା...

ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ହେଲେ କେଉଁ ଦଳ ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୨୦୨୨ର ଅନ୍ତିମ ମ୍ୟାଚ ଅର୍ଥାତ୍‌ ଫାଇନାଲ୍‌ ଆଜି ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟ କ୍ୱାଲିଫାୟର ୧ରେ ରାଜସ୍ଥାନକୁ...

ନାମ ପରିବର୍ତ୍ତନ: ଆଇଏଏଏଫ୍‌ ହେଲା ଓ୍ବାଲର୍‌ଡ ଆଥଲେଟିକ୍ସ

ନୂଆଦିଲ୍ଲୀ,୧୭।୧୧: ବିଶ୍ୱ ଆଥଲେଟିକ୍ସ ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ନାମ ପରିବର୍ତ୍ତନ ହୋଇଛି। ଆଇଏଏଏଫ୍‌ ଏବେ ନୂଆ ନାମ...

Advertisement
Archives

Model This Week