Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ରଙ୍ଗାରଙ୍ଗ ଉଦ୍‌ଘାଟନ ଉତ୍ସବ ପାଇଁ ପ୍ରସ୍ତୁତି

ଗୁଆହାଟୀ,୯।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ତୃତୀୟ ସଂସ୍କରଣକୁ ସଫଳ କରିବା ପାଇଁ ଆୟୋଜକମାନେ ପ୍ରସ୍ତୁତିରେ କୌଣସି ହେଳା କରିବାକୁ ଚାହୁଁନାହାନ୍ତି। ଏହି ମେଗା ଇଭେଣ୍ଟ ଉଦ୍‌ଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ୍‌ ତଥା ସ୍ମରଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୬,୮୦୦ଜଣ ଆଥଲେଟ୍‌ ୨୦ଟି କ୍ରୀଡ଼ାରେ ଏଥିରେ ଅଂଶଗ୍ରହଣ କରିବେ।
ଉଦ୍‌ଘାଟନୀ ଉତ୍ସବ ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଉପସ୍ଥିତ ରହିବେ। ଏହି ଅବସରରେ ସ୍ପ୍ରିଣ୍ଟ ସେନ୍‌ସେସନ ତଥା ତାରକା ଧାବିକା ହିମା ଦାସ ମଧ୍ୟ ଉପସ୍ଥିତ ରହିବେ। ଏହି ଇଭେଣ୍ଟ ସାରା ଦେଶର କ୍ରୀଡ଼ାରେ ବିପ୍ଳବ ସୃଷ୍ଟି କରିଛି ଓ ଏହା ଆସାମରେ ଆୟୋଜନ ହେଉଥିବାରୁ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସୋନୋଓ୍ବାଲ କହିଛନ୍ତି। ଶୁକ୍ରବାର ଆୟୋଜନ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ବେଶ୍‌ ରଙ୍ଗାରଙ୍କ ହେବ। ଏଥିରେ ଲାଇଟିଂ ଓ ଟେକ୍‌ନୋଲୋଜିର ଚମତ୍କାର ଢଙ୍ଗରେ ବ୍ୟବହାର ହେବ। ଏଥିରେ ଆସାମର ବୀର ପୁରୁଷ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ହାଇଜମ୍ପର ତେଜସ୍ବିନ୍‌ ଶଙ୍କରଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୭।୫(ପି.ଟି.): ଭାରତୀୟ ହାଇଜମ୍ପର ତେଜସ୍ବିନ୍‌ ଶଙ୍କର ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ସେ ଆମେରିକାର ମାନହଟନଠାରେ ଚାଲିଥିବା ବିଗ୍‌ ୧୨ ଆଉଟ୍‌ଡୋର ଟ୍ରାକ୍‌ ଆଣ୍ଡ...

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର...

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ...

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ...

ଆଇପିଏଲ୍‌ ଅକ୍ସନ ପୂର୍ବରୁ ପୃଥ୍ବୀଙ୍କୁ ବଡ଼ ସଫଳତା: ପାଲଟିଲେ ଏହି ଟିମ୍‌ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୮।୨: ଦୀର୍ଘଦିନର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି ଟୁର୍ନାମେଣ୍ଟ। ଦୁଇଟି ପର୍ଯ୍ୟାୟରେ ବିସିସିଆଇ ଏହାକୁ ଆୟୋଜିତ କରିବ। ସମସ୍ତ ରାଜ୍ୟ ପକ୍ଷରୁ...

ରୋହିତଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଫେଭରାଇଟ୍‌ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ...

Advertisement
Archives

Model This Week